ଅଙ୍ଗନଓ୍ବାଡୀ ଦିଦିଙ୍କୁ ସ୍କୁଲ୍ ଦାୟିତ୍ବ, ଠିକ୍ ସମୟରେ ବିଦ୍ୟାଳୟ ଖୋଲିବା ଓ ମଧାହ୍ନ ଭୋଜନ ବଣ୍ଟନ ଚାଲୁ ରଖିବାକୁ ନିର୍ଦ୍ଦେଶ
16/09/2023 at 2:15 PM

ବାଲେଶ୍ବର ୧୬।୯: ଶିକ୍ଷକ ଅନୁପସ୍ଥିତ ଥିବା ବିଦ୍ୟାଳୟମାନଙ୍କରେ ଦେଖାଶୁଣା କରିବେ ଅଙ୍ଗନଓ୍ବାଡୀ ଦିଦି । ଏନେଇ DSWOଙ୍କୁ ଚିଠି ଲେଖି DEO ବାଲେଶ୍ବର ଅନୁରୋଧ କରିଛନ୍ତି । ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁଁ ଅନେକ ସ୍କୁଲରେ ପାଠ ପଢା ଠପ୍ ହୋଇଯାଇଛି ।
ଏଥିପାଇଁ DEO ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଏହି ଛିଠି ଲେଖିଛନ୍ତି ।
ସ୍କୁଲ ଜଗିବେ ଅଙ୍ଗନଓ୍ବାଡୀ ଦିଦି । ବାଲେଶ୍ବର ଜିଲ୍ଲା ସମାଜକଲ୍ୟାଣ ଅଧିକାରୀଙ୍କୁ ଚିଠି ଲେଖିଲେ ବାଲେଶ୍ବର ଜିଲ୍ଲା ଶିକ୍ଷା ଅଧିକାରୀ । ପ୍ରାଥମିକ ଶିକ୍ଷକ ସମୂହ ଛୁଟିରେ ଥିବାରୁ ଅଙ୍ଗନଓ୍ବାଡୀ ଦିଦିଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି ।
ତେବେ ଶିକ୍ଷକ ଅନୁପସ୍ଥିତ ଥିବା ବିଦ୍ୟାଳୟମାନଙ୍କରେ ଅଙ୍ଗନଓ୍ବାଡୀ ଦିନି ଦେଖାଶୁଣା କରିବାକୁ ନିର୍ଦ୍ଦେଶ ରହିଛି । ଠିକ୍ ସମୟରେ ବିଦ୍ୟାଳୟ ଖୋଲିବା ଓ ମଧାହ୍ନ ଭୋଜନ ବଣ୍ଟନ ଚାଲୁ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁଁ ଅନେକ ସ୍କୁଲରେ ପାଠପଢା ଠପ୍ ହୋଇଯାଇଛି । ଏଥିପାଇଁ DEO ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଏହି ଚିଠି ଲେଖିଛନ୍ତି ।
ସୂଚନାଯୋଗ୍ୟ ଯେ, ତିନି ଦଫା ଦାବି ନେଇ ପ୍ରାଥମିକ ଶିକ୍ଷକମାନେ ୮ ଦିନ ହେଲା ଧାରଣାରେ ବସିରହିଛନ୍ତି । ଫଳରେ ଅନେକ ସ୍କୁଲରେ ତାଲା ଝୁଲୁଛି । ପିଲାମାନେ ସ୍କୁଲ ଆସୁଥିଲେ ବି ଫେରି ଯାଉଛନ୍ତି । ଆଉ କିଛି ସ୍ଥାନରେ ସ୍କୁଲ ପିଲାମାନେ ଖେଳୁଥିବା ସାମ୍ନାକୁ ଆସିଛି ।

You Can Read :