ମାଡ଼ି ଆସୁଥିବା ବଡ଼ ଗ୍ରହାଣୁ ପୃଥିବୀର ମାଡ଼ ହେବ ବୋଲି କୁହାଯାଉଥିଲା, ହେଲେ ନୂଆ ଗବେଷଣାରୁ ଜଣାପଡ଼ିଛି ଏମିତି ତଥ୍ୟ...

Published By : Prameya-News7 Bureau | July 01, 2022 IST

ୱାଶିଂଟନ: ଅଗଷ୍ଟ ୧୮ ତାରିଖ ୨୦୨୧ ମସିହାରେ ହଠାତ୍ କଣ ଗୋଟେ ପୃଥିବୀ ଆଡ଼କୁ ମାଡ଼ି ଆସୁଥିବା ଜାଣିବାକୁ ପାଇଥିଲେ ଜ୍ୟୋତିର୍ବିଜ୍ଞାନୀ। ଆରିଜୋନା ଟସ୍କନ ଉତ୍ତରରେ ଥିବା ମହାକାଶ ଗବେଷଣା ସଂସ୍ଥା ଲେମନ ଅବଜର୍ଭେଟୋରୀ ମାଉଣ୍ଟ ଏଜେନ୍ସି ଏହାକୁ ଚିହ୍ନଟ କରିଥିଲା। ଯାହାର ନାମ ଦିଆଯାଇଥିଲା ୨୦୨୧ QM1।  ତେବେ ସେତେବେଳେ ଘଟଣା ଚିନ୍ତାଜନକ ନଥିଲା। କାରଣ ମହାକାଶରେ ଏଭଳି ଘଟଣା ନୂଆ ନୁହେଁ।

ପ୍ରାୟ ପ୍ରତିଦିନ ପୃଥିବୀ ବାହାରେ ଏମିତି ଅନେକ ପଥରଖଣ୍ଡ ଭାସିବୁଲୁ ଥିବାର ଦେଖିବାକୁ ମିଳିଥାଏ। ହେଲେ ଏହି ଗ୍ରହାଣୁର ଗତିପଥକୁ ଅନୁଧ୍ୟାନ କରିବା ପରେ ଚିନ୍ତା ବଢ଼ିଯାଇଥିଲା। ଜଣାପଡ଼ିଥିଲା ଯେ ଏହି ବିଶାଳକାୟ ଗ୍ରହାଣୁ ସୂର୍ଯ୍ୟଙ୍କ ଆଡ଼କୁ ଆସୁଛି। ହେଲେ ପୃଥିବୀର ଖୁବ୍ ନିକଟତର ହେଇପାରେ। ଏମିତି ବି ହେଇପାରେ ଗ୍ରହାଣୁଟି ପୃଥିବୀରେ ମାଡ଼ ହୋଇପାରେ। ଏକଥା ଜାଣିବା ପରେ ବୈଜ୍ଞାନିକମାନଙ୍କ ମନରେ ଭୟ ସୃଷ୍ଟି ହୋଇଥିଲା।

{"width":840,"height":504}

ଏହି ଗ୍ରହାଣୁଟି ତାର ଗତି ନେଇ ଧୀରେ ଧୀରେ ସୂର୍ଯ୍ୟଆଡ଼କୁ ମାଡ଼ି ଆସୁଛି। ସୂର୍ଯ୍ୟ ଆଡ଼କୁ ଆସିଲା ବେଳେ ୨୦୫୨ ମସିହା ବେଳେକୁ ଏହା ପୃଥିବୀର ଖୁବ ନିକଟତର ହେବ। ସମ୍ଭବତଃ ଏହା ପୃଥିବୀ ସହ ପିଟି ହୋଇପାରେ ବୋଲି ବୈଜ୍ଞାନିକମାନେ କହୁଛନ୍ତି। ଏନେଇ ୟୁରୋପିୟନ ସ୍ପେଶ୍‌ ଏଜେନ୍ସିର ପ୍ଲାନେଟୋରୀ ଡିଫେନ୍ସ ମୁଖ୍ୟ ରିଚାର୍ଡ ମୋଏସଲ କହିଥିଲେ “ ସୂର୍ଯ୍ୟ ଆଡ଼କୁ ଏହାର ପଥ ରହିଛି ବୋଲି ଆମେ ଦେଖିପାରିବା। ହେଲେ ୨୦୫୨ ବେଳକୁ ଏହା ବିପଦପ୍ରବଣ ଭାବେ ପୃଥିବୀର ଅତି ନିକଟତର ହେଇଯିବ। ଜୀବଗତ ପ୍ରତି ଏହା ବିପଦ ସୃଷ୍ଟି କରିପାରେ।”

ଆରମ୍ଭରୁ ଗବେଷଣା କରି ଏହି ଗ୍ରହାଣକୁ ବିପଦ ତାଲିକାଭୁକ୍ତ କରାଯାଇଥିଲା। ତେବେ ମହାକାଶରେ କକ୍ଷପଥର ଗଣନା ପରେ ଏହାକୁ ବିପଦ ତାଲିକାରୁ ହଟାଇ ଦିଆଯାଇଛି। ତେବେ ପୂର୍ବରୁ ୨୦୨୧QM1ର ଗତିପଥ ନିର୍ଣ୍ଣୟ ହୋଇପାରି ନଥିଲା।

ପୃଥିବୀରୁ ଦେଖିଲେ ଗ୍ରହାଣୁପଥ ସୂର୍ଯ୍ୟ ଆଡ଼କୁ ଯାଉଥିବା ଦେଖିବାକୁ ମିଳିଥିଲା। ହେଲେ କିଛିମାସ ପରେ ତାରାମାନଙ୍କର ଚମକରେ ଏହି ଗ୍ରହାଣୁ ହଜିଗଲା ପ୍ରାୟ ମନେହେଲା। ଗ୍ରହଟି ପୃଥିବୀ କକ୍ଷରୁ ଦୂରକୁ ଯାଉଥିବା ବେଳେ ହଠାତ୍ ସୂର୍ଯ୍ୟ ଆଲୋକରେ ଏହା ଲୁଚିଯିବା କାରଣରୁ ଏହାର ଗତିପଥ ମାପିହୋଇନଥିଲା। ଯାହା ଚିନ୍ତାର କାରଣ ପାଲଟିଥିଲା। ତେବେ ଗ୍ରହାଣୁର ଗତିପଥ ବିଷୟରେ ସମ୍ପୂର୍ଣ୍ଣ ଜାଣିବା ପାଇଁ ଆମକୁ ଅପେକ୍ଷା କରିବାକୁ ପଡ଼ିବ ବୋଲି ଇଏସ୍‌ଏର ବୈଜ୍ଞାନିକ ମାର୍କୋ ମାଇକେଲ୍ କହିଛନ୍ତି।

ଏବେ ସଦ୍ୟ ଗବେଷଣାରେ ଗ୍ରହାଣୁର ଗତିପଥକୁ ନିରୀକ୍ଷଣ କରି ୨୦୫୨ ଏହା ପୃଥିବୀରେ ପିଟିହେବା ଆଶଙ୍କାକୁ ଖାରଜ କରାଯାଇଛି। ଏବଂ ଏହାକୁ ବିପଦ ତାଲିକାରୁ ହଟାଇ ଦିଆଯାଇଛି। ତେବେ ୧୩୭୭ ଗ୍ରହଣାକୁ ବିପଦ ତାଲିକା ଭୁକ୍ତ ରଖାଯାଇଛି। ୟୁରୋପିୟନ ସ୍ପେସ୍ ଏଜେନ୍ସିର ସୂଚନା ଅନୁସାରେ, ସୌର ଜଗତରେ ଏକ ମିଲିୟନରୁ ଅଧିକ ଗ୍ରହାଣୁ ଠାବ କରାଯାଇଛି। ସେଥିମଧ୍ୟରୁ ୩୦ ହଜାରଟି ପୃଥିବୀ ପୃଷ୍ଟ ଦେଇ ଗତି କରିବାର ଆଶଙ୍କା ରହିଛି। ଏବଂ ବାକି ପୃଥିବୀରୁ ବାହାରେ ଯିବ ବୋଲି କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.