ବିଧାନସଭା ମୌସୁମୀ ଅଧିବେଶନ ; ଆଜି ବି ଚାଲିପାରିଲାନି ବିଧାନସଭାର ପ୍ରଶ୍ନକାଳ

Published By : Prameya-News7 Bureau | September 18, 2018 IST

ଭୁବନେଶ୍ବର ୧୮|୯: ଆଜି ବି ଚାଲିପାରିଲାନି ବିଧାନସଭାର ପ୍ରଶ୍ନକାଳ । ଉଭୟ ଶାସକ ଓ ବିରୋଧ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ପ୍ରଶ୍ନକାଳ ଚାଲିପାରିନାହିଁ ଗୃହ । ଫଳରେ ବାଚସ୍ପତି ଗୃହକୁ ଦିନ ୧୧ଟା ୩୦ ଯାଏଁ ମୁଲତବୀ ଘୋଷଣା କରିଛନ୍ତି । ଆଜି ବି ସେଇ ସମାନ ଚିତ୍ର ଦେଖିବାକୁ ମିଳିଳା । ୫ତାରିଖରୁ ସବୁବେଳେ ଗୃହକୁ ମୁଲତବୀ କରୁଛନ୍ତି ବାଚସ୍ପତି । ଗୃହ ଆରମ୍ଭରୁ ବିରୋଧୀମାନେ ଗୃହ ମଧ୍ୟଭାଗକୁ ଆସି ହଙ୍ଗାମା ହୋହଲ୍ଲା କରିଥିଲେ । ଚାରା ଦୁର୍ନୀତିକୁ ନେଇ ବିରୋଧୀ ସଦସ୍ୟ ଗୃହ ମଧ୍ୟଭାଗକୁ ଆସି ହୋହଲ୍ଲା କରିବା ଫଳରେ ଗୃହ ଚାଲିପାରନଥିଲା । ଶ୍ରୀମନ୍ଦିର ଉପରେ ହେଲିକପ୍ଟର ଉଡିବା ଘଟଣାକୁ ନେଇ ବିଜେଡି ସଦସ୍ୟମାନେ ଗୃହରେ ହଟ୍ଟଗୋଳ କରିଥିଲେ । ଫଳରେ ବାଚସ୍ପତି ଗୃହକୁ ଦିନ ୧୧ଟା ୩୦ ଯାଏଁ ମୁଲତବୀ ଘୋଷଣା କରିଥିଲେ । ଏହାପରେ ବିଜେଡି ସଦସ୍ୟମାନେ ବିଧାନସଭା ପରିସରରେ ଥିବା ଗାନ୍ଧିମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.