ଆସାମ ବିଦେଶୀ ପ୍ରାଧିକରଣଙ୍କ ବିରୋଧରେ ପୁଣି ତ୍ରୁଟି ଅଭିଯୋଗ, ଏଥର ଅଭିଯୋଗ ଆଣିଛନ୍ତି ବିଏସଏଫ ଅଧିକାରୀ ଓ ତାଙ୍କ ପତ୍ନୀ

Published By : Prameya-News7 Bureau | August 24, 2019 IST

ଗୌହାଟୀ:  ଆସାମ ବିଦେଶୀ ପ୍ରାଧିକରଣ ପୁଣି ଜଣେ ପ୍ରତିରକ୍ଷା କର୍ମଚାରୀ ଓ ତାଙ୍କ ପତ୍ନୀଙ୍କୁ ବିଦେଶୀ ଘୋଷଣା କରିଛନ୍ତି। ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। କିଛି ଦିନ ପୂର୍ବରୁ ପ୍ରାଧିକରଣ ଭାରତୀୟ ସେନାର ସେବା ନିବୃତ୍ତ କ୍ୟାପ୍ଟେନ ମହମ୍ମଦ ସନାଉଲ୍ଲାହ ଓ ତାଙ୍କ ପରିବାରଙ୍କୁ ବିଦେଶୀ ଘୋଷଣା କରିବା ସହ ସେଲ୍ଟର କ୍ୟାମ୍ପକୁ ପଠାଇ ଦେଇଥିଲେ। ଏବେ ସୀମା ସୁରକ୍ଷା ବଳର କାର୍ଯ୍ୟରତ ଅଧିକାରୀ ମୁଜିବୁର ରହେମାନ ଓ ତାଙ୍କ ପତ୍ନୀଙ୍କୁ ବିଦେଶୀ ଘୋଷଣା କରିଛନ୍ତି।

{"id":148403}

ତେବେ ପ୍ରାଧିକରଣଙ୍କ ଏଭଳି ଘୋଷଣାରେ ମୁଜିବୁର କି ତାଙ୍କ ପରିବାର ଆତଙ୍କିତ ନୁହନ୍ତି ବୋଲି କହିଛନ୍ତି। ଭାରତର ମୂଳ ନାଗରିକ ଭାବେ ୧୯୩୦ ମସିହାର ଜମି ପଟ୍ଟା ସେମାନଙ୍କ ନିକଟରେ ଅଛି। ତେବେ ଏଭଳି ତ୍ରୁଟି ପୂର୍ଣ୍ଣ କାର୍ଯ୍ୟ କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବେ ମୁଜିବୁରଙ୍କ ମୁଖ୍ୟ ଉଦ୍ଦେଶ୍ୟ ହେବ ବୋଲି କହିଛନ୍ତି। ମୁଜିବୁର ବିଏସଏଫରେ ଏଏସ୍ଆଇ ପଦରେ କାର୍ଯ୍ୟ କରୁଥିବା ବେଳେ ପଞ୍ଜାବରେ ମୁତୟନ ଅଛନ୍ତି।

{"id":148404}

ତେବେ ରାଜ୍ୟରେ ଶରଣାର୍ଥୀଙ୍କୁ ନେଇ ଉପୁଜିଥିବା ସଙ୍କଟରେ ସୀମା ପୋଲିସର କିଛି ଭ୍ରଷ୍ଚ ଅଧିକାରୀ ଓ କର୍ମଚାରୀ ସରକାରଙ୍କ ଯୋଜନା ଏଠାରେ ଭଣ୍ଡୁର କରିବାକୁ ଅହରହ ଉଦ୍ୟମ କରୁଥିବା କହିଛନ୍ତି ମୁଜିବୁର। ଏଥିରେ ଜାଣିଶୁଣି ସେମାନେ ସ୍ଥାୟୀ ଲୋକଙ୍କୁ ସମସ୍ୟାରେ ପକାଇବାକୁ ଉଦ୍ୟମ କରୁଥିବା ବେଳେ ରିଫ୍ୟୁଜି କିପରି ସରକାରଙ୍କ ଦ୍ୱାରା ନିୟମିତ ନାଗରିକର ମାନ୍ୟତା ପାଇବେ ସେ ଲାଗି ଭରପୁର ପ୍ରୟାଶ ଚଳାଇଥିବା କହିଛନ୍ତି । ତେବେ ସେ ଖୁବ୍ ଶୀଘ୍ର ସନାଉଲ୍ଲାହଙ୍କ ଭଳି ଗୌହାଟୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.