scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆଜି ପ୍ରକାଶ ପାଇବ ଚୂଡ଼ାନ୍ତ ଜାତୀୟ ନାଗରିକ ପଞ୍ଜିକା

31/08/2019 at 8:11 AM

ଆସାମ ୩୧।୮: ଆଜି ଆସାମରେ ଚୂଡ଼ାନ୍ତ ଜାତୀୟ ନାଗରିକ ପଞ୍ଜିକା ପ୍ରକାଶ ପାଇବ। ଆସାମରେ ଭାରତୀୟ ଏବଂ ବିଦେଶୀ ନାଗରିକଙ୍କୁ ଚିହ୍ନଟ କରୁଥିବା ଜାତୀୟ ନାଗରିକ ରେଜିଷ୍ଟରକୁ ଆଜି ସକାଳ ୧୦ଟାରେ ପ୍ରକାଶ କରାଯିବ। ପ୍ରଥମ ତାଲିକାର ୪୧ ଲକ୍ଷ ଲୋକଙ୍କୁ ବାହାର କରାଯାଇପାରେ । ଆସାମ ବାସିନ୍ଦା ଇଣ୍ଟରନେଟ୍ ମାଧ୍ୟମରେ ନିଜ ନାଗରିକତା ସ୍ଥିତି ଜାଣିପାରିବେ।

ତେବେ କେତେକ ଗୋଷ୍ଠୀ ଏବେ ବିଭ୍ରାନ୍ତି ସୃଷ୍ଟି ପାଇଁ ପ୍ରୟାସ କରୁଥିବାରୁ ଏହା ଉପରେ ସତର୍କ ନଜର ରଖାଯାଇଛି। ଏନ୍ ଆର୍ ସି ଚୂଡ଼ାନ୍ତ ତାଲିକା ପ୍ରକାଶ ଦୃଷ୍ଟିରୁ ରାଜ୍ୟ ବ୍ୟପୀ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଅନେକ ସମ୍ବେଦନଶୀଳ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି । କେନ୍ଦ୍ର ସରକାର ରାଜ୍ୟକୁ ୨୦ ହଜାର ଅତିରିକ୍ତ ଅର୍ଦ୍ଧସାମରିକ ଯବାନ ପଠାଇଛନ୍ତି। ଗୌହାଟୀ ଏବଂ ବାଂଲାଦେଶର ସୀମାବର୍ତ୍ତୀ ଜିଲ୍ଲାରେ ସର୍ବାଧିକ ସତର୍କତା ଅବଲମ୍ବନ କରାଯାଇଛି। ରାଜ୍ୟର ମୂଳ ବାସିନ୍ଦାଙ୍କୁ ବେଆଇନ ବାଂଲାଦେଶୀ ନାଗରିକଙ୍କଠାରୁ ସୁରକ୍ଷା ଦେବା ଦିଗରେ ଏନ୍ ଆର୍ ସି ନିର୍ଣ୍ଣାୟକ ଭୂମିକା ନେବ ବୋଲି କୁହାଯାଇଛି।

ଗତ ବର୍ଷ ପ୍ରକାଶ ପାଇଥିବା ଏନ୍ ଆର୍ ସିର ପ୍ରଥମ ତାଲିକାରେ ୪୧ ଲକ୍ଷ ଲୋକଙ୍କୁ ବାଦ୍ ଦିଆଯାଇଥିଲା। ଏହି ୪୧ ଲକ୍ଷ ଲୋକଙ୍କ ମଧ୍ୟରୁ ଯେଉଁମାନେ ପୁନଃ ଯାଞ୍ଚ ପାଇଁ ଆବେଦନ କରିଥିଲେ ସେମାନଙ୍କ ସଂପର୍କରେ ଯାଞ୍ଚ ଶେଷ କରାଯାଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଛି ଏବଂ ଆଜି ତାଲିକା ପ୍ରକାଶ ପରେ ସ୍ଥିତି ସ୍ପଷ୍ଟ ହୋଇଯିବ। ତେବେ ଯେଉଁମାନଙ୍କର ନାମ ଚୂଡ଼ାନ୍ତ ତାଲିକାରେ ମଧ୍ୟ ନଥିବ ସେମାନଙ୍କୁ ମଧ୍ୟ ପୁଣି ଥରେ ନିଜ ନାଗରିକତାର ପ୍ରମାଣ ଦେବାକୁ ସୁଯୋଗ ଦିଆଯିବ ବୋଲି କୁହାଯାଇଛି।

ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇନଥିବା ଲୋକଙ୍କୁ ପୁଣି ଆବେଦନ କରିବା ପାଇଁ ୧୨୦ ଦିନ ପର୍ଯ୍ୟନ୍ତ ସମୟ ଦିଆଯିବ। ଏଥିପାଇଁ ୧ ହଜାର ଟ୍ରିବ୍ୟୁନାଲ ଗଠନ କରାଯିବ। ଯେଉଁମାନେ ଟ୍ରିବ୍ୟୁନାଲରେ କେସ୍  ହାରିଯିବେ ସେମାନଙ୍କୁ ହାଇକୋର୍ଟ ଏବଂ ସୁପ୍ରିମ୍ କୋର୍ଟ ଯିବାକୁ ମଧ୍ୟ ସମୟ ମିଳିବ।

   Related Posts