ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ଶୁକ୍ରବାର ମତଦାନ; ଫୋକସରେ ଆଦିବାସୀ ଭୋଟର, ପ୍ରସ୍ତୁତ ପୋଲିଂ ଷ୍ଟେସନ

Published By : Prameya-News7 Bureau | November 16, 2023 IST

ନୂଆଦିଲ୍ଲୀ,୧୬।୧୧: ୧୭ ତାରିଖରେ ଛତିଶଗଡ଼ ଓ  ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ । ଏହାର ୪୮ଘଣ୍ଟା ପୂର୍ବରୁ ଉଭୟ ରାଜ୍ୟରେ ନିର୍ବାଚନୀ ପ୍ରଚାର ଶେଷ ହୋଇଛି । ଛତିଶଗଡ଼ରେ ଦୁଇଟି ପର୍ଯ୍ୟାୟରେ ମତଦାନ ହେଉଥିବା ବେଳେ ମଧ୍ୟପ୍ରଦେଶରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ତେବେ ଚଳିତ ବିଧାନସଭା ନିର୍ବାଚନରେ ଫୋକସରେ ଆଦିବାସୀ ଭୋଟର ରହିଛି । ସେପଟେ ନିର୍ବାଚନ ପୂର୍ବରୁ ପୋଲିଂ ଷ୍ଟେସନରେ ପୋଲିଂ ପାର୍ଟି ପହଞ୍ଚି ସାରିଲେଣି । ଭୋଟିଂ ପାଇଁ ଇଭିଏମ୍ ମେସିନ୍ ପ୍ରସ୍ତୁତ ହୋଇ ରହିଛି ।  

ଛତିଶଗଡ଼ରେ ମୋଟ ଜନସଂଖ୍ୟାର ୩୦.୬ ପ୍ରତିଶତ ହେଉଛନ୍ତି ଅନୁସୂଚୀତ ଜନଜାତି । ସେହିପରି ମଧ୍ୟପ୍ରଦେଶରେ ଏମାନଙ୍କ ସଂଖ୍ୟା ୨୧.୧ ପ୍ରତିଶତ । ଏଭଳିସ୍ଥଳରେ ଉଭୟ ରାଜ୍ୟରେ ଫୋକସ୍‌ ଆଦିବାସୀ ଭୋଟ୍‌ ଉପରେ ରହିଛି । ଆଦିବାସୀ ସଂପ୍ରଦାୟର ବିକାଶ ଲାଗି ରାଜନୈତିକ ଦଳଗୁଡ଼ିକ ବିଭିନ୍ନ ପ୍ରତିଶ୍ରୁତି ଦେଇଛନ୍ତି ।  ଦ୍ୱିତୀୟ ପର୍ଯ୍ୟାୟ ଲାଗି ନିର୍ବାଚନ ପ୍ରଚାର କଥା କହିବାକୁ ଗଲେ ଛତିଶଗଡ଼ରେ ଭୋଟରଙ୍କ ମନ ଜିଣିବାକୁ ବିରୋଧୀ ବିଜେପି ଏବଂ ଶାସକ କଂଗ୍ରେସ ପକ୍ଷରୁ ଜୋରଦାର ପ୍ରୟାସ ଜାରି ରହିଛି । ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାରର ମଙ୍ଗ ଧରିଥିଲେ । ସେ ୪ଟି ରାଲି କରି ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ଦୁର୍ନୀତିର ଚିଠା ଖୋଲିଥିଲେ । ତାଙ୍କ ବ୍ୟତୀତ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ, ରାଜନାଥ  ସିଂହ, ସ୍ମୃତି ଇରାନୀ, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା  ମଧ୍ୟ ଦଳ ପାଇଁ ପ୍ରଚାର କରିଥିଲେ ।

wp:html /wp:html

ସେପଟେ ଭୁପେଶ ବାଘେଲ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଜନମଙ୍ଗଳକାରୀ ଯୋଜନାକୁ ଭିତ୍ତି କରି କଂଗ୍ରେସ  ନିର୍ବାଚନ ପ୍ରଚାର କରିଥିଲା । ରାଜ୍ୟର ୯୦ଟି ବିଧାନସଭା ଆସନ ମଧ୍ୟରୁ  ୭୦ଟି ଆସନରେ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ  ହେବ । ରାଜିମ ଜିଲ୍ଲାରେ ନକ୍ସଲ ପ୍ରଭାବିତ ବିନ୍ଦ୍ରାନବାଗଡ଼  ଆସନରେ ଥିବା ୯ଟି ପୋଲିଂ ବୁଥକୁ ବାଦ୍‌ଦେଲେ ଅନ୍ୟ  ସବୁ ସ୍ଥାନରେ ସକାଳ ୮ଟାରୁ ଭୋଟଗ୍ରହଣ ଆରମ୍ଭ  ହୋଇ ସନ୍ଧ୍ୟା ୫ଟା ଯାଏ ଚାଲିବ । ନକ୍ସଲ ପ୍ରଭାବିତ  ପୋଲିଂ ବୁଥ୍‌ରେ ସକାଳ ୭ଟାରୁ ଅପରାହ୍ଣ ୩ଟାଯାଏ ମତଦାନ ଅନୁଷ୍ଠିତ ହେବ ।

wp:embed {"url":"https://www.prameyanews7.com/rajasthan-bjp-leader-expelled-for-contesting-against-partys-candidate/","type":"wp-embed","providerNameSlug":"prameya-news-7"}
https://www.prameyanews7.com/rajasthan-bjp-leader-expelled-for-contesting-against-partys-candidate/
/wp:embed

ଦ୍ୱିତୀୟ ପର୍ଯ୍ୟାୟରେ  ମୋଟ୍ ୯୫୮ ଜଣ ପ୍ରାର୍ଥୀ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୮୨୭ ପୁରୁଷ, ୧୩୦ ମହିଳା ଏବଂ ଜଣେ ତୃତୀୟଲିଙ୍ଗୀ ସାମିଲ ରହିଛନ୍ତି । ୧,୬୩,୧୪,୪୭୯ଜଣ ଭୋଟର ୯୫୮ ପ୍ରାର୍ଥୀଙ୍କ ଶୁକ୍ରବାର ଭାଗ୍ୟ ନିର୍ଦ୍ଧାରଣ କରିବେ । ସେଥିମଧ୍ୟରେ ୮୧, ୭୨, ୧୭୧ ଜଣ ମହିଳା ଏବଂ  ୬୮୪ଜଣ ତୃତୀୟଲିଙ୍ଗୀ ସାମିଲ । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ୧୮,୮୩୩ଟି ପୋଲିଂ ବୁଥ୍‌ ସ୍ଥାପନ  କରାଯାଇଛି । ୭୦୦ ବୁଥ୍‌କୁ ମହିଳା ପରିଚାଳନା କରିବେ ।  ମଧ୍ୟପ୍ରଦେଶର ୨୩୦ଟି ବିଧାନସଭା ଆସନ ଲାଗି ଗୋଟିଏ ପର୍ଯ୍ୟାୟରେ ଭୋଟଗ୍ରହଣ ଅନୁଷ୍ଠିତ ହେବ । ୫.୬ କୋଟି ଭୋଟର ୨୫୩୪ ଜଣ ପ୍ରାର୍ଥୀଙ୍କ  ଭାଗ୍ୟ ନିର୍ଦ୍ଧାରଣ କରିବେ । ସକାଳ ୭ଟାରୁ ସନ୍ଧ୍ୟା  ୬ଟା ମଧ୍ୟରେ ଭୋଟଗ୍ରହଣ କରାଯିବ । ତେବେ  ବାଲାଘାଟ, ଡିଣ୍ଡୋରିର ୪୦ ଏହଂ ମଣ୍ଡଳାର ୫୫ଟି  ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ୩ଟା ଯାଏ ମତଦାନ  ହେବ । ରାଜ୍ୟରେ ମୋଟ ୬୫,୫୨୩ଟି ମତଦାନ  କେନ୍ଦ୍ର ସ୍ଥାପନ କରାଯାଇଛି । ଏହାପୂର୍ବରୁ ଗତ ୭ରେ ଛତିଶଗଡ଼ରେ ପ୍ରଥମ  ପର୍ଯ୍ୟାୟରେ ୨୦ଟି ଆସନ ଲାଗି ଭୋଟ୍‌ଗ୍ରହଣ ହୋଇଥିଲା ।  ଡିସେମ୍ବର ୩ରେ ଦୁଇ ରାଜ୍ୟରେ ଭୋଟଗଣତି ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.