ନୂଆଦିଲ୍ଲୀ: ଆସାମରେ ଅନୁପ୍ରବେଶ ନେଇ କେନ୍ଦ୍ର ସରକାରଙ୍କୁ ତଥ୍ୟ ମାଗିଲେ ସୁପ୍ରିମକୋର୍ଟ। ୨୫ ମାର୍ଚ୍ଚ ୧୯୭୧ ମସିହା ପରେ କେତେ ଅନୁପ୍ରବେଶକାରୀ ଆସାମରେ ଅନୁପ୍ରବେଶ କରିଛନ୍ତି ତାର ତଥ୍ୟ ଦିଅ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନାଗରିକ ଆଇନର ବିବାଦୀୟ ଧାରା ୬କୁ ନେଇ ବ୍ୟାପକ ସମୀକ୍ଷା ପ୍ରକ୍ରିୟାରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି।
ନାଗରିକ ଆଇନ ୧୯୫୫ର ଧାରା ୬ଏ ର ବୈଦ୍ଧତାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକାଧିକ ଆବେଦନ କରାଯାଇଛି। ମଙ୍ଗଳବାର ଠାରୁ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ସହ ୫ ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିଛନ୍ତି।
ଆସାମ ଚୁକ୍ତିକୁ କାର୍ଯ୍ୟକାରୀ କରିବାକୁ ଏହି ଧାରା ବହୁତ ଗୁରୁତ୍ୱ ବହନ କରୁଛି। ସେକ୍ସନ ୬ଏ ଅନୁସାରେ, ୧ ଜାନୁଆରୀ ୧୯୬୬ରୁ ମାର୍ଚ୍ଚ ୨୫ ତାରିଖ ୧୯୭୧ ପର୍ଯ୍ୟନ୍ତ ଯେଉଁ ଅନୁପ୍ରବେଶକାରୀମାନେ ଆସାମରେ ଅନୁପ୍ରବେଶ କରିଥିବେ ସେମାନେ କେବଳ ଭାରତର ନାଗରିକତା ପାଇଁ ଆବେଦନ କରିପାରିବେ।
ତେଣୁ ଧାରା ୬ଏର ବୈଦ୍ଧାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ୍ କରାଯାଇଛି। ଆବେଦନକାରୀଙ୍କ ପକ୍ଷରେ କେସ୍ ଲଢ଼ୁଛନ୍ତି ବରିଷ୍ଠ ଓକଲି କପିଲ ଶିବଲ। ଶୁକ୍ରବାର ଶୁଣାଣି ବେଳେ କପିଲ ଶିବଲ ଇତିହାସରେ ଜନସଂଖ୍ୟା ଟ୍ରାକ୍ କରିବାର ଜଟିଳତା ରହିଛି ବୋଲି କହିଥିଲେ। ଶୁଣାଣି ସମୟରେ ଶିବଲ କହିଛନ୍ତି, "ଲୋକ ଏବଂ ଜନସଂଖ୍ୟାର ସ୍ଥାନାନ୍ତରଣ ଇତିହାସରେ ଅନ୍ତର୍ନିହିତ ଏବଂ ଏହାକୁ ମପା ଯାଇପାରିବ ନାହିଁ। ଯଦି ଆପଣ ଆସାମର ଇତିହାସକୁ ଦେଖିବେ ତେବେ ଆପଣ ଅନୁଭବ କରିବେ ଯେ କେଉଁମାନେ ଆସିଛନ୍ତି ତାହା ଜାଣିବା ଅସମ୍ଭବ।"
ପଢ଼ନ୍ତୁ-ଅବସରପ୍ରାପ୍ତ IPS ଲାଲଦୁହୋମା ହେଲେ ମିଜୋରାମ ମୁଖ୍ୟମନ୍ତ୍ରୀ, ଏକଦା ଥିଲେ ଇନ୍ଦିରାଙ୍କ ସୁରକ୍ଷା ଦାୟିତ୍ୱରେ
ଶିବଲ ଆହୁରି କହିଛନ୍ତି ଯେ ଆସାମ ପ୍ରଥମରେ ମିଆଁମାରର ଏକ ଅଂଶ ଥିଲା। ୧୮୨୪ ମସିହାରେ ବ୍ରିଟିଶମାନେ ଏହି ଅଞ୍ଚଳର କିଛି ଅଂଶ ଦଖଲ କରିବା ପରେ ଏକ ଚୁକ୍ତି ହୋଇଥିଲା। ଯେଉଁଥିରେ ଆସାମ ବ୍ରିଟିଶମାନଙ୍କୁ ହସ୍ତାନ୍ତର କରାଯାଇଥିଲା। ବ୍ରିଟିସ ସମୟରୁ କେତେ ଲୋକ ସ୍ଥାନାନ୍ତରଣ ହୋଇଛନ୍ତି ତାହା ଆପଣ କଳ୍ପନା କରିପାରିବ କି ?
ଆସାମରେ ଧାରା ୬ଏକୁ ନେଇ ବିବାଦ ହେଲା ସେଠାରେ ମୂଳବାସିନ୍ଦା ମାନଙ୍କ ଅଭିଯୋଗ ଯେ ବାଂଲାଦେଶରୁ ଆସିଥିବା ଲୋକଙ୍କୁ ରାଜ୍ୟରେ ସ୍ଥାନ ମିଳିବାରୁ ମୁଳଅଧିବାସୀଙ୍କ ସମସ୍ୟା ହେବା ସହ ପରମ୍ପରା ଓ ସଂସ୍କୃତିକୁ କ୍ଷତି ପହଞ୍ଚିଛି। ତେଣୁ ଅନୁପ୍ରବେଶକାରୀଙ୍କୁ ତୁରନ୍ତ ବିଦା କରାଯାଉ ବୋଲି ସେ ଦାବି କରିଛନ୍ତି।
ସିଜେଆଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଗଠିତ ଜଷ୍ଟିସ୍ ଏଏସ୍ ବୋପାନ୍ନା, ଏମ୍ଏମ୍ ସୁନ୍ଦରେଶ, ଜେବି ପାରର୍ଡିୱାଲା ଏବଂ ମନୋଜ ମିଶ୍ରଙ୍କୁ ନେଇ ଗଠିତ ସର୍ବୋଚ୍ଚ ଅଦାଲତର ସମ୍ବିଧାନ ବେଞ୍ଚ, ଧାରା ୬ଏ ର ସାମ୍ବିଧାନିକ ବୈଧତା ଯାଞ୍ଚ କରୁଛନ୍ତି। ଏହି ଧାରା ଆସାମର ସାମାଜିକ-ରାଜନୈତିକ ଦୃଶ୍ୟ ପୃଷ୍ଠଭୂମି ଉପରେ ସୁଦୂରପ୍ରସାରୀ ପ୍ରଭାବ ପକାଇପାରେ କି ନା ତାହା ଯାଞ୍ଚ କରୁଛନ୍ତି