ବିଧାନସଭା ଅଧିବେଶନର ଆଜି ସପ୍ତମ ଦିନ, ଶୂନ୍ୟକାଳରେ ଉଠିପାରେ ଅନେକ ପ୍ରସଙ୍ଗ

Published By : Prameya-News7 Bureau | July 30, 2024 IST

ଭୁବନେଶ୍ୱର ୩୦।୦୭ : ମଙ୍ଗଳବାର ବିଧାନସଭା ଅଧିବେଶନର ସପ୍ତମ ଦିନ l ପଞ୍ଚାୟତିରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଓ ପୌର ଉନ୍ନୟନ,ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ, ଗ୍ରାମ୍ୟ ଉନ୍ନୟନ,ସରକାରୀ ଉଦ୍ୟୋଗ,ଶ୍ରମ ଓ କର୍ମଚାରୀଙ୍କ ରାଜ୍ୟ ବୀମା ପ୍ରଶ୍ନକାଳ ରହିଛି l ବିଧାୟକ ମାନେ ଚାହିଁଲେ ବିଭିନ୍ନ ପ୍ରଶ୍ନ ପଚlରିପlରିବେ l 

ତେବେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କଂଗ୍ରେସ ସ୍ୱାଧିକାର ଭଙ୍ଗ ନୋଟିସ ଆଣି ଗୃହରେ ସୋମବାର ହଟ୍ଟଗୋଳ କରିଥିବାରୁ ମଙ୍ଗଳବାର ଦଳର ଆଭିମୁଖ୍ୟ କଣ ରହିବ ତାହା ଉପରେ ସଭିଙ୍କ ନଜର ରହିଛି l ସେହିପରି ୨୦୨୪-୨୫ ଆର୍ଥିକ ବଜେଟ ଉପରେ ପୁଣି ଥରେ ସାଧାରଣ ଆଲୋଚନା ହେବ l ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲେଖା ଅନୁଦାନ ପାରିତ କରିବା ପାଇଁ ଗୃହର ସହଯୋଗ ଲୋଢିବେ l ବିରୋଧୀଙ୍କ ପକ୍ଷରୁ ମୁଲତବୀ ପ୍ରସ୍ତାବ ଦିଆଯିବ l ଶୂନ୍ୟକାଳରେ ଅନେକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଗୃହରେ ଉଠିବ l

  • Odisha Assembly
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.