ଜଙ୍ଗଲରୁ ଠାବ ହେଲା ଅସୁସ୍ଥ ଦନ୍ତା, ହାତୀର କାନ ପଛରେ ଲାଗିଛି ଗଭୀର ଆଘାତ

Published By : Prameya-News7 Bureau | July 27, 2022 IST

ଆଠଗଡ ୨୭/୦୭: ନରସିଂହପୁର ପୂର୍ବାଂଚଳ ରେଞ୍ଜ ଅଧିନ ବ୍ରାହ୍ମଣୀ ସଂରକ୍ଷିତ ଜଙ୍ଗଲରେ ଗତ ତିନି ଦିନ ହେବ ବୁଲୁଥିବା ଅସୁସ୍ଥ ଦନ୍ତାହାତୀକୁ ଠାବ କରିଛି ବନ ବିଭାଗ । ହାତୀର କାନ ପଛ ପାଖରେ ଆଘାତ ଲାଗିଛି । ଫଳରେ ତାର କରିବାକୁ କରୁଛନ୍ତି ସାତକୋଷିଆରୁ ଆସିଥିବା ସ୍ୱତନ୍ତ୍ର ଟିମ୍ ।

ହାତୀଟିର ଅବସ୍ଥା ଭଲ ଥିବା କହିଛନ୍ତି ଆଠଗଡ଼ ଡି ଏଫ୍ ଓ ସୁଦର୍ଶନ ଗୋପୀନାଥ ଜାଦବ । ଘଞ୍ଚ ଜଙ୍ଗଲ ଥିବାରୁ ଗତ ୩ ଦିନ ହେବ ହାତୀଟିକୁ ଠାବ କରିବାକୁ ନାକେଦମ୍ ହୋଇଥିଲା ବନ ବିଭାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.