scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

‘ବ୍ରହ୍ମାଣ୍ଡରେ ସବୁବେଳେ ଗୁଞ୍ଜନ କରିଛୁ ଧ୍ୱନି’, ସତ ହେଲା ଆଲବର୍ଟ ଆଇନଷ୍ଟାଇନଙ୍କ ଭବିଷ୍ୟତବାଣୀ

1/07/2023 at 4:10 PM

ନୂଆଦିଲ୍ଲୀ: ମହାକାଶ ବୈଜ୍ଞାନିକଙ୍କୁ ଗୁରୁତ୍ୱାକର୍ଷଣ ତରଙ୍ଗ ଉପରେ ବଡ଼ ସଫଳତା ମିଳିଛି । ମହାକାଶ ବୈଜ୍ଞାନିକଙ୍କ ଏକ ଅନ୍ତରାଷ୍ଟ୍ରୀୟ ସଂଘ ବ୍ରହ୍ମାଣ୍ଡରେ ଗୁଞ୍ଜନ କରୁଥିବା ଗୁରୁତ୍ୱାକର୍ଷଣ ତରଙ୍ଗ ଧ୍ୱନିର ସନ୍ଧାନ କରିଛନ୍ତି । ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ବ୍ରହ୍ମାଣ୍ଡରେ ସବୁବେଳେ ଏକ ଧ୍ୱନି ଗୁଞ୍ଜନ କରିଥାଏ ।

ଉଲ୍ଲେଖଯୋଗ୍ୟ ଯେ ମହାନ ବୈଜ୍ଞାନିକ ଅଲବର୍ଟ ଆଇନଷ୍ଟିନ ଶହେ ବର୍ଷ ପୂର୍ବେ ଏହାକୁ ନେଇ ଭବିଷ୍ୟତବାଣୀ କରିଥିଲେ । ଏବେ ବୈଜ୍ଞାନିକମାନେ ଏହାର ସନ୍ଧାନ କରିଛନ୍ତି । ଗୁରୁବାର ଏନେଇ ଘୋଷଣା କରାଯାଇଛି । ଏହି ସଂଘରେ ସାମିଲ ଜଣେ ବୈଜ୍ଞାନିକ ଜାଭିୟର ସିମେନ୍ସ କହିଛନ୍ତି ଯେ ମୁଁ ଏହାକୁ ଏକ ଗ୍ରୁପ ରୂପେ ଦେଖୁଛି । ଜାଭିୟର ଏହି ସଂଘର ସଦସ୍ୟ ଏବଂ ଏହା ଉପରେ ରିସର୍ଚ୍ଚ କରୁଛନ୍ତି । ଏହା ପୂର୍ବରୁ କୁହାଯାଉଥିଲା ଯେ ବ୍ରହ୍ମାଣ୍ଡରେ ଏପରି କୌଣସି ଧ୍ୱନି ନାହିଁ, କିନ୍ତୁ ଏବେ ଏହି ଆବିଷ୍କାର ପରେ ଶବ୍ଦ ବିଷୟରେ ଜଣାପଡ଼ିଛି ।

ଗୁରୁତ୍ୱାକର୍ଷଣ ତରଙ୍ଗ କଣ ?

ଉଲ୍ଲେଖଯୋଗ୍ୟ ଯେ ଦୁଇ ବ୍ଲାକ୍ ହୋଲ ପରସ୍ପର ମଧ୍ୟରେ ଧକ୍କା ହେବା ପରେ ଗୁରୁତ୍ୱାକର୍ଷଣ ତରଙ୍ଗ ବାହାରିଥାଏ । ସରଳ ଶବ୍ଦରେ କୁହାଯାଇ ପାରିବ ଯେ ଗୁରୁତ୍ୱାକର୍ଷଣ ତରଙ୍ଗ କୌଣସି ବସ୍ତୁର ଘୂର୍ଣ୍ଣନ ଯୋଗୁଁ ସୃଷ୍ଟି ହୋଇଥାଏ । ପୂର୍ବରୁ ଆଇନଷ୍ଟିନ ଭବିଷ୍ୟତବାଣୀ କରିଥିଲେ ଯେ ଗୁରୁତ୍ୱାକର୍ଷଣ ତରଙ୍ଗ ଆଲୋକର ଗତିରେ ସବୁ ବସ୍ତୁ ମଧ୍ୟ ଦେଇ ଗତି କରୁଛି ।

ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଏହି ନୂତନ ଆବିଷ୍କାର ମହାକାଶ କ୍ଷେତ୍ରରେ ବହୁ ପ୍ରଭାବ ପକାଇବ । ଉତ୍ତର ଆମେରିକା, ୟୁରୋପ, ଚୀନ, ଭାରତ ଏବଂ ଅଷ୍ଟ୍ରେଲିଆରେ ରେଡିଓ ଦୂରବୀକ୍ଷଣ ଯନ୍ତ୍ରର ସହଯୋଗରେ ଶହ ଶହ ବୈଜ୍ଞାନିକଙ୍କ ଦ୍ୱାରା ମିଳିଥିବା ଏହି ସଫଳତା ବ୍ରହ୍ମାଣ୍ଡର ରହସ୍ୟ ଜାଣିବାରେ ଏକ ମାଇଲ୍ ଖୁଣ୍ଟ ହେବ ବୋଲି କୁହାଯାଉଛି ।

Also Read: ଆର୍ଟିମିସ୍ ବୁଝାମଣାପତ୍ରରେ ଚୁକ୍ତି ସ୍ୱାକ୍ଷର କଲେ ଆମେରିକା ଓ ଭାରତ, ଇସ୍ରୋ ଓ ନାସା ଜାରି ରଖିବେ ମହାକାଶ ଗବେଷଣା

   Related Posts