କ'ଣ କହୁଛି ଜ୍ୟୋତିଷଶାସ୍ତ୍ର, ଜିତିବ କିଏ ? ଜନ୍ମ ତାରିଖ ଅନୁସାରେ ରୋହିତ-ବିରାଟଙ୍କ ଭାଗ୍ୟ ତେଜ୍‌, ଚ୍ୟାଲେଞ୍ଜ ଦେବେ ଟିମ୍‌ କମିନ୍ସ

Published By : Prameya-News7 Bureau | November 19, 2023 IST

ଭୁବନେଶ୍ୱର ୧୯।୧୧ : ବିଶ୍ୱକପ୍‌ ୨୦୨୩ । ରବିବାର ସୁପର ଫାଇଟ୍। କିଏ ଜିତିବ କିଏ ହାରିବ। ତାକୁ ନେଇ ଏବେଠୁ ଚାଲିଛି ଅଙ୍କକଷା। ହେଲେ ଆଜିର ମ୍ୟାଚରେ କାହା ପଲ୍ଲା ରହିବ ଭାରି । ଆଉ କିଏ ମାରିବ ବାଜି । ଏହାକୁ ନେଇ କଣ କହୁଛି ଜ୍ୟୋତିଷଶାସ୍ତ୍ର। ଆସନ୍ତୁ ଜାଣିବା କଣ ରହିଛି ଜ୍ୟୋତିଷଶାସ୍ତ୍ର…

ରବିବାର ହେବାକୁ ଥିବା ମ୍ୟାଚ୍‌ରେ ଭାରତର ପଲା ଭାରି ରହିବ। ଅଧିନାୟକ ରୋହିତ ଶର୍ମାଂକ ଜନ୍ମ କୁଣ୍ଡଳୀରେ ବେଶ୍ ଯୋଗ ରହିଛି। ଜ୍ୟୋତିଷଶାସ୍ତ୍ରରେ ଗଣନା ଅନୁସାରେ ଆଜିର ଦିନଟି ବେଶ୍‌ ଶୁଭ ରହିଛି । ରୋହିତଙ୍କ ବୃଷ ରାଶି ଶୁକ୍ଳ ପକ୍ଷ ରହିଥିବାରୁ ରବିବାରଟି ତାଙ୍କ ପାଇଁ ବେଶ ଶୁଭର ଦିନ ରାହିଛି। ଏହି ଦିନ ରୋହିତ ନିଜ ଆଶା ଅନୁସାରେ ଫଳ ପ୍ରାପ୍ତି କରିବେ। ଏହାସହିତ ବ୍ୟାଟିଂରେ ବିରାଟ କୋହିଲ ଏବଂ କେଲ ରାହୁଲ ଚମତ୍କାର ପ୍ରଦର୍ଶନ କରିବେ। କାହିଁକି ନା ଉଭୟ ଜନ୍ମକୁଣ୍ଡଳୀରେ ବେଶ୍‌ ଭଲ ଯୋଗ ରହିଛି ।ସେହିପରି ବୋଲିଂ ବିଭାଗରେ ସିରାଜ ଏବଂ ବୁମରାଙ୍କୁ ଅଧିକ ୱିକେଟ ମିଳିବାର ସୁଯୋଗ ରହିଛି।

ରୋହିତ ଶର୍ମାଙ୍କ ଜନ୍ମ ତାରିଖ ୧୯୮୭ ମସିହା ଅପ୍ରେଲ ୩୦ ତାରିଖ ଓ ବିରାଟ କୋହଲି ୧୯୮୮ ମସିହା  ନଭେମ୍ବର ୫ ତାରିଖରେ ଜନ୍ମ ।ଏହି  ଦୁଇ ଜଣଙ୍କ ର ମୁଳାଙ୍କ ୫ ଏବଂ ୬ ରହିଛି । ଯାହା ସେମାନଙ୍କ ପାଇଁ ଲକି ନମ୍ବର । ରବିବାର ଏହି ଦୁଇ ଜଣଙ୍କ ସପକ୍ଷରେ ସେମାନଙ୍କ ଲକି ନମ୍ବର ରହିବ ।ଏହାବାଦ୍‌ କେଏଲ୍‌ ରାହୁଲଙ୍କ ଜନ୍ମ ତାରିଖ ଅନୁସାରେ ତାଙ୍କ ମୂଳାଙ୍କ ୭ । ଯାହା ତାଙ୍କ ପାଇଁ ସୋଭାଗ୍ୟ ସାବ୍ୟସ୍ତ ହେବ । ସେହିପରି ଟିମ୍‌ ଇଣ୍ଡିଆ ବ୍ୟାଟର ଶ୍ରେୟସ ଆୟର, ଶୁଭମନ୍ ଗିଲ୍, ସୂର୍ଯ୍ୟ କୁମାର ଯାଦବ, ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଦେଜା, ବୋଲର ମହମ୍ମଦ ସାମି, କୁଲଦୀପ ଯାଦବଙ୍କ ପ୍ରଦର୍ଶନ ମଧ୍ୟମ ଧରଣର ରହିବ।

ଅନ୍ୟପଟେ ଅଷ୍ଟ୍ରେଲିଆର ଅଧିନାୟକ ପ୍ୟାଟ କମିନ୍ସଙ୍କ କୁଣ୍ଡଳୀରେ ଭଲ ଯୋଗ ରହିଛି। କମିନ୍ସଙ୍କ ଜନ୍ମ ତାରିଖ ୧୯୯୩ ମସିହା ମେ ୮ ତାରିଖ । ଗଣନା ଅନୁସାରେ ତାଙ୍କର  ମୂଳାଙ୍କ ସଂଖ୍ୟା ୮ । ତେଣୁ କମିନ୍ସଙ୍କ ପାଇଁ ଏହି ସଂଖ୍ୟାଟି ଶୁଭ ହୋଇଥିଲେ ମଧ୍ୟ ରବିବାର ତାହା ଏତେଟା ପ୍ରଭାବ ପକାଇପାରିବନାହିଁ ।   ବ୍ୟାଟିଂରେ ଟ୍ରାଭିସ ହେଡ, ଡେଭିଡ ଓ୍ୱାରର୍ଣର, ମାର୍ନସ ଲାବୁସେନ୍ ଉନ୍ନତ ମାନର ଖେଳ ପ୍ରଦର୍ଶନ କରିବାର ଯୋଗ ରହିଛି। ଆଉ ଅଷ୍ଟ୍ରେଲିଆ ବୋଲିଂ ସ୍କ୍ୱାର୍ଡରେ ଆଡାମ ଜାମ୍ପା ଏବଂ ଜୋସ ହେଜେଲହୁଡଙ୍କ ଖେଳ ଟିମ୍‌ ଇଣ୍ଡିଆ ବ୍ୟାଟରଙ୍କୁ ଚିନ୍ତାରେ ପକେଇପାରେ। କିନ୍ତୁ ତାହା ସେତେଟା ପ୍ରଭାବ ପକାଇବା ଭଳି ମନେ ହେଉନାହିଁ । ଯଦି ଭାରତୀୟ ଟିମ୍ ଟସ୍ ଜିତି ବ୍ୟାଟିଂ କରୁଛି। ତେବେ ମ୍ୟାଚରେ ଭାରତର ପ୍ରଭାବ ଅଧିକା ରହିବାର ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.