scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରଶ୍ନକାଳରେ ବିଜେଡି-ବିଜେପି ମୁହାଁମୁହିଁ, ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ପରେ ୪ଟା ଯାଏଁ ବିଧାନସଭା ମୁଲତବୀ

25/09/2023 at 12:30 PM

ଭୁବନେଶ୍ୱର ୨୫/୦୯: ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ହଙ୍ଗମା । ମୁହାଁମୁହିଁ ବିଜେପି-ବିଜେଡି । ଗୃହ ମଧ୍ୟ ଭାଗରେ ବିଜେପି ସଦସ୍ୟମାନେ ହୋହଲା କରିଥିବା ବେଳେ ବିଜେଡି ସଦସ୍ୟମାନେ ନିଜ ନିଜ ଆସନରେ ପ୍ରତିବାଦ କରିଥିଲେ ।

୫ଟି ସଚିବଙ୍କ ଜିଲ୍ଲା ଗସ୍ତକୁ ନେଇ ବିଧାୟକ ମାନେ ପଚାରିଥିବା ପ୍ରଶ୍ନକୁ ଗ୍ରହଣ ନକରିବା ଏବଂ ମନ୍ତ୍ରୀ ବଡ଼ ନା ସଚିବ ବଡ଼ ନେଇ ବିଜେପି ଆଣିଥିବା ମୁଲତବୀ ବାଚସ୍ପତି ଗ୍ରହଣ କରିନଥିବାରୁ ସେମାନେ ପ୍ରତିବାଦ କରିଥିଲେ । ସେପଟେ ଜାତୀୟ ରାଜପଥ ପ୍ରକଳ୍ପ ଓ coastal highway ପ୍ରସଙ୍ଗ ନେଇ ବିଜେଡି ବି ଗର୍ଜିଥିଲା । ବାଚସ୍ପତି ଦିନ ସାଢେ ଏଗାରଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିଥିଲେ । ପରେ ପୁଣିଥରେ ଆରମ୍ଭ ହୋଇଥିଲା ଗୃହକାର୍ଯ୍ୟ ।

ଏ ପ୍ରସଙ୍ଗରେ ଗୃହରେ ବିବୃତ୍ତି ରଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଥିଲେ ଲୋକଙ୍କ ପାଖରେ ପହଞ୍ଚିଛି CMO । ଯାହା କିଛି ହେଉଛି CMOରୁ ନିର୍ଦ୍ଦେଶ ପରେ ହେଉଛି । ସେ ଆହୁରି କହିଥିଲେ ମୋ ସରକାର ଲୋକଙ୍କ ସରକାର । ଲୋକଙ୍କ ସମସ୍ୟାକୁ ମୋ ସରକାର ଗୁରୁତ୍ୱ ଦେଉଛି । ଏଥିରେ ଦ୍ୱିମତ ହେବାର ନାହିଁ ।

ସେପଟେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ପରେ ଗୃହରେ ଆରମ୍ଭ ହୋଇଥିଲା ହୋ ହଲ୍ଲା ଓ ହଟ୍ଟଗୋଳ । ଫଳରେ ସ୍ଥିତି ଏମିତି ହୋଇଥିଲା ଯେ, ପୁଣି ମୁଲତବୀ ହୋଇଥିଲା ଗୃହ । ଅପରାହ୍ନ ୪ଟା ଯାଏଁ ବିଧାନସଭାକୁ ଣୁଲତବୀ କରିଥିଲେ ବାଚସ୍ପତି ।

   Related Posts