ଆମେରିକା ଘରୋଇ ସ୍କୁଲ ଗୁଳିକାଣ୍ଡ ଘଟଣା; ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି

Published By : Prameya-News7 Bureau | March 28, 2023 IST

ଓ୍ବାଶିଂଟନ: ଆମେରିକା ଘରୋଇ ସ୍କୁଲ ଗୁଳିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି । ମୃତକଙ୍କ ମଧ୍ୟରେ ୩ଜଣ ଛୋଟ ପିଲା ରହିଥିବା ଜଣାପଡ଼ିଛି । ସେହିପରି ଏହି ହିଂସାକାଣ୍ଡରେ ଅନେକ ଆହତ ହୋଇଛନ୍ତି । ଟେନେସୀ ନାସଭିଲେର ଏକ ପ୍ରାଇଭେଟ୍ ସ୍କୁଲ ସୋମବାର ଗୁଳିକାଣ୍ଡ ହୋଇଥିଲା । ଆତତାୟୀ ମାନେ ହଠାତ୍ ସ୍କୁଲ ଭିତରେ ପଶି ଗୁଳିମାଡ଼ କରିଥିଲେ।

ନାସଭିଲେ ପୋଲିସ୍‌ ସୂଚନା ଅନୁଯାୟୀ, କଭେନାଣ୍ଟ ସ୍କୁଲ କୋଭେନାଣ୍ଟ ପ୍ରେସ୍ବିଟେରିୟନ ଚର୍ଚରେ ଏହି ଗୁଳିମାଡ଼ ହୋଇଛି । ନର୍ସରୀରୁ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୨୦୦ରୁ ଅଧିକ ଛାତ୍ରଛାତ୍ରୀ ସ୍କୁଲରେ ଉପସ୍ଥିତ ଥିବା ଦୁର୍ବୃତ୍ତମାନେ ଆତର୍କିତ ଗୁଳିମାଡ଼ କରିଥିଲେ । ଏହି ଘଟଣାରେ ୩ଜଣ ଛୋଟ ପିଲା, ୩ଜଣ ବୟସ୍କ ଏବଂ ଜଣେ ସନ୍ଦିଗ୍ଧଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ଅନେକ ଆହତ ହୋଇଥିବା ଜଣାପଡ଼ିଛି । ଆହତଙ୍କୁ ପୋଲିସ ଉଦ୍ଧାର ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।  

ସେପଟେ ଅପରାଧୀଙ୍କୁ ପୋଲିସ ଏନକାଣ୍ଟର କରିଥିବା ଜଣାପଡ଼ିଛି । ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ସ୍କୁଲ ପରିସରରେ ପୋଲିସକର୍ମୀ ନିୟୋଜିତ ହୋଇଛନ୍ତି । ତେବେ ଗୁଳିକାଣ୍ଡର କାରଣ ଏବେବି ଅସ୍ପଷ୍ଟ ରହିଛି । ପୋଲିସ ଘଟଣାରେ ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.