ଅଯୋଧ୍ୟା ପ୍ରସଙ୍ଗରେ ଓବେସୀଙ୍କର ପ୍ରତିକ୍ରିୟା – ଦାନରେ ଦରକାର ନାହିଁ ଜମି

Published By : Prameya-News7 Bureau | November 09, 2019 IST

ହାଇଦ୍ରାବାଦ – ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଆସିଛି । ଏହି ରାୟକୁ ଗ୍ରହଣ କରୁନାହାନ୍ତି ବୋଲି ଏଆଇଏମ୍‌ଏମର ମୁଖ୍ୟ ଅସଦୁଦ୍ଦିନ ଓବେସୀ କହିଛନ୍ତି । ସେ ସୁପ୍ରିମକୋର୍ଟଙ୍କ ରାୟରେ ଅସନ୍ତୁଷ୍ଟ ଥିବା କଥା କହିଛନ୍ତି ।

ମସ୍‌ଜିଦ୍‌ ପାଇଁ ଦାନରେ  ୫ ଏକର ଜମି ଗ୍ରହଣ କରିବା ଉଚିତ୍‌ ନୁହେଁ ବୋଲି କହିଛନ୍ତି । ଏହା ତାଙ୍କର ବ୍ୟକ୍ତିଗତ ମତ । ସୁନ୍ନି ଓ୍ୱାକଫ ବୋର୍ଡ ଏହା ଉପରେ ନିଷ୍ପତ୍ତି ଗ୍ରହଣ କରିବ ବୋଲି ସେ କହିଛନ୍ତି । ଓ୍ୱାକଫ ବୋର୍ଡ ଜମି ଗ୍ରହଣ କରିବ କି ନାହିଁ ଏହା ତାଙ୍କ ପରେ ନିର୍ଭର କରୁଛି ବୋଲି ସେ କହିଛନ୍ତି ।

wp:gallery {"ids":[181393]} /wp:gallery

ଏହି ରାୟରେ ସେ ସନ୍ତୁଷ୍ଟ ନ ଥିବା କଥା କହିଛନ୍ତି । ଏଥିପାଇଁ ଆଇନଗତ ଲଢେଇ ଜାରି ରହିବା ଦରକାର ବୋଲି ସେ କହିଛନ୍ତି । ଭାରତର ନାଗରିକ ହିସାବରେ ସେ ଅଦାଲତଙ୍କର ଏହି ଫଇସାଲାରେ ସନ୍ତୁଷ୍ଟ ନଥିବା କଥା କହିଛନ୍ତି  । ଏ ବିଷୟରେ ସେ ସଂଘ ଓ ସରକାରଙ୍କୁ ସମାଲୋଚନା  କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.