୧୪ ବର୍ଷରୁ କମ୍ ବୟସର ଝିଅଙ୍କୁ ବିବାହ କଲେ ପକ୍ସୋ ଆକ୍ଟ ଅନୁଯାୟୀ ରୁଜୁ ହେବ ମାମଲା, ଏହି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

Published By : Prameya-News7 Bureau | January 24, 2023 IST

ନୂଆଦିଲ୍ଳୀ, ୨୪/୦୧: ୧୪ ବର୍ଷରୁ କମ୍ ବୟସରୁ ଝିଅଙ୍କୁ ବିବାହ କରୁଥିବା ବ୍ୟକ୍ତିଙ୍କୁ ଗିରଫ କରାଯିବ। ମଙ୍ଗଳବାର ଏଭଳି ଘୋଷଣା କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା। ମୁଖ୍ୟମନ୍ତ୍ରୀ କହିଛନ୍ତି ଏଭଳି ବ୍ୟକ୍ତିଙ୍କୁ ପକ୍ସୋ ଆକ୍ଟ ଅନୁଯାୟୀ ଗିରଫ କରିବା ନେଇ ନିଷ୍ପତ୍ତି ନିଆଯାଇଛି। ସେ କହିଛନ୍ତି ବାଲ୍ୟବିବାହ ଉଚ୍ଚ ମାତୃ ଏବଂ ଶିଶୁ ମୃତ୍ୟୁ ହାରର କାରଣ। ଏହାକୁ ରେକାଯିବା ଜରୁରୀ। ସେ କହିଛନ୍ତି ୩୧ ପ୍ରତିଶତ ବିବାହ ନିର୍ଦ୍ଦାରିତ ବୟସ ସୀମା ତଳେ ରହିଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ୧୪-୧୮ ବର୍ଷ ବୟସର ଝିଅଙ୍କ ସହ ବିବାହ କରୁଥିବା ପୁରୁଷଙ୍କୁ ପକ୍ସୋ ଆକ୍ଟ ୨୦୦୬ ଅନୁଯାୟୀ ମକଦ୍ଦମା କରାଯିବ ଏବଂ ଏହାକୁ ଆଇନ୍‌ ଅନୁଯାୟୀ ତାଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ନିଆଯିବ। ଏହା ସହ ପୋଲିସକୁ ରାଜ୍ୟରେ ବାଲ୍ୟ ବିବାହ ବିରୋଧରେ ବ୍ୟାପକ କାର୍ଯ୍ୟାନୁଷ୍ଠାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତି ଗାଁର ଜଣେ ବାଲ୍ୟ ସଂରକ୍ଷଣ ଅଧିକାରୀ ନିଯୁକ୍ତ କରାଯିବ ଏବଂ ଗ୍ରାମ ପଞ୍ଚାୟତ ସଚିବଙ୍କ କର୍ତ୍ତବ୍ୟ ସେମାନେ ନିଜ ଅଞ୍ଚଳରେ ହେଉଥିବା କୌଣସି ବାଲ୍ୟ ବିବାହ ବିରୋଧରେ ଅଭିଯୋଗ ରୁଜୁ କରିପାରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.