କାହିଁକି ଥାଳିରେ ଏକାସାଙ୍ଗରେ ଦିଆଯାଏ ନାହିଁ ୩ଟି ରୁଟି; କୁହାଯାଏ ଅଶୁଭ, ଜାଣନ୍ତୁ ଏହା ପଛର କାରଣ

Published By : Prameya-News7 Bureau | May 20, 2022 IST

ଭୁବନେଶ୍ୱର ୨୦/୦୫ : ଯ୍ୟୋତିଷ ଶାସ୍ତ୍ରରେ ବହୁତ ଜିନିଷର ମାନ୍ୟତା ରହିଛି । ଯାହାକୁ ବହୁତ କମ ଲୋକ ଜାଣିଛନ୍ତି । ଏପରି ଏକ ବିଶ୍ୱାସ ରହିଛି ଯେ ଥାଳିରେ ଖାଇବାକୁ ଦେବାବେଳେ ୩ଟି ରୁଟି ଏକା ସାଙ୍ଗରେ ଦିଆଯାଏ ନାହିଁ। ଘରେ ଆପଣ ବୟସ୍କ ଲୋକଙ୍କ ଠାରୁ ଶୁଣିଥିବେଯେ ଥାଳିରେ ଏକା ସହିତ ୩ଟି ରୁଟି, ପରଟା ବା ପୁରି ଦିଆଯାଏ ନାହିଁ। ଏପରି ଆମେ ବହୁତ ଦିନରୁ ଶୁଣି ଆସୁଛୁ। କିନ୍ତୁ କାହିଁକି ଏକାଥରେ ୩ଟି ରୁଟି ଦିଆଯାଏ ନାହିଁ ତାହାକୁ ବହୁତ କମ୍‌ଲୋକ ଜାଣିଥାଆନ୍ତି। ତାହେଲେ ଆସନ୍ତୁ ଜାଣିବା ଏହା ପଛର କାରଣ।

ଯ୍ୟୋତିଷ ଶାସ୍ତ୍ରରେ ସଂଖ୍ୟା ୩ କୁ ବହୁତ ଅଶୁଭ ବୋଲି କୁହାଯାଏ। ବିଶ୍ୱାସ ଅନୁସାରେ ସଂଖ୍ୟା ୩ କୁ ପୂଜା ପାଠ ଓ ସାଧାରଣ ଜୀବନରୁ ଦୁରେଇ ରଖାଯାଏ। ଯାହାଫଳରେ ଏହାର ଖରାପ ପ୍ରଭାବ ଆମ ଜୀବନରେ ବହୁତ କମ୍‌ ପଡିଥାଏ। ବିଶ୍ୱାସ ରହିଛିଯେ ମୃତକ ବ୍ୟକ୍ତିଙ୍କ ପାଇଁ ଖାଦ୍ୟ ବାଢ଼ିବା ବେଳେ ତାଙ୍କ ଥାଳିରେ ୩ଟି ରୁଟି ଦିଆଯାଇଥାଏ। ସେଥିପାଇଁ ଜୀବିତ ବ୍ୟକ୍ତିଙ୍କୁ ଖାଇବାକୁ ଦେବା ବେଳେ ୩ଟି ରୁଟି ଦିଆଯାଏ ନାହିଁ। ସେଥିପାଇଁ ଆପଣ ଥାଳିରେ ଏକାଥରେ ୪-୫ଟି ପୁରୀ କିମ୍ୱା ରୁଟି ଦେଇ ପାରିବେ। କିନ୍ତୁ ୩ଟି ରୁଟି କେବେବି ଦିଅନ୍ତୁ ନାହିଁ।

ରୁଟିକୁ ଛାଡ଼ିଦେଲେ ହିନ୍ଦୁ ପରିବାରରେ ଖାଦ୍ୟ ସହିତ ଯଡ଼ିତ ଅନେକ ମାନ୍ୟତା ରହିଛି। ଯାହାକୁ ଲୋକମାନେ ପାଳନ କରୁଛନ୍ତି। ଏହି ସବୁ ମାନ୍ୟତାର ମଧ୍ୟ ଅଲଗା ଅଲଗା କାରଣ ରହିଛି। ୩ଟି ରୁଟି ଏକାସାଙ୍ଗରେ ନଦେବା କଥାକୁ ବର୍ଷ ବର୍ଷ ଧରି ଲୋକମାନେ ମାନି ଆସୁଛନ୍ତି। ଏହାର କୌଣସି ବୈଜ୍ଞାନିକ କାରଣ ନାହିଁ। କିନ୍ତୁ ଏହି କଥା ପିଢ଼ି ପରେ ପିଢ଼ି ପ୍ରଚଳତ ହୋଇଆସିଛି ଓ ଲୋକମାନଙ୍କର ସ୍ୱଭାବରେ ପରିଣତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.