scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିଧାନସଭା ଶୀତ ଅଧିବେଶନ, ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ

20/11/2023 at 1:54 PM

ଭୁବନେଶ୍ୱର ୨୦।୧୧ : ମଙ୍ଗଳବାର ଠାରୁ ଆରମ୍ଭ ହେବ ବିଧାନସଭା ଶୀତ ଅଧିବେଶନ। ଏନେଇ ବିଧାନସଭାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି ।  ପୋଲିସ ଡିଜି ସୁନୀଲ ବଂଶଲ ବିଧାନସଭା ପରିସରରେ  ହୋଇଥିବା ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ।

ଖବର ଅନୁଯାୟୀ, ବିଧାନସଭା ଶୀତ ଅଧିବେଶନର ସୁରକ୍ଷା ଦାୟିତ୍ୱ କମିଶନରେଟ୍‌ ପୋଲିସ ହାତରେ ରହିବ । ବିଧାନସଭା ପରିସର ଏବଂ ବାହାରେ ତ୍ରିସ୍ତରୀୟ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ଭୁବନେଶ୍ୱର ଡିସିପି ନେତୃତ୍ୱରେ ରହିବ ପୁରା ସୁରକ୍ଷା ବ୍ୟବସ୍ଥା । ସୁରକ୍ଷା ଲାଗି ୩୦ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ ହେବେ । ୬ ଜଣ ଅତିରିକ୍ତ ଡିସିପି ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବେ । ଏହାସହ ୧୦୦ରୁ ଅଧିକ ପୋଲିସ କର୍ମଚାରୀ ମୁତୟନ ରହିବେ । ଏହାବାଦ୍‌ ୧୯ ଜଣ ଏସ୍‌ପି, ୨୦ ଜଣ ଇନ୍‌ସିପେକ୍ଟର, ୭୫ ଜଣ ଏସ୍‌ଆଇ ରହିବେ । ପୁରା ବିଧାନସଭା ବାହାର ଓ ଭିତରକୁ ସିସିଟିଭିରେ ନଜର ରଖାଯାଇଛି ।

ସେହିପରି  ରାଲି, ଧାରଣା ଓ ସୁରକ୍ଷାକୁ ନଜର ରଖି ୫ଟି କଣ୍ଟ୍ରୋଲ ରୁମ୍‌ ରହିବ । ଷ୍ଟ୍ରାଇକିଙ୍ଗ ଫୋର୍ସ, କୁଇକ୍‌ ରେସ୍‌ପନ୍ସ ଟିମ୍‌, ସ୍ପେଶାଲ ଟେକ୍ନିକାଲ ୟୁନିଟ ଉପସ୍ଥିତ ରହିବେ ।

   Related Posts