ଗୃହରେ ବିଜେପି-କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ, ସାଢେ ୧୧ଟା ଯାଏଁ ବିଧାନସଭା ମୁଲତବୀ

Published By : Prameya-News7 Bureau | November 29, 2022 IST

ଭୁବନେଶ୍ୱର ୨୯।୧୧ : ଆଜି ବି ଗୃହ ଅଚଳ । ଶିକ୍ଷକଙ୍କ ପ୍ରସଙ୍ଗକୁ ନେଇ ବିଧାନସଭାରେ ହଟ୍ଟଗୋଳ । ଯାହାଫଳରେ ଗୃହକୁ ୧୧.୩୦ ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ।

ଖବର ଅନୁଯାୟୀ, ବିଧାନସଭାରେ ଜାରି ରହିଛି ଶୀତକାଳୀନ ଅଧିବେଶନ । କିନ୍ତୁ ଅଧିବେଶନ ଆରମ୍ଭ ହେବା ଦିନଠାରୁ ବିଭିନ୍ନ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ ଜାରି ରହିଛି । ଯାହାଫଳରେ ଅଧିକାଂଶ ସମୟ ବିଧାନସଭାର ପ୍ରଶ୍ନକାଳ ବାତିଲ ହେବାକୁ ପଡୁଛି । ଏହିକ୍ରମରେ ମଙ୍ଗଳବାର ଦିନ ଶିକ୍ଷକଙ୍କ ପ୍ରସଙ୍ଗକୁ ନେଇ ବିରୋଧୀ ବିଜେପି ଏବଂ କଂଗ୍ରେସ ସଦସ୍ୟମାନେ ଗୃହରେ ପ୍ରବଳ ହଟ୍ଟଗୋଳ ଓ ନାରାବାଜି କରିଥିଲେ ।  ବାଚସ୍ପତିଙ୍କ ରୁଲିଂ କାର୍ଯ୍ୟକାରୀ ନହେବାରୁ ବିରୋଧୀଙ୍କ ପକ୍ଷରୁ  ହଟ୍ଟଗୋଳ ଜାରି ରହିଥିଲା । ଶେଷରେ ଗୃହକାର୍ଯ୍ୟକୁ ସାଢେ ୧୧ଟା ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.