WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅତିରିକ୍ତ ଜିଲ୍ଲାପାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା, HRPCକୁ ତଦନ୍ତ ଦାୟିତ୍ୱ

28/09/2023 at 2:25 PM

ରାଉରକେଲା ୨୮।୦୯: ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା । ମାମଲାରେ ଆସିଲା ଟ୍ୱିଷ୍ଟ । ଏବେ ତଦନ୍ତ ଦାୟିତ୍ୱ ଓଡିଶା ପୋଲିସ ଠାରୁ ନେଇ ମାନବାଧିକାର ସୁରକ୍ଷା ସେଲ୍‌କୁ ଦିଆଯାଇଛି । ଜଣେ ଡିଏସ୍‌ପି ପାହ୍ୟାର ଅଫିସରଙ୍କ ତତ୍ୱାବଧାନରେ ତଦନ୍ତ ହେବ । ଏନେଇ ଗୁରୁବାର ବିଧିବଦ୍ଧ ଭାବେ ରାଉରକେଲା ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କୁ ନିର୍ଦ୍ଦେଶ ଜାରି କରାଯାଇଥିବା ସୂଚନା ମିଳିଛି । ଏଚ୍‌ଆରପିସି ମାମଲା ଯିବା ପରେ ସୁସ୍ମିତାଙ୍କ  ମୃତ୍ୟୁର ଗୁମର ଶୀଘ୍ର ଖୋଲିବା ଆଶା କରାଯାଇଛି । 

ସେପଟେ ଆସିଷ୍ଟାଣ୍ଟ କଲେକ୍ଟର  ସୁସ୍ମିତା ମିଞ୍ଜ (୩୫)ଙ୍କ ପାଇଁ ସୁନ୍ଦରଗଡ଼  ଆଦିବାସୀ ଜିଲ୍ଲା ମଞ୍ଚ ଆନ୍ଦୋଳନକୁ ଓହ୍ଲାଇଥିଲା ।  ଶତାଧିକ ଆଦିବାସୀ ବିରାଟ ଶୋଭାଯାତ୍ରାରେ ଆସି ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ । ସୁସ୍ମିତାଙ୍କୁ ହତ୍ୟା  କରାଯାଇଥିବା ସେମାନେ ଅଭିଯୋଗ କରିଥିଲେ ।  ଏହାର ସିବିଆଇ ତଦନ୍ତ କରାଯିବା ଓ ଦୋଷୀକୁ ତୁରନ୍ତ ଗିରଫ ପାଇଁ ସେମାନେ ଦାବି କରିଥିଲେ ।  ଦାବିପୂରଣ ନହେଲେ ସମଗ୍ର ରାଜ୍ୟର  ଆଦିବାସୀ ରାଜଧାନୀର ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଥିଲେ । ସୁନ୍ଦରଗଡ଼  ଆଦିବାସୀ ଜିଲ୍ଲା ମଞ୍ଚ ପକ୍ଷରୁ ଭାରତର  ରାଷ୍ଟ୍ରପତି, ଓଡ଼ିଶା ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ,  ଆରଡିସି (ସମ୍ବଲପୁର), ପଶ୍ଚିମାଞ୍ଚଳ ଡିଆଇଜି  ଓ ରାଉରକେଲା ଏସ୍‌ପିଙ୍କ ଉଦ୍ଦେଶ୍ୟରେ ଏକ  ଦାବିପତ୍ର ପ୍ରଦାନ କରାଯାଇଥିଲା ।  

   Related Posts