ଜାତକର ୧୨ଟି ଅଶୁଭ ସଙ୍କେତ ବିଷୟରେ ଜାଣିଛନ୍ତି କି : ଚନ୍ଦ୍ର -ଶନିଙ୍କ ପ୍ରଭାବରେ କେବେ ଧନୀ ହୋଇପାରିବେ ନାହିଁ ବ୍ୟକ୍ତି
10/08/2019 at 4:38 PM

ଜ୍ୟୋତିଷ ଅନୁସାରେ କୈାଣସି ବ୍ୟକ୍ତିଙ୍କ ଜାତକରେ ଶୁଭ ଏବଂ ଅଶୁଭ ଦୁଇଟି ଯୋଗ ହୋଇଥାଏ। ଶୁଭ ଯୋଗକୁ ରାଜଯୋଗ ଏବଂ ଅଶୁଭ ଯୋଗକୁ ବିଷ ଯୋଗ ଭାବେ ଜଣା ଯାଇଥାଏ। ଯଦି କୈାଣସି ଜାତକରେ ରାଜଯୋଗ ସହ ବିଷ ଯୋଗ ରହିଛି ତେବେ ବ୍ୟକ୍ତି କେବେ ବି ସୁଖ ପାଇନଥାଏ। ବିଷ ଯୋଗ ଶନି ଏବଂ ଚନ୍ଦ୍ରମାଙ୍କ ପାଇଁ ହୋଇଥାଏ।
– ଜ୍ୟୋତିଷ ଅନୁସାରେ ଚନ୍ଦ୍ରମା ମନର କାରକ ଏବଂ ଶନି ପୀଡ଼ାର କାରକ। ଯଦି କାହାର ଜାତକରେ ଚନ୍ଦ୍ର ଏବଂ ଶନିର ଯୋଗ ହୋଇଥାଏ ତେବେ ଏହାକୁ ବିଷ ଯୋଗ କହନ୍ତି। ଏହି ଯୋଗ ବ୍ୟକ୍ତିର ମାନସିକ ଅଶାନ୍ତି ବଢ଼ାଇଥାଏ।
– ଯଦି କୈାଣସି ବ୍ୟକ୍ତିଙ୍କ ପାଖରେ ଅଜସ୍ର ଧନ ସମ୍ପତ୍ତି ରହିଛି ଏବଂ ଜାତକରେ ବିଷ ଯୋଗ ରହିଛି ତେବେ ଏପରି ବ୍ୟକ୍ତି ସେହି ଧନର ଉପଯୋଗ କରି ପାରିବ ନାହିଁ। ଜାତକରେ ବିଷ ଯୋଗ ଥିଲେ ଏବଂ ଅନ୍ୟ ଶୁଭ ଯୋଗର ଅଭାବ ଥିଲେ ଧନୀ ବ୍ୟକ୍ତି ଧୀରେ ଧୀରେ ଗରିବ ହୋଇଯାଇଥାଏ।
– କୈାଣସି ବ୍ୟକ୍ତିଙ୍କ ଜାତକର ପ୍ରଥମ ଭାବରେ ଚନ୍ଦ୍ର-ଶନିର ଯୋଗ ଥିଲେ ବ୍ୟକ୍ତିଙ୍କୁ ସଂଘର୍ଷର ସମ୍ମୁଖୀନ ହେବାକୁ ପଡ଼ିଥାଏ।
– ଦ୍ବିତୀୟ ଭାବରେ ଚନ୍ଦ୍ର-ଶନିର ଯୋଗ ରହିଲେ ବ୍ୟକ୍ତିଙ୍କ ଜୀବନ ସାଧାରଣ ହୋଇଥାଏ।
– ତୃତୀୟ ଭାବରେ ଚନ୍ଦ୍ର-ଶନିଙ୍କ ଯୋଗ ରହିବା ଦ୍ବାରା ଘରେ ଚୋରି ହେବାର ଯୋଗ ଥାଇପାରେ।
– ଜାତକର ଚତୁର୍ଥ ଭାବରେ ଚନ୍ଦ୍ର-ଶନିଙ୍କର ଯୋଗ ଶୁଭ ଫଳ ଦେଇଥାଏ।
– ପଞ୍ଚମ ଭାବରେ ବିଷ ଯୋଗ ହେଲେ ଏହା ସନ୍ତାନ ପାଇଁ ଶୁଭ ହୋଇନଥାଏ।
– ଷଷ୍ଠ ଭାବରେ ଚନ୍ଦ୍ର-ଶନି ବିଷ ଯୋଗ ହେଲେ ଧନ ହାନି ହୋଇଥାଏ।
– ସପ୍ତମ ଭାବରେ ଚନ୍ଦ୍ର-ଶନି ବିଷ ଯୋଗ ହେଲେ ରୋଗ ହୋଇପାରେ।
– ଅଷ୍ଟମ ଭାବରେ ବିଷ ଯୋଗ ହେଲେ ବ୍ୟକ୍ତିକୁ ସାପରୁ ସାବଧାନ ରହିବା ଉଚିତ୍।
– ନବମ ଭାବରେ ଏହି ଯୋଗ ରହିଲେ ବ୍ୟକ୍ତିଙ୍କୁ ଶୁଭ-ଅଶୁଭ ଦୁଇଟି ଫଳ ମିଳିଥାଏ।
– ଏକାଦଶ ଭାବରେ ବିଷ ଯୋଗ ଅଶୁଭ ଫଳ ଦେଇଥାଏ।
– ଦ୍ବାଦଶ ଭାବରେ ବିଷ ଯୋଗ ହେଲେ ବ୍ୟକ୍ତି ଧନ ମାମଲାରେ ଲୋଭୀ ହୋଇଥାଏ।