ମାଡ଼ି ଆସୁଛି ବିପଦ! ରବିବାର ପୃଥିବୀକୁ ଖୁବ୍ ନିକଟରୁ ଅତିକ୍ରମ କରିବ ବୁର୍ଜ ଖଲିଫା ଆକାରର ଆଷ୍ଟ୍ରଏଡ୍

Published By : Prameya-News7 Bureau | June 10, 2023 IST

ହ୍ୟୁଷ୍ଟନ ୧୦।୬:ଅନ୍ତରୀକ୍ଷରୁ ପୃଥିବୀ ଆଡ଼କୁ ଏକ ବିପଦଜନକ ଆଷ୍ଟ୍ରଏଡ ମାଡ଼ିଆସୁଛି। ଏହା ରବିବାର ଅର୍ଥାତ ୧୧ ଜୁନ ୨୦୨୩ରେ ପୃଥିବୀକୁ ଅତି ନିକଟରୁ ଅତିକ୍ରମ କରିବ। ଏହା ଏଥି ପାଇଁ ବିପଦ ଜନକ ଯେ ଏହାର ଆକାର ଦୁବାଇର ବୁର୍ଜ ଖଲିଫା ଭଳି, ଅର୍ଥାତ ବିଶ୍ୱର ସବୁଠୁ ଉଚ୍ଚ ବିଲ୍ଡିଂ ସହ ସମାନ। ଏହି ଆଷ୍ଟ୍ରଏଡ ପୃଥିବୀଠୁ ୩୧ ଲକ୍ଷ କିଲୋମିଟର ଦୂରରେ ଅତିକ୍ରମ କରିଯିବ। ଏହି ଦୂରତା ପୃଥିବୀ ଓ ଚନ୍ଦ୍ର ମଧ୍ୟରେ ଦୂରତାର ପାଖାପାଖି ୮ ଗୁଣାରୁ ବି ଅଧିକ।

ମଣିପୁର ହିଂସାକୁ ନେଇ ଆକ୍ସନରେ ଅମିତ୍ ଶାହ, ଶାନ୍ତି କମିଟି କଲେ ଗଠନ; ମୁଖ୍ୟମନ୍ତ୍ରୀଙ୍କ ସହ ବିରୋଧୀ ଦଳ ନେତା ସାମିଲ

ତେବେ କୌଣସି କାରଣରୁ ଯଦି ଏହାର ଦିଗ ପରିବର୍ତ୍ତନ ହୁଏ ଏହା ପୃଥିବୀକୁ ପାଉଁଶରେ ପରିବର୍ତ୍ତନ କରିଦେଇପାରେ। ଯଦି ଏତେବଡ ଆଷ୍ଟ୍ରଏଡ ପୃଥିବୀ ସହ ଧକ୍କା ଲାଗେ ତେବେ ପ୍ରଳୟ ସୃଷ୍ଟି କରିବ। ଏହି ଆଷ୍ଟ୍ରଏଡକୁ ବୈଜ୍ଞାନିକମାନେ ୧୯୯୪ଏକ୍ସଡି ନାମରେ ନାମିତ କରିଛନ୍ତି। ଏହା ୧୨ଶହରୁ ୨୭୦୦ ପୁଟ ଚୌଡା। ଏହା କେବଳ ଏକାକୀ ପୃଥିବୀକୁ ଅତିକ୍ରମ କରିବନି ଏହାର ଚନ୍ଦ୍ର ମଧ୍ୟ ଏହା ସହ ପୃଥିବୀକୁ ଅତିକ୍ରମ କରିବ। ଯାହା ଏକ ବିପଦଜନକ ପରିସ୍ଥିତି ବୋଲି ବୈଜ୍ଞାନିକ କହିଛନ୍ତି। ଏହି ଆଷ୍ଟ୍ରଏଡକୁ ଏହାର ଏକ ଉପଗ୍ରହ ପିରକ୍ରମଣ କରୁଛି।

{"id":801399,"width":842,"height":473,"sizeSlug":"full","linkDestination":"none"}

ତେବେ ଆମେରିକୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା ‘ନାସା’ ଏହା ପୃଥିବୀଠାରୁ ସୁରକ୍ଷିତ ଦୂରତାରେ ଅତିକ୍ରମ କରିବ ବୋଲି କହିଛନ୍ତି। ତେବେ ନିୟର ଆର୍ଥ ଅବଜେକ୍ଟରେ ଏହାକୁ ବିପଦଜନକ ଆଷ୍ଟ୍ରଏଡ ମଧ୍ୟରେ ରଖା ଯାଇଛି। କାରଣ ଏହାର ଆକାର ଓ ପୃଥିବୀଠାରୁ ଦୂରତା ଏହାକୁ ପୃଥିବୀ ଲାଗି ଘାତକ ସାବ୍ୟସ୍ତ କରୁଛି। ଅନ୍ତରୀକ୍ଷରୁ ଆସୁଥିବା ୪୬୦ ଫୁଟରୁ ଅଧିକ ବଡ଼ ପଥର ଓ ପୃଥିବୀ ଠାରୁ ୭୪.୮ କିଲୋମିଟର ଦୂରରେ ଯାଉଥିଲେ ଏହାକୁ ବିପଜନକ ମନେ କରାଯାଏ।

୩୨ ବର୍ଷ ହେଲା ମା’ କୁ ଦେଖିନି, ମୋତେ ଛାଡ଼ି ଦିଅ; ରାଜୀବ ଗାନ୍ଧୀ ହତ୍ୟାକାରୀଙ୍କ ଖୋଲା ଚିଠି

ତେବେ ବୈଜ୍ଞାନିକ ଗଣନା ଅନୁସାରେ ଆଗାମୀ ୧୦୦୦ ବର୍ଷ ପର୍ଯ୍ୟନ୍ତ ପୃଥିବୀ ସହିତ କୌଣସି ଆଷ୍ଟ୍ରଏଡ ଧକ୍କା ଲାଗିବାର ସମ୍ଭାବନା ନାହିଁ। ତେବେ ଏପରି କୌଣସି ଆଷ୍ଟ୍ରଏଡ ପୃଥିବୀ ଲାଗି ବିପଦଜନକ ସାବ୍ୟସ୍ତ ହୋଇପାରେ। ସୌରମଣ୍ଡଳ ମଧ୍ୟରେ ବୁଲୁଥିବା ଅଧିକାଂଶ ଆଷ୍ଟ୍ରଏଡ  ମଙ୍ଗଳ ଓ ବୃହସ୍ପତି ଗ୍ରହ ମଧ୍ୟରୁ ଆସିଥାନ୍ତି। ଏଥିରେ ଯଦି କୌଣସି ଆଷ୍ଟ୍ରଏଡ ପୃଥିବୀ ଠାରୁ ୧.୩ ଆଷ୍ଟ୍ରନମିକାଲ ୟୁନିଟ୍ ଦୂରତା ପର୍ଯ୍ୟନ୍ତ ଆସିଯାଏ ତେବେ ଏହାକୁ ନିୟର ଆର୍ଥ ଅବଜେକ୍ଟ (ଏନଇଓ) କୁହାଯାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.