ଏବେ ଏବେ ପୃଥିବୀର ଖୁବ୍ ନିକଟରେ ସୁରକ୍ଷିତ ଚାଲିଗଲା ଏଷ୍ଟରଏଡ୍ 1998 OR-2

Published By : Prameya-News7 Bureau | April 29, 2020 IST

ନୂଆଦିଲ୍ଲୀ ୨୯।୪: ସମଗ୍ର ବିଶ୍ୱ କରୋନା ମହାମାରୀ ମୁକାବିଲାରେ ବ୍ୟସ୍ତ ଥିବା ବେଳେ ଅନ୍ତରୀକ୍ଷରୁ ଆସୁଥିବା ମହା ବିପଦ ବୁଧବାର ଅତି ନିକଟରୁ ଟଳିଯାଇଛି। ପୃଥିବୀର କକ୍ଷପଥରେ ଆସୁଥିବା (୫୨୭୬୮)୧୯୯୮ ଓଆର-୨ ଆଷ୍ଟ୍ରଏଡ୍ ବୈଜ୍ଞାନିକଙ୍କ ଆକଳନ ଅନୁସାରେ ୬୩ଲକ୍ଷ କିଲୋମିଟର ଦୂରରେ ଅତିକ୍ରମ କରିଯାଇଛି। ଫଳରେ ବିଶ୍ୱଲାଗି ଏକ ଭୟାନକ ପ୍ରାକୃତିକ ବିତ୍ପାତ ଟଳିଯାଇଛି। ଭାରତୀୟ ସମୟ ଅପରାହ୍ଣ ପ୍ରାୟ ୩ଟା ୨୬ ମିନିଟ୍‌ରେ ଗ୍ରହାଣୁ ଖଣ୍ଡ ପୃଥିବୀ ନିକଟରେ ଗତି କରିଥିଲେ ହେଁ କୌଣସି କ୍ଷତି ହୋଇନାହିଁ।

{"id":262071,"sizeSlug":"large"}

ଏହା ପୂର୍ବରୁ ଏହି ଆଷ୍ଟରଏଡ ୧୨ ମାର୍ଚ୍ଚ ୨୦୦୯ ମସିହାରେ ପୃଥିବୀର କକ୍ଷନିକଟରେ ଗତି କରିଥିଲା। ହେଲେ ସେତେବେଳେ ଏହାର କକ୍ଷପଥ ପୃଥିବୀ କକ୍ଷପଥଠାରୁ ୨.୬୮ କୋଟି କିଲୋମିଟର ଦୂରରେ ଥିଲା। ଏଣୁ ଆଷ୍ଟରଏଡ ନେଇ କେହି ଏତେ ଚିନ୍ତିତ ନଥିଲେ। ହେଲେ ଚଳିତ ଥର ଏହି ଦୂରତା ହ୍ରାସ ହୋଇ ଥିବାରୁ ପୃଥିବୀ ଲାଗି ବିପଦର ଆଶଙ୍କା କରାଯାଉଥିଲା।ତେବେ ଗ୍ରହାଣୁ ପୃଥିବୀ କକ୍ଷପଥକୁ  ସୁରକ୍ଷିତ ପାର କରିଯିବାରୁ ବିଶ୍ୱବ୍ୟାପୀ ମହାକାଶ ବିଜ୍ଞାନୀଙ୍କୁ ଆଶ୍ୱସ୍ତ କରିଛି।

wp:html /wp:html

ପୁଣି ୧୧ ବର୍ଷ ପରେ ଆଷ୍ଟରଏଡ (୫୨୭୬୮)୧୯୯୮ ଓଆର-୨ ପୃଥିବୀ କକ୍ଷପଥ ନିକଟରେ ଅତିକ୍ରମ କରିବ। ତେବେ ସେତେବେଳେ ପୃଥିବୀ ଓ ଗ୍ରହାଣୁ ମଧ୍ୟରେ ଦୂରତା ୧.୯୦ କୋଟି କିଲୋମିଟର ଥିବ। ଏଣୁ ସେତେବେଳେ ଯଦିଓ ଗ୍ରହାଣୁ ପକ୍ଷରୁ  ପୃଥିବୀ ପ୍ରତି କୌଣସି ଭୟର ଆଶଙ୍କା ନାହିଁ ତେବେ ୨୦୭୯ ମସିହାରେ ଏହା ପୃଥିବୀର ଅତି ନିକଟ ଦେଇ ଗତି କରିବ। ସେତେବେଳେ ପୃଥିବୀ ଓ ଗ୍ରହାଣୁର ଦୂରତା ଏବେକାର ଦୂରତାର ସାଢେ ୩ଗୁଣାରୁ ବି କମ୍ ରହିବ। ସେତେବେଳେ ଏହା ପୃଥିବୀ କକ୍ଷପଥର ୧୭.୭୩ଲକ୍ଷ କିଲୋମିଟର ଦୂରରେ ଗତି କରିବ।  ଗ୍ରହାଣୁର ବଦଳୁଥିବା କକ୍ଷପକ୍ଷ ଯୋଗୁ ବୈଜ୍ଞାନିକ ମାନେ ଏହାକୁ ଅତି ସମ୍ବେଦନଶୀଳ ( ପିଏଚ୍ଓ) ଚିହ୍ନିତ କରିବା ସହ ଏହାର ୧୭୭ ବର୍ଷର କ୍ୟାଲେଣ୍ଡର ବି ପ୍ରସ୍ତୁତ କରିଛନ୍ତି।  

{"id":262123,"sizeSlug":"large"}

କ’ଣ ପାଇଁ ପିଏଚ୍ଓ ଚିହ୍ନିତ କରିଛନ୍ତି ବୈଜ୍ଞାନିକ
ଏହି ଗ୍ରହାଣୁର ଆକାର ହିଁ ବୈଜ୍ଞାନିକମାନଙ୍କୁ ଏହା  ପୋଟେନସିଆଲ ହାଜାର୍ଡସ ଅବଜେକ୍ଟ (ପିଏଚଓ) ଚିହ୍ନିତ କରିବାକୁ ବାଧ୍ୟ କରିଛି। ଏହାର ବ୍ୟାସ ପ୍ରାୟ ୪ କିଲୋମିଟର। ୪୦ ମିଟରରୁ ଅଧିକ ଯେକୌଣସି ମହାକାଶୀୟ ପିଣ୍ଡ ପୃଥିବୀ ଓ ଜୈବ ବିବିଧତା ଲାଗି ବିପଦପୂର୍ଣ୍ଣ। ଏଣୁ ବୈଜ୍ଞାନିକମାନେ ଏହି ଆଷ୍ଟରଏଡର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖି ରହିଛନ୍ତି।  

{"id":262099,"sizeSlug":"large"}

(୫୨୭୬୮)୧୯୯୮ ଓଆର-୨ ସୂର୍ଯ୍ୟଙ୍କୁ ଗୋଟିଏ ଥର ପରିକ୍ରମା କରିବା ଲାଗି ୩.୭ ବର୍ଷ ସମୟ ନେଇଥାଏ। ଏହି ହିସାବ ଅନୁସାରେ ଗ୍ରହାଣୁଟି ପୁଣି ଥରେ ୧୮ ମେ ୨୦୩୧ରେ ପୃଥିବୀର ନିକଟତର ହୋଇପାରେ। ତେବେ ମହାକାଶ ବିଜ୍ଞାନୀଙ୍କ ଆକଳନ ଅନୁସାରେ ପ୍ରାୟ ୧୦୦ ବର୍ଷରେ ଥରେ ଏଭଳି ଗ୍ରହାଣୁମାନଙ୍କର ପୃଥିବୀ ସହ ଧକ୍କା ଲାଗିବାର ୫୦ ହଜାରବାର ସମ୍ଭାବନା ରହିଛି। ତେବେ କୌଣସି ନା କୌଣସି କାରଣରୁ ପୃଥିବୀର ନିକଟ ଦେଇ ଗତିକରିଯାଆନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.