ମଣିପୁରରେ ଆସାମ ରାଇଫଲସ୍ ର ପାଟ୍ରୋଲିଂ ପାର୍ଟି ଉପରେ ଆକ୍ରମଣ, ଆଇଇଡି ବିସ୍ଫୋରଣ

Published By : Prameya-News7 Bureau | November 16, 2023 IST

ଇମ୍ଫାଲ ୧୬।୧୧: ମଣିପୁର ଟେଂଗ୍ନୋପାଲ ଜିଲ୍ଲାରେ ଗୁରୁବାର ଆଇଇଡି ଦ୍ୱାରା ଆସାମ ରାଇଫଲସର ଏକ ପାଟ୍ରୋଲିଂ ଟିମ୍‌କୁ ଟାର୍ଗେଟ୍ କରାଯାଇଛି। ତେବେ ଟାର୍ଗେଟ୍ କରାଯାଇଥିବା ବାହାନରେ ଥିବା ଜଣେ ବି ସୁରକ୍ଷା କର୍ମୀ ୧୦ଟି ବିସ୍ଫୋରଣରେ ଆହତ ହୋଇନଥିବା ଅଧିକାରୀକ ବୟାନରେ କୁହାଯାଇଛି। ଏହି ଘଟଣା ପୂର୍ବାହ୍ନ ୮ଟା ୧୫ ମିନିଟ୍‌ରେ ଟେଂଗ୍ନୋପାଲ ଜିଲ୍ଲାର ସ୍ୟାବୋଲ ସିଭିଲ ଲାଇନ୍ସରେ ହୋଇଛି। ତେବେ ଏହି ଆକ୍ରମଣ ଅଜ୍ଞାତ ବିଦ୍ରୋହୀଙ୍କ ଦ୍ୱାରା କରାଯାଇଥିବା ଆସାମ ରାଇଫଲସ୍ ର ଅଧିକାରୀ କହିଛନ୍ତି।

{"id":870609,"sizeSlug":"full","linkDestination":"none"}

ସୂଚନା ଅନୁସାରେ ସ୍ୟାବୋଲରେ କମ୍ପାନୀ ସଞ୍ଚାଳନ ବେସ୍‌ରୁ ୨୦ ଆସାମ ରାଇଫଲସ୍‌ ର ଏକ ପାଟ୍ରୋଲିଂ ପାର୍ଟି ପୂର୍ବାହ୍ନରେ କ୍ଷେତ୍ରର ପାଟ୍ରୋଲିଂ ନିମନ୍ତେ ବାହାରିଥିଲେ। ପାଟ୍ରୋଲିଂ ପାର୍ଟି ଆଣ୍ଟି ମାଇନ୍ସ ବାହନରେ ପାଟ୍ରୋଲିଂ କରୁଥିବା ବେଳେ ଅଜ୍ଞାତ ବିଦ୍ରୋହୀମାନେ ବାହନ ଉପରକୁ ଆଇଇଡି ଆକ୍ରମଣ କରିବା ସହିତ ଗୁଳିମାଡ କରିଥିଲେ। ଏହି ଆକ୍ରମଣ ପରେ ପାଟ୍ରୋଲିଂ ପାର୍ଟି ଆକ୍ରମଣକାରୀଙ୍କ ସନ୍ଧାନ ନିମନ୍ତେ ସମ୍ବଦ୍ଧିତ ଅଞ୍ଚଳରେ ତଲାସୀ ଅଭିଯାନ ଚଳାଇଛନ୍ତି।

{"id":870610,"sizeSlug":"full","linkDestination":"none"}

ମଣିପୁରରେ ପ୍ରଥମ ଥର ହୋଇଥିବା ହିଂସାର ପାଖାପାଖି ୬ ମାସ ପରେ ସୁରକ୍ଷା ବାହିନୀ ଉପରେ ଏହା ପ୍ରଥମ ଆଇଇଡି ଆକ୍ରମଣ। ତେବେ ରାଜ୍ୟରେ କେନ୍ଦ୍ରୀୟ ସୁରକ୍ଷା ବଳ ସହିତ ସେନା ଉପସ୍ଥିତିରେ ପ୍ରଥମ ଥର ହୋଇଥିବା ଆକ୍ରମଣକୁ ଗୁରୁତର ସହ ଗ୍ରହଣ କରାଯାଇଛି। ମଣିପୁରରେ ୩ ମେ ଘଟଣା ପରେ ଏବେ ୨୩ ଆସାମ ରାଇଫଲ ବାହିନୀ ମୁତୟନ ଅଛନ୍ତି। ମୋତେଇ ଉପଦ୍ରୁତ ଅଞ୍ଚଳରେ ଆସାମ ରାଇଫଲସ ସୁରକ୍ଷା ସୁନିଶ୍ଟିତ କରୁଥିବା ବେଳେ ଆସାମ ରାଇଫଲକୁ ରାଜ୍ୟରୁ ହଟାଇବା ପାଇଁ ଦାବି ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.