ଭିଜିଲାନ୍ସ ଜାଲରେ ବାଲେଶ୍ବର ସହକାରୀ ପରିସଂଖ୍ୟାନ ଅଫିସର ସର୍ବେଶ୍ବର ରାଉତ
11/06/2019 at 12:30 PM

ବାଲେଶ୍ବର ୧୧|୬: ଭିଜିଲାନ୍ସ ଜାଲରେ ବାଲେଶ୍ବର ସହକାରୀ ପରିସଂଖ୍ୟାନ ଅଫିସର ସର୍ବେଶ୍ବର ରାଉତ । ସର୍ବେଶ୍ବରଙ୍କ ତିନୋଟି ଘର ଓ ବାଲେଶ୍ବର କାର୍ଯ୍ୟାଳୟରେ ବାଲେଶ୍ବର ଭିଜିଲାନ୍ସ ବିଭାଗ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରିଛି ।

ସର୍ବଶ୍ବେରଙ୍କର ଶିଳ୍ପାଞ୍ଚଳରେ ଥିବା ବାସଭବନ, ସରସ୍ବତୀପୁରରେ ଥିବା ବାସଭବନ, ବାସୁଦେବପୁରରେ ଥିବା ପୈତୃକ ଘର ଓ ବାଲେଶ୍ବର କାର୍ଯ୍ୟାଳୟରେ ଏକ ସଙ୍ଗରେ ଏହି ଚଢାଉ କରାଯାଇଛି । ତାଙ୍କ ନାମରେ ୪ଟି ଜାଗାରୁ ୪ଟି ସର୍ଚ୍ଚ ଓ୍ବାରେଣ୍ଟ ମିଳିବା ପରେ ଏଡି ଚଢାଉ କରାଯାଇଥିଲା । ଏଥିପାଇଁ ୪ଟି ଟିମ୍ ୪ଟିସ୍ଥାନରେ ଚଢାଉ କରିଛି । ପ୍ରତ୍ୟେକ ଟିମ୍ ରେ ଜଣେ ଜଣେ ଡ଼ିଏସପି ଅଛନ୍ତି ବୋଲି ଦୁର୍ନିତୀ ନିବାରଣ ବିଭାଗ ଏସପି କହିଛନ୍ତି ।
Related Posts
ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ସ୍କୁଟି, ୩ ମୃତ
27 September 2023
କାନାଡା ବ୍ୟାଙ୍କରେ ସାଂଘାତିକ ଘୋଟାଲା , ବ୍ୟାଙ୍କରୁ ଟଙ୍କା ନୁହେଁ ଗାଏବ ହୋଇଗଲା ଲକର
27 September 2023
ଲକ୍ଷ୍ମୀ ଯୋଜନାକୁ ବିରୋଧ, ଆସନ୍ତା ୧୦ରେ ବସ୍ ଧର୍ମଘଟ
27 September 2023
କାର୍ଯ୍ୟରେ ଲାଗୁନି SHG ଋଣ: ‘ପଚାରିଲେ ନାଲି ଆଖି ଦେଖାଉଛନ୍ତି ବିପିସି’
27 September 2023