ଲଞ୍ଚ ହେଲା Aston Martin Vantage, ଦମଦାର ପାଓ୍ବାର ସହ ରହିଛି ଲଗଜୁରୀ ଫିଚର୍ସ

Published By : Prameya-News7 Bureau | August 31, 2024 IST

ଭୁବନେଶ୍ବର: ଭାରତରେ ଲଞ୍ଚ ହୋଇଛି ଆଷ୍ଟନ ମାଟ୍ରିନ ଭାନଟେଜ। ଏହି ଶକ୍ତିଶାଳୀ ଏବଂ ଲଗଜୁରୀ କାର୍‌ର ଦାମ୍ ୩.୯୯ କୋଟି ଟଙ୍କା ଏକ୍ସ ସୋରୁମ ରହିଛି। ଗ୍ରାହକ ନିଜ ପସନ୍ଦ ଅନୁଯାୟୀ, କାର୍‌ରେ କଷ୍ଟୋମାଇଜେସନ ମଧ୍ୟ କରିପାରିବେ, ଅବଶ୍ୟ ଏଥିପାଇଁ ଅତିରିକ୍ତ ଦାମ୍ ଦେବାକୁ ହେବ। ଏହି ଗାଡ଼ିରେ କେବଳ ଦୁଇ ଜଣ ଲୋକ ବସିବେ।

କାର୍‌ରେ ୪.୦ ଲିଟର V8 ଟ୍ବିନ-ଟର୍ବୋ ଇଞ୍ଜିନ ରହିଛି। ଏହି ଇଞ୍ଜିନ ୬୫୬ ବିଏଚପିର ପାଓ୍ବାର ଏବଂ ୮୦୦Nm ଟର୍କ ଉତ୍ପନ୍ନ କରିଥାଏ। ନୂଆ ଭାନଟେଜ କେବଳ ୩.୪ ସେକେଣ୍ଡରେ ୧୦୦ କିଲୋମିଟର ପ୍ରତି ଘଣ୍ଟାର ସ୍ପିଡରେ ପହଞ୍ଚିପାରିବ। କାର୍‌ର ଟପ୍ ସ୍ପିଡ ୩୨୫ କିଲୋମିଟର ପ୍ରତି ଘଣ୍ଟା ରହିଛି। 

Aston Martin Vantageରେ ADAS, ଅଟୋ ହାଇ ବିମ୍, ୩୬୦ ଡିଗ୍ରୀ କ୍ୟାମେରା, ବ୍ଲାଇଣ୍ଡ ସ୍ପଟ ମନିଟରିଂ, ୨୧ ଇଞ୍ଚ ଆଲଏ ହ୍ବିଲ, କାର୍ବନ ସେରାମିକ ବ୍ରେକ ସିଷ୍ଟମ, ଇପିବି, ସ୍ପୋର୍ଟ୍ସ ପ୍ଲସ ସିଟ୍‌, ଆଷ୍ଟନ ମାର୍ଟିନ ଅଡିଓ ସିଷ୍ଟମ, ସିଟ ଭେଣ୍ଟିଲେସନ ଏବଂ ହିଟେଡ ସ୍ପୋର୍ଟସ ହ୍ବିଲ ଭଳି ଅନେକ ଫିଚର୍ସ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.