କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଆଶ୍ବାସନା: ଖୁବ୍ ଶୀଘ୍ର ଦେଶର କରୋନା ଗ୍ରାଫ୍‌ ରିଭର୍ସ ହେବ

Published By : Prameya-News7 Bureau | May 09, 2020 IST

ନୂଆଦିଲ୍ଲୀ୯/୫: ସାରା ଦେଶରେ କରୋନା ଟେନସନ ଭିତରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଆଶ୍ବାସନା । ଖୁବ୍ ଶୀଘ୍ର ଦେଶର କରୋନା ଗ୍ରାଫ୍‌ ରିଭର୍ସ ହେବ ବୋଲି ଭରସା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ସବର୍ଦ୍ଧନ । ସେ କହିଛନ୍ତି ଦେଶରେ ଦ୍ରୁତ କଣ୍ଟାକ୍ଟ ଟ୍ରେସିଂ ଏବଂ ଅଧିକରୁ ଅଧିକ ଟେଷ୍ଟ ଯୋଗୁଁ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ବଢ଼ୁଛି । ସଂକ୍ରମିତଙ୍କ ସଂଖ୍ୟା  ସହ ଆରୋଗ୍ୟଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି । ଭାରତର ଜନସଂଖ୍ୟା ୧୩୫କୋଟି । ଯାହା ଦୁନିଆର ୨୦ଟି ଦେଶର ଜନସଂଖ୍ୟା ସହ ସମାନ । ଭାରତ ଠାରୁ ଛୋଟ ଛୋଟ ଦେଶରେ  କରୋନା ସଂକ୍ରମଣରେ ଭାରତ ଠାରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି କିମ୍ବା ମୃତ୍ୟୁବରଣ କରିଛନ୍ତି । ବିଭିନ୍ନ ବିକଶିତ ରାଷ୍ଟ୍ରଙ୍କ ତୁଳନାରେ ଭାରତ କୋଭିଡ୍‌ ମୁକାବିଲାରେ ଭଲ ପ୍ରଦର୍ଶନ କରୁଛି । ଏଠି ଲୋକେ ସରକାରଙ୍କ ନିୟମ  ଓ ନିର୍ଦେଶକୁ ପାଳନ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.