ନୂଆଦିଲ୍ଲୀ: ଆଇସିସି ବିଶ୍ୱକପ୍ ମ୍ୟାଚ୍ର ଫାଇନାଲ ମୁକାବିଲା ରବିବାର ଅହମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳ ହେବାକୁ ଯାଉଛି। ଓ୍ୱାର୍ଲ୍ଡ ଚାମ୍ପିଅନ ପାଇଁ ମୈଦାନକୁ ଓହ୍ଲାଇବେ ଅଷ୍ଟ୍ରେଲିଆ ଓ ଭାରତ। ଭାରତ ଏପର୍ଯ୍ୟନ୍ତ ସବୁ ମ୍ୟାଚରେ ଭଲ ପ୍ରଦର୍ଶନ କରୁଛି ଓ ସମସ୍ତ ବିପକ୍ଷରେ ବିଜୟ ହାସଲ କରିଛି। ନ୍ୟୁଜିଲାଣ୍ଡକୁ ହରାଇ ଭାରତ ଫାଇନାଲକୁ ପ୍ରବେଶ କରିଥିବା ବେଳେ ସାଉଥ ଆଫ୍ରିକାକୁ ହରାଇ ଅଷ୍ଟ୍ରେଲିଆ ଫାଇନାଲ ଟିକେଟ୍ ପାଇଛି। ତେବେ କିଏ ହେବ ବିଶ୍ୱ ଚାମ୍ପିଅନ୍ ଏନେଇ ଭବିଷ୍ୟବାଣୀ କରିଛନ୍ତି। ନାମୀ ଦାମୀ ଜ୍ୟୋତିଷ ସୁମିତ ବଜାଜ ଓ୍ୱାର୍ଲ୍ଡ କପ୍ ଫାଇନାଲକୁ ନେଇ ଭବିଷ୍ୟବାଣୀ କରିଛନ୍ତି।
ସୋସିଆଲ ମିଡିଆ ଏକ୍ସ ଆକାଉଣ୍ଟରେ ସେ ଭବିଷ୍ୟବାଣୀକୁ ଉଲ୍ଲେଖ କରିଛନ୍ତି। ଯେଉଁଥିରେ ଏଥର ଭାରତ ବିଶ୍ୱକପ୍ ବିଜେତା ହେବ ବୋଲି ସେ କହିଛନ୍ତି। କିନ୍ତୁ ଅନ୍ୟ ଓ୍ୱାର୍ଲ୍ଡ କପ୍ ମ୍ୟାଚ୍ ପରି ଏତେ ସହଜ ହେବ ନାହିଁ। ଏହାସହ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସ ଗୋଟିଏ ନିଷ୍ପତ୍ତି ପାଇଁ କଙ୍ଗାରୁ ଟିମ୍କୁ ପସ୍ତାଇବାକୁ ପଡ଼ିବ।
ସେ ଆହୁରି କହିଛନ୍ତି ଯେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ୨୦୨୩ ନଭେମ୍ବର ୧୯ରେ ଅହମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବିଶ୍ୱ କପ୍ ଜିତିବା ପାଇଁ ଦାବିଦାର୍। କିନ୍ତୁ ଏହି ମ୍ୟାଚ୍ ଭାରତ ପାଇଁ ଜିତିବାକୁ କଠିନ ହେବ।
ଏହାର ଅନ୍ୟ ଏକ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ ମୋର ଗଣନା ଅନୁସାରେ ଜ୍ୟୋତିଷ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଭାରତ ଗୋଟିଏ ପାଦରେ ଆଗରେ ରହିଛି। ସେଥିପାଇଁ ମୁକାବିଲା ଜୋର୍ଦାର୍ ହେବ। ମହତ୍ତ୍ୱପୂର୍ଣ୍ଣ ସମୟ, ଓଭର ହିଁ ଅନ୍ତିମ ବୋଝ କାହା ଉପରେ ପଡିବ ତାହା ନିର୍ଦ୍ଧାରଣ କରିବ। ୧୪୦ କୋଟି ଜନତାଙ୍କ ଶୁଭେଚ୍ଛା ଭାରତ ପାଇଁ ରହିଛି।
wp:html/wp:htmlRohit Sharma led India should win the Cricket World Cup 2023 at Narendra Modi Stadium on 19th November 2023.
— Sumit Bajaj (Astrologer) (@astrosumitbajaj) November 18, 2023
This would be the toughest match India would be playing in this World Cup & Pat Cummins may have to regret a decision taken !#INDvsAUS #WorldcupFinal #INDvsAUSfinal
ସୁମିତ ବଜାଜ ବିଗତ ୨୦ ବର୍ଷ ଧରି ଭବିଷ୍ୟବାଣୀ କରିଆସୁଛନ୍ତି। lତାଙ୍କର ଅଧିକାଂଶ ଭବିଷ୍ୟବାଣୀ ସତ ସାବ୍ୟସ୍ତ ହୋଇଛି। ଏହାପୂର୍ବରୁ ସେମିଫାଇନାଲରେ ଭାରତ ବିଜୟ ଓ ନ୍ୟୁଜିଲାଣ୍ଡର ପରାଜୟକୁ ନେଇ କରିଥିବା ଭବିଷ୍ୟବାଣୀ ସତ ସାବ୍ୟସ୍ତ ହୋଇଛି। ଏପରିକି ନିର୍ବାଚନରେ ବିଜେପି କେତେ ସିଟ୍ ଜିତିବ, ତାଙ୍କର ଭବିଷ୍ୟବାଣୀ ସତ ସାବ୍ୟସ୍ତ ହୋଇଛି। ସୁମିତଙ୍କ ଭବିଷ୍ୟବାଣୀ ସବୁବେଳେ ସୋସିଆଲ ମିଡିଆର ଆଇକନ୍ ହୋଇ ରହିଥାଏ।