ଇଣ୍ଡିଆ ଜିତିଲେ ୧୦୦ କୋଟି ଟଙ୍କା ବାଣ୍ଟିବି... ୱାର୍ଲଡ କପ୍ ଫାଇନାଲ ପୂର୍ବରୁ ବଡ଼ ଘୋଷଣା କଲେ ଏହି ବ୍ୟକ୍ତି

Published By : Prameya-News7 Bureau | November 18, 2023 IST

ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ କ୍ରିକେଟ୍ ୱାର୍ଲଡ କପ ଫାଇନାଲ ରବିବାର ଖେଳାଯିବ । ଏହାରି ଭିତରେ ଭାରତର ବିଜୟକୁ ନେଇ ଅନେକ ଦାବି କରାଯାଉଛି । ସେହିପରି ଅନେକ ଲୋକ ଭାରତର ବିଜୟ ଉପରେ ଅନେକ ଘୋଷଣା କରିବାରେ ଲାଗିଛନ୍ତି । ଆଷ୍ଟ୍ରୋଟକ୍ ସିଇଓ ପୁନିତ୍ ଗୁପ୍ତା ମଧ୍ୟ ଏକ ବଡ଼ ଘୋଷଣା କରିଛନ୍ତି । ପୁନିତ୍ ଗୁପ୍ତା ଘୋଷଣା କରିଛନ୍ତି ଯେ ଯଦି ଭାରତ ବିଶ୍ୱକପ ଟ୍ରଫି ଉଠାଇବାରେ ସଫଳ ହୁଏ, ତେବେ ସେ ଆଷ୍ଟ୍ରୋଟକ୍ ୟୁଜର୍ସଙ୍କ ମଧ୍ୟରେ ୧୦୦ କୋଟି ଟଙ୍କା ବାଣ୍ଟିବେ ।

ପୁନିତ୍ ଗୁପ୍ତା ଲେଖିଛନ୍ତି ଯେ ଗତଥର ମୋ ସହ କେବଳ କିଛି ସାଥୀ ଥିଲେ, ଯାହାଙ୍କ ସହ ମୁଁ ୱାର୍ଲଡ କପ୍ ଖୁସି ବାଣ୍ଟିଥିଲି । କିନ୍ତୁ ଏଥିର ମୋ ସହ ବଡ଼ ସଂଖ୍ୟାରେ ଆଷ୍ଟ୍ରୋଟକ୍ ୟୁଜର୍ସ ଅଛନ୍ତି । ସେମାନଙ୍କ ସହ ଖୁସି ବାଣ୍ଟିବା ପାଇଁ ମୁଁ କିଛି କରିବାକୁ ଚାହୁଁଛି । ସେ ଲେଖିଛନ୍ତି, 'ଆଜି ସକାଳେ ମୁଁ ମୋର ଫାଇନାନ୍ସ ଟିମ ସହ କଥା ହୋଇ ନିଜ ୟୁଜର୍ସଙ୍କୁ ୧୦୦ କୋଟି ଟଙ୍କା ଦେବା ପାଇଁ ଶପଥ ନେଇଛି । ଯଦି ଭାରତ ଏହି ବିଶ୍ୱକପ ଜିତେ ତେବେ ୟୁଜର୍ସଙ୍କ ୱାଲେଟରେ ଟଙ୍କା ପହଞ୍ଚିବ'। ଏହାସହ ଭାରତକୁ ସମର୍ଥନ କରିବା ପାଇଁ ପୁନିତ ଆହ୍ୱାନ କରିଛନ୍ତି ।

ପୁନିତ୍ ଗୁପ୍ତା ନିଜ ଲେଖାରେ ୨୦୧୧ ବିଶ୍ୱକପରେ ଭାରତକୁ ମିଳିଥିବା ବିଜୟକୁ ମନେ ପକାଇଛନ୍ତି । ଲିଙ୍କଡଇନ୍ ପୋଷ୍ଟରେ ପୁନିତ ଲେଖିଛନ୍ତି, 'ଶେଷ ଥର ୨୦୧୧ରେ ଭାରତ ୱାର୍ଲଡ କପ୍ ଜିତିବା ବେଳେ ମୁଁ କଲେଜରେ ପଢୁଥିଲି । ମ୍ୟାଚ ପୂର୍ବ ରାତିରେ ଠିକ୍ ଶୋଇ ପରି ନଥିଲି ଓ ସାରା ରାତି ମ୍ୟାଚ୍ ସହ ଜଡିତ ରଣନୀତି ଉପରେ ଚର୍ଚ୍ଚା କରୁଥିଲୁ । ଆଷ୍ଟ୍ରୋଟକ୍ ସିଇଓ ଲେଖିଛନ୍ତି, ବିଜୟ ପରେ ସାଙ୍ଗ ସହ ମିଶି ଜୋରଦାର ସେଲିବ୍ରେସନ କରିଲୁ । ସେହି ରୋମାଞ୍ଚ ଦୀର୍ଘ ସମୟ ଯାଏ ଆମ ସହି ରହିଥିଲା'।

Also Read: ଏହି ଦୁଇ ଭାରତୀୟ ବ୍ୟାଟରଙ୍କୁ ଅଷ୍ଟ୍ରେଲିଆର ପ୍ରବଳ ଭୟ; ଦଳ ବିରୋଧରେ ବିରାଟ-ରୋହିତଙ୍କ ରେକର୍ଡ ବି ଟିକେ ଦେଖିନିଅନ୍ତୁ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.