oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ଆଜିଠୁ ବଜେଟ୍ ଅଧିବେଶନ, ବିଭିନ୍ନ ପ୍ରସଙ୍ଗକୁ ନେଇ ଏଥର ସରଗରମ ହେବ ବିଧାନସଭା

18/02/2021 at 7:31 AM

ଭୁବନେଶ୍ୱର ୧୮।୦୨: ଆଜିଠୁ ବିଧାନ ସଭାର ବଜେଟ ଅଧିବେଶନ । ରାଜ୍ୟପାଳଙ୍କ ଅଭିଭାଷଣରେ ମୋ ସରକାରର ଚିତ୍ର ରଖିବେ ରାଜ୍ୟ ସରକାର। ବିଧାନସଭାର ବଜେଟ ଅଧିବେଶନ ଏଥର ସରଗରମ ରହିବ। ଗୃହରେ ସରାକରଙ୍କୁ ଘେରିବାକୁ ରଣନୀତି କରିଛନ୍ତି ବିରୋଧୀ।

ଧାନ କିଣାରେ ଅବ୍ୟବସ୍ଥା, ସୀମା ବିବାଦ, ଆଇନ ଶୃଙ୍ଖଳା, ଶିକ୍ଷା, ସ୍ବାସ୍ଥ୍ୟ , ବେକାରୀ ସମସ୍ୟାକୁ ଗୃହରେ ପ୍ରସଙ୍ଗ କରିବେ ବିଜେପି ଓ କଂଗ୍ରେସ । ଏପଟେ ବିରୋଧୀଙ୍କୁ ସାମ୍ନା କରିବାକୁ ଶାସକ ଦଳ ମଧ୍ୟ ରଣନୀତି ପ୍ରସ୍ତୁତ କରିଛି। ବିରୋଧୀ ଦଳ ଯେଉଁ ପ୍ରସଙ୍ଗ ବିଧାନସଭାରେ ଉଠାଇବେ ସେସବୁକୁ ଆଲୋଚନା କରାଯିବ ବୋଲି କହିଛି ଶାସକ ବିଜେଡି। ତେବେ କରୋନା ସ୍ଥିତି ଦେଖି ପୂର୍ବ ଅଧିବେଶନ ଅପେକ୍ଷା ଏଥିର ଅଧିବେଶନ କେମିତି ରହିବ ତାହାର ସମୟ ନିର୍ଘଣ୍ଟ ହୋଇଛି। ଏଥର ପ୍ରଶ୍ନ କାଳ ରହିବ।

ବିଧାନସଭାର ପୂର୍ବହ୍ନ ଅଧିବେଶନ ସକାଳ ୧୦ଟା୩୦ରୁ ୧ଟା ୩୦ ମିନିଟ ଏବଂ ଅପରାହ୍ନରେ ୪ଟାରୁ ୬ଟାପର୍ଯ୍ୟନ୍ତ ଚାଲିବ । ପୂର୍ବପରି ୧୦ଟା୩୦ରୁ ୧୧ଟା୩୦ ଏକ ଘଣ୍ଟା ରହିବ ପ୍ରଶ୍ନ କାଳ। ତାପରେ ଶୂନ୍ୟକାଳ। ମୂଲତବୀ ପ୍ରସ୍ତାବ ଉପରେ ଦେଢ଼ଘଣ୍ଟା ଆଲୋଚନା ହେବ। ଏଥିରେ ବିରୋଧୀ ଓ ଶାସକ ଦଳ ମଧ୍ୟରେ ସମୟ ବଣ୍ଟା ଯାଇଛି। ବିରୋଧୀ ଦଳ ୫୫ମନିଟ ଏବଂ ଶାସକ ଦଳକୁ ୩୫ମିନିଟ ସମୟ ଦିଆଯାଇଛି।

ସେହିପରି ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ଚାଲିବ ବଜେଟ ଅଧିବେଶନ। ଏହି ବଜେଟ ଅଧିବେଶନରେ ୩୧ ଟି କାର୍ଯ୍ୟଦିବସ ରହିଛି। ଦୁଇଟି ପର୍ଯ୍ୟାୟରେ ବିଧାନସଭା ବସିବ। ପ୍ରଥମ ପର୍ଯ୍ୟୟ ଆଜିଠୁ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୨ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଆସନ୍ତା ୨୨ ତାରିଖରେ ଗୃହରେ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

   Related Posts