ମୌସୁମୀ ଅଧିବେଶନ ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ, ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବୀ
3/10/2023 at 1:18 PM

ଭୁବନେଶ୍ୱର ୦୩/୧୦: ଚାଲୁଛି ଅଳ୍ପ ବନ୍ଦ ବେଶି । ଆରମ୍ଭ ହୋଇଥିବା ବିଧାନସଭା ସଂକ୍ଷୀପ୍ତ ମୌସୁମୀ ଅଧିବେଶନ ବାରମ୍ୱାର ମୁଲତବୀ । ବିରୋଧୀ ହୋହଲ୍ଲା ହଟ୍ଟଗୋଳରେ କମ୍ପୁଛି ଗୃହ । ଚାଲିପାରୁନି ପ୍ରଶ୍ନକାଳ ।
ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ହେତୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ କରିଛନ୍ତି ବାଚସ୍ପତି । ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିରୁ ଜନବିରୋଧୀ ଶବ୍ଦକୁ ବାଦ ଦେବାକୁ ଦାବି । ବାଚସ୍ପତିଙ୍କ ପୋଡିୟମ ନିକଟରେ ବିଜେପି ସଦସ୍ୟଙ୍କ ନାରାବାଜି ।
ସୂଚନା ଥାଉକି, ଛୁଟି ପରେ ମଙ୍ଗଳବାର ଆରମ୍ଭ ହୋଇଥିଲା ବିଧାନସଭା ଅଧିବେଶନ । ଆରମ୍ଭରୁ ହଙ୍ଗାମା କରିଥିଲେ ବିରୋଧୀ । ବାଚସ୍ପତିଙ୍କ ପୋଡିୟମ ନିକଟରେ ନାରବାଜି କରିଥିଲେ ବିରୋଧୀ । ଫଳରେ ଚାଲିପାରିନଥିଲା ଗୃହକାର୍ଯ୍ୟ । ପରିସ୍ଥିତି ଏମିତି ହୋଇଥିଲା ଯେ ବାଧ୍ୟହୋଇ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ।
you can alos read….