Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ରିଲ୍ସ ପାଇଁ ଖେଳାଇଲେ ଆତଙ୍କ, ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ଡ଼୍ରାଇଭରଙ୍କୁ ଆକ୍ରମଣ, ୩ ଅଟକ

13/02/2023 at 9:54 PM

ବାରଙ୍ଗ: ରିଲ୍ସ ପାଇଁ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ  ଡ଼୍ରାଇଭରଙ୍କୁ ଆକ୍ରମଣ। ଅଧଘଣ୍ଟା ଧରି ଖେଲାଇଲେ ଆତଙ୍କ।ଆକ୍ରମଣକୁ ବିରୋଧ କରିବାରୁ ସ୍ଥାନୀୟ ଲୋକଙ୍କୁ ମଧ୍ୟ ହେଲା ଆକ୍ରମଣ।ଥାନାରେ ଲିଖିତ ଅଭିଯୋଗ କଲେ ଡ୍ରାଇଭର ଏବଂ ଅଭିଭାବକ।

ସହିଦ୍ ନଗର ଥାନା ଅନ୍ତର୍ଗତ ଖଣ୍ଡୁଆଳ ମନ୍ଦିର ନିକଟସ୍ଥ ବିଡ଼ିଏ ପାର୍କରେ କିଛି ଅସାମାଜିକ ଯୁବକଙ୍କ ଉନ୍ମତ୍ତ କାଣ୍ଡ। ଘଟଣାରେ ସଂପୃକ୍ତ ଯୁବକମାନେ ରିଲ୍ସ୍ କରିବା ସମୟରେ ସ୍କୁଲ୍ ବସ୍ ଯିବା ଆସିବା କରୁଥିବାରୁ ବାଧା ସୃଷ୍ଟି ହେବା ଫଳରେ ଅତର୍କିତ ଆକ୍ରମଣ କରିଥିଲେ। ଡ୍ରାଇଭରଙ୍କୁ ଆକ୍ରମଣ କରିବାରୁ ସେଠାରେ ଥିବା ସ୍କୁଲ୍ ପିଲା ଆକ୍ରମଣକାରୀ ଙ୍କୁ ଯେତେ ନେହୁରା ହୋଇଥିଲେ ମଧ୍ୟ ସେମାନେ ଶୁଣିନଥିଲେ ଓ ପିଲାମାନଙ୍କୁ ଆକ୍ରମଣ କରିଥିଲେ। ଘଟଣାରେ ବସର କାଚ ଭାଙ୍ଗି ଯାଇଛି।

ଏନେଇ ସହିଦ୍ ନଗର ଥାନାରେ ସ୍କୁଲ୍ ଡ୍ରାଇଭର ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ୍ ମାମଲାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରିବା ସହ ସିସିଟିଭି ଆଧାରରେ ତଦନ୍ତ ଚଳାଇଛି। ସେପଟେ ରାଜଧାନୀରେ ଦିନ ଦ୍ୱିପ୍ରହରରେ ସ୍କୁଲ୍ ବସ୍ ଆକ୍ରମଣ ଘଟଣାକୁ ନିନ୍ଦା କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସହିଦ୍ ନଗର ଥାନାରେ ଦାବି କରିଛନ୍ତି।

   Related Posts