ପ୍ରଶ୍ନକାଳରେ ଉଠିବ ଅନେକ ପ୍ରସଙ୍ଗ, ଜଙ୍ଗଲରେ ନିଆଁ ପ୍ରସଙ୍ଗରେ ହେବ ଆଲୋଚନା
15/03/2023 at 10:23 AM

ଭୁବନେଶ୍ୱର ୧୫/୦୩: ଆଜି ପ୍ରଶ୍ନକାଳରେ ବିଭିନ୍ନ ପ୍ରସଙ୍ଗରେ ହୋଇପାରେ ଆଲୋଚନା । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ,ସମବାୟ, ସ୍କୁଲ ଓ ଗଣ ଶିକ୍ଷାବିଭାଗ, ଉଚ୍ଚ ଶିକ୍ଷା, ଶ୍ରମ କର୍ମଚାରୀ ଓ ରାଜ୍ୟ ବିମା,କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓପଶୁ ସମ୍ପଦ ବିଭାଗର ଆଲୋଚନା ରହିଛି ।
ଏହା ସହିତ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ବିଭାଗର ଖର୍ଚ୍ଚ ଦାବି ରହିଛି। ବିରୋଧୀ ଦଳ ବିଜେପି ପକ୍ଷରୁ ଜଙ୍ଗଲରେ ନିଆଁ ସରକାର ଚିର ନିଦ୍ରାରେ ଶୀର୍ଷକ ମୁଲତବୀ ପ୍ରସ୍ତାଵ ଦିଆଯାଇଛି ।