ବିଧାନସଭା ଆରମ୍ଭରୁ ହଟ୍ଟଗୋଳ : ପ୍ରଶ୍ନପତ୍ରରେ ବିରୋଧୀ ଦଳ ନେତାଙ୍କ ପ୍ରଶ୍ନ ସ୍ଥାନ ପାଇନଥିବା ଅଭିଯୋଗ
17/02/2020 at 11:16 AM

ଭୁବନେଶ୍ବର ୧୭/୨: ବିଧାନସଭା ଆରମ୍ଭରୁ ହଟ୍ଟଗୋଳ । ପ୍ରଶ୍ନପତ୍ରରେ ବିଜେପି ତରଫରୁ ପଚରା ଯାଇଥିବା ପ୍ରଶ୍ନକୁ ସ୍ଥାନିତ କରାଯାଇନାହିଁ । ଯାହାକୁ ନେଇ ପ୍ରଶ୍ନକାଳରେ ବିଜେପି ସଦସ୍ୟମାନେ ହଟ୍ଟଗୋଳ କରିଥିଲେ । ଫଳରେ ବାଚସ୍ପତି ଗୃହକୁ ୧୧.୩୦ ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି ।

ବିଜେପି ବିଧାୟକ ମୋହନ ମାଝି ଅଭିଯୋଗ କରିଛନ୍ତି ଯେ, ଗୃହ ବିଭାଗର ପ୍ରଶ୍ନ ପଚାରି ଥିବାରୁ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କ ପ୍ରଶ୍ନକୁ କାଟି ଦିଆଯାଇଛି । ମନ୍ତ୍ରୀଙ୍କ ଚାପରେ ବାଚସ୍ପତି ଏପରି କରିଛନ୍ତି, ମନ୍ତ୍ରୀମାନେ ଯାହା ଚାହୁଛନ୍ତି ସେହି ପ୍ରଶ୍ନ ସ୍ଥାନିତ ହେଉଛି । ଯେପର୍ଯ୍ୟନ୍ତ ପ୍ରଶ୍ନ ଲଟେରି ନହେବ ଏବଂ ବାଚସ୍ପତି ଏହା ଉପରେ ରୁଲିଂ ନଦେବେ ବିରୋଧ ଜାରି ରହିବ । ଏନେଇ ୨୮-୦୧-୨୦୨୦ରେ ବାଚସ୍ପତିଙ୍କୁ ଚିଠି ଲେଖିଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ପରେ ୩୧-୦୧-୨୦୨୦ରେ ବାଚସ୍ପତି ଉତ୍ତରରେ କହିଥିଲେ ଲଟେରି କରିବି ଏବଂ ଲଟେରି କିପରି ହେବ ସେ ଉପରେ ଗୁରୁତ୍ବ ଦିଆଯିବ । ହେଲେ ସେମିତି କିଛି ହେଲା ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି ।
