oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଓଡିଶା ଗ୍ରାମ୍ୟବ୍ୟାଙ୍କର ମ୍ୟାନେଜର ମୃତ, ଗୁରୁତର ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭଦ୍ରକ ଜିଲ୍ଲାପାଳ କାର୍ଯ୍ୟାଳୟରୁ ସୂଚନା, ଧାମନଗର ଉପନିର୍ବାଚନ ପାଇଁ ଲାଗୁ ହେଲା ଆଦର୍ଶ ଆଚରଣ ବିଧି
  • ||
  • ଅଗ୍ନିଶ୍ଵର ମନ୍ଦିର ଉପରେ ଚଢ଼ିଗଲେ ପୂଜକ, ସିଂହଦ୍ୱାର ଥାନାରେ ଅଟକ ରଖିଲା ପୋଲିସ୍‌
  • ||
  • ଅରୁଣାଚଳ ପ୍ରଦେଶ: ତଓ୍ୱାଙ୍ଗରେ ସେନା ହେଲିକପ୍ଟର କ୍ରାସ୍, ପାଇଲଟଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୮ କୋଭିଡ୍ ପଜିଟିଭ୍
  • ||
  • ବୌଦ୍ଧ : ଲୁଗା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ତିନିଜଣଙ୍କ ଜୀବନ
  • ||
  • ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ, ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା
  • ||
  • ବାରାମୁଲ୍ଲାରେ ଶୋପିଆନ୍‌ରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ, ମୁଲୁରେ କମ୍ୱିଂ ଜାରି
  • ||

କାର୍ଯ୍ୟାଳୟ ଭିତରୁ ଆସିଷ୍ଟାଣ୍ଟ ମ୍ୟାନେଜରଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

31/07/2022 at 8:36 PM

ଜଗତସିଂହପୁର, ୩୧/୦୭: ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା କାଠଗୋଲା ଛକ ନିକଟରେ ଥିବା  ଏକ ଘରୋଇ ମାଇକ୍ରୋଫାଇନାନ୍ସ ସଂସ୍ଥା କାର୍ଯ୍ୟାଳୟ ଭିତରେ ଆସିଷ୍ଟାଣ୍ଟ ମ୍ୟାନେଜରଙ୍କର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ମୃତ କର୍ମଚାରୀଙ୍କ ନାମ ଜିତେନ୍ଦ୍ର ଚମ୍ପତିରାୟ । ତାଙ୍କ ଘର ପୁରୀ ଜିଲ୍ଲା କଣାସ ବ୍ଲକ ଚୁମ୍ପୁରି ଅଞ୍ଚଳରେ ହୋଇଥିବା ବେଳେ ସେ ବାଲିକୁଦା ଶାଖା କାର୍ଯ୍ୟଳୟରେ ୩ ବର୍ଷ ହେବ କାର୍ଯ୍ୟରତ ଥିଲେ ।

ଗତକାଲି ରାତିରେ ଅଫିସ କାର୍ଯ୍ୟାଳୟରେ ଅନ୍ୟ କେତେକ କର୍ମଚାରୀମାନଙ୍କ ସହିତ ଜନୈକ କର୍ମଚାରୀଙ୍କ ଜନ୍ମ ଦିନ ପାଳନ କରିଥିଲେ । ଆଜି ସକାଳୁ ଜିତେନ୍ଦ୍ର କବାଟ ନଖୋଲିବାରୁ ଅନ୍ୟ ବନ୍ଧୁମାନେ ସ୍କାଇ ଲାଇଟ ପଟେ ଜିତେନ୍ଦ୍ର ଫ୍ୟାନରେ ରଶି ଲଗାଇଥିବା ଦେଖିବାକୁ ପାଇଥିଲେ । ପରେ ପୋଲିସକୁ ଖବର ଦେବା ସହିତ ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକେ ବାଲିକୁଦା ଥାନାରେ ଲିଖିତ ଏତଲା ଦେବା ପରେ ପୋଲିସ ସାଇଣ୍ଟିଫିକ ଟିମ ସହାୟତାରେ ଘର କବାଟ ଭାଙ୍ଗି ଜିତେନ୍ଦ୍ରଙ୍କ ଶବକୁ ଜବତ କରିବା ସହିତ ଏକ ସୁଇସାଇଡ଼ ନୋଟ ଜବତ କରିଥିଲେ । ପରିବାର ଲୋକେ ଏହାକୁ ହତ୍ୟାକାଣ୍ଡ ହୋଇଥାଏ ବୋଲି ଅଭିଯୋଗ କରିଥିବା ବେଳେ  ତଦନ୍ତ ଚାଲିଛି ବୋଲି କହିଛନ୍ତି ବାଲିକୁଦା ଥାନା ଅଧିକାରୀ ।

   Related Posts