ଇମ୍ୟୁନୋଲଜି ଲାଗି ଏଲେକ୍ଲିୟନକୁ ୩୯ବିଲିୟନ ଡଲାରରେ କିଣିବେ ଆଷ୍ଟ୍ରାଜେନେକା

Published By : Prameya-News7 Bureau | December 12, 2020 IST

ଫ୍ରାଙ୍କଫର୍ଟ: ଆମେରିକୀୟ ଔଷଧ ନିର୍ମାତା ଏଲେକ୍ସିୟନ ଫାର୍ମାସ୍ୟୁଟିକାଲକୁ ବ୍ରିଟେନର ଆଷ୍ଟ୍ରାଜେନେକା ୩୯ ବିଲିୟନ ଡଲାରରେ କ୍ରୟ କରିବା ଲାଗି ସହମତି ଦେଇଛନ୍ତି। ଇମ୍ୟୁନୋଲଜି ଓ ଦୁର୍ଲଭ ରୋଗର ଚିକିତ୍ସା ଲାଗି ଔଷଧ ପ୍ରସ୍ତୁତି ନିମନ୍ତେ ଏହି କାରବାର ହେବାକୁ ଯାଉଛି। ଯାହା କେବେବି ହୋଇପାରେ। କୋଭିଡ-୧୯ ମୁକାବିଲା ଲାଗି ଆଷ୍ଟ୍ରାଜେନେକା ନିର୍ମାଣ କରିଥିବା ଟିକା କେତେ ପ୍ରତିଶତ ସଫଳ ତାହା ଜାଣିବା ଲାଗି ଅପେକ୍ଷା କରିଛନ୍ତି। ଏହି ଫଳାଫଳ ମିଳିବାମାତ୍ରେ ଆମେରିକାରେ ଟିକା ପ୍ରସ୍ତୁତି ନିମନ୍ତେ ଏଲକ୍ସିୟନ ଫାର୍ମାସ୍ୟୁଚିକାଲ କ୍ରୟ ନେଇ ଚୂଡାନ୍ତ ଘୋଷଣା ହେବ।

ଆଷ୍ଟ୍ରାଜେନେକା ବ୍ରିଟେନରେ ଫାଇଜର ସହ ତାଙ୍କ ଟିକା ମଧ୍ୟ ଉପଲବ୍ଧ କରିଥିଲେ। ଦେଶରେ ଟିକାର ଉପଯୋଗ ଲାଗି ବ୍ରିଟେନ ଅନୁମତି ଦେଇଥିବା ବେଳେ ଯୁକ୍ତରାଷ୍ଟ୍ର ଲାଗି ମଧ୍ୟ  ସୁପାରିଶ କରିଛନ୍ତି। ତେବେ ଏହି କାରବାର ଚୂଡାନ୍ତ ହେଲେ ଏଲେକ୍ସିୟନର ସେୟାର ହୋଲ୍ଡର ନଗଦ ୬୦ ଡଲାର ଓ ଇକ୍ୱଟି ଆକାରରେ ପ୍ରତି ସେୟାର ୧୧୫ ଡଲାର ପାଇବେ। ଗତ ଶୁକ୍ରବାର ଏଲେକ୍ସିୟନ ସେୟାର ୧୨୧ ଡଲାରରେ ବନ୍ଦ ହୋଇଛି।

ଆଷ୍ଟ୍ରାଜେନେକା ମୁଖ୍ୟ କାର୍ଯ୍ୟନିର୍ବାହୀ ପାସ୍କାଲ ସୋରିଓଟ୍‌ ଏହା ଆମ ଲାଗି ଏକ ସୁଯୋଗ ବୋଲି କହିଛନ୍ତି। ଏହା ଦ୍ୱାରା ଇମ୍ୟୁନୋଲଜିରେ ଆମର ବିକାଶକୁ ତ୍ୱରାନ୍ୱୀତ  କରିପାରିବୁ ବୋଲି ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଉଭୟ କମ୍ପାନୀଙ୍କ ବୋର୍ଡ ଏହି କାରବାରକୁ ମଞ୍ଜୁରି ଦେଇସାରିଥିବା ବେଳେ ସେୟାରଧାରୀ ଓ ନିୟାମକଙ୍କ ସ୍ୱୀକୃତିକୁ ଏବେ ଅପେକ୍ଷା କରାଯାଇଛି। ୨୦୨୧ ଦ୍ୱିତୀୟ ତ୍ରୈମାସିକ ବେଳକୁ ଏହାର ମଧ୍ୟ ସମାଧାନ ହୋଇ ସାରିଥିବ ବୋଲି ସୋରିଓଟ୍ ଆଶାବ୍ୟକ୍ତ କରିଛନ୍ତି। 

ବିଶ୍ୱରେ କୋଭିଡ-୧୯ ମହାମାରୀ ବ୍ୟାପୁଥିବା ବେଳେ ଆଷ୍ଟ୍ରାଜେନେକା ତାଙ୍କର ଟିକା ଗବେଷଣା ପର୍ଯ୍ୟାୟକ୍ରମେ କରି ଚାଲୁଥିବା ଦେଖାଯାଇଥିଲା। ତେବେ ଫାଇଜର ଏବଂ ସହଯୋଗୀ ବାୟୋ ଏନଟେକ୍‌  ସାଙ୍ଗକୁ ମଡର୍ଣ୍ଣା ଟିକା ପ୍ରସ୍ତୁତ ନେଇ ଚୂଡାନ୍ତ ଘୋଷଣା ପର୍ଯ୍ୟନ୍ତ ଆଷ୍ଟ୍ରାଜେନେକା ଗବେଷଣାରେ ସଫଳତା ନେଇ କୌଣସି ସୂଚନା ଦେଇନଥିଲେ। ତେବେ ପରବର୍ତ୍ତି ପର୍ଯ୍ୟାୟ ଚିକିତ୍ସକୀୟ ପରୀକ୍ଷଣରେ ବେଶ୍ ଫଳପ୍ରଦ ପ୍ରମାଣିତ ହୋଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.