ଅଜଣା ଗାଡି ଧକ୍କାରେ ବିଏମସି ଯନ୍ତ୍ରୀଙ୍କ ମୃତ୍ୟୁ
2/06/2018 at 10:51 AM

ରାଜଧାନୀରେ ଚାଞ୍ଚଲ୍ୟ ! ଯାଆଁଳା ନିକଟରେ କାର ଦୁର୍ଘଟଣାରେ ଯନ୍ତ୍ରୀଙ୍କ ମୃତ୍ୟୁ | ମୃତକ ହେଉଛନ୍ତି ମହାନଗର ନିଗମର ସହକାରୀ ଯନ୍ତ୍ରୀ ମନୋଜ ମିଶ୍ର | କାନନ ବିହାର ଫେଜ-୨ ରେ ରହୁଥିବା ମନୋଜ ମିଶ୍ର ଗତକାଲି ନୟାପଲ୍ଲୀ ଅଂଚଳର ବିଏମସିର ଏକ କାମ ତଦାରଖ ପାଇଁ ପରିଦର୍ଶନରେ ଯାଇଥିଲେ | ସେଠାରେ କିଛି ସମୟ ରହିବ ପରେ ଅନ୍ୟ ଏକ କାମ ତଦାରଖ ପାଇଁ ଯାଉଥିବା କହି ସେହି ସ୍ଥାନ ଛାଡିଥିଲେ ବୋଲି କହିଛନ୍ତି ନୟାପଲ୍ଲୀ ଠିକାଦାର | ତେବେ ଆଜି ଭୋର ସମୟରେ ଯାଆଁଳା ଓଭରବ୍ରିଜ ଉପରେ ଦୁର୍ଘଟଣା ଗ୍ରସ୍ତ କାରରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲା ପିସିଆର | ହସ୍ପିଟାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା | ତେବେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି | ଥାନାରେ ମାମଲା ରୁଜ୍ଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି |