ଖବର ବାଜିବା ପରେ ଆଗେଇ ଆସିଲେ ସରପଞ୍ଚ, ତୁଳସୀପଦର ଗାଁକୁ ଯିବାକୁ ନିର୍ମାଣ କଲେ ଅସ୍ଥାୟୀ ପୋଲ

Published By : Prameya-News7 Bureau | August 09, 2022 IST

ନବରଙ୍ଗପୁର୦୯/୦୮: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ପଂଚାୟତର ତୁଳସୀପଦର ଗ୍ରାମରେ ଅସ୍ଥାୟୀ ପୋଲ ନିର୍ମାଣ କରିଛନ୍ତି ସ୍ଥାନୀୟ ସରପଞ୍ଚ। ଗତ କିଛି ଦିନ ହେବ ତୁଳସୀପଦର ଗ୍ରାମର ୧୫ ଜଣ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିଛିତ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ରବିବାର ଦିନ ଲଗାଣ ବର୍ଷାରେ ସେହି ଗାଁରେ ଥିବା ନାଳରେ ପାଣି ଭର୍ତ୍ତି ହେବା ଫଳରେ ମେଡିକାଲ ଟିମ ଗାଁକୁ ଯାଇ ନପାରିନଥିଲେ ।

ଔଷଧକୁ ପଲିଥିନରେ ବାନ୍ଧି ନାଳର ଆର ପଟକୁ ଫୋପାଡି ଥିଲେ । ଯାହାକୁ ଗ୍ରାମବାସୀମାନେ ଗୋଟାଇ ନେଇଥିଲେ। ନାଳର ଏପଟେ ଡାକ୍ତରୀ ଦଳ ରହି ଅନ୍ୟ ପଟେ ଥିବା ଗ୍ରାମବାସୀ ମାନଙ୍କୁ ଡ଼ାକବାଜି ଯନ୍ତ୍ର ଦ୍ୱାରା ସଚେତନ କରି ସେଠାରୁ ଫେରି ଆସିଥିଲେ ଡାକ୍ତରୀ ଦଳ ।

ଔଷଧ ଫିଙ୍ଗା ଯାଉଥିବା ଦୃଶ୍ୟ ସାମ୍ନାକୁ ଆସିଥିଲା । ଏହି ଖବର ଜାଣିବା ପରେ ମୈଦଲପୁର ସରପଞ୍ଚ ଚନ୍ଦ୍ରଧ୍ୱଜ ମାଝୀ ସ୍ଥାନୀୟ ଲୋକଙ୍କ ସହାୟତାରେ ସେହି ନାଳରେ ଏକ ଅସ୍ଥାୟୀ ପୋଲ ନିର୍ମାଣ କରିଛନ୍ତି । ଯାହା ଫଳରେ ମେଡିକାଲ ଟିମ ସେହି ତୁଳସୀପଦର ଗ୍ରାମରେ ପହଞ୍ଚି ପାରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.