vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ, ମୋଟ୍ ପାସ୍ ହାର ୯୦.୫୫ ପ୍ରତିଶତ
  • ||
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ଆସାମରେ ହାଜତ ମୃତ୍ୟୁକୁ ନେଇ ହିଂସା : ଥାନାରେ ନିଆଁ ଲଗାଇଦେଲେ ଉତ୍ତ୍ୟକ୍ତ ଲୋକେ

22/05/2022 at 2:54 PM

ଦିଶପୁର, ୨୨/୦୫: ହାଜତ ମୃତ୍ୟୁ ନେଇ ହଙ୍ଗାମା । ଆସାମ ନାଗାଓଁ ହାଜତ ମୃତ୍ୟୁ ନେଇ ହିଂସା । ଥାନା ହାଜତରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା ଅଭିଯୋଗରେ ଲଙ୍କାକାଣ୍ଡ ହୋଇଛି। ନାଗାଓଁ ଥାନାରେ ଭଙ୍ଗାରୁଜା କରିବା ସହ ଉତ୍ତ୍ୟକ୍ତ ଲୋକେ ନିଆଁ ଲଗାଇ ଦେଇଛନ୍ତି ।

ଅଭିଯୋଗ ଅନୁସାରେ, ଆସାମ ସାଲନାବାରି ଅଞ୍ଚଳରେ ମାଛ ବ୍ୟବସାୟୀ ସଫିକୁଲ୍ ଇସ୍ ଲାମଙ୍କୁ ଥାନରେ ଅଟକ ରଖିଥିଲା ପୋଲିସ । ତାଙ୍କୁ ନିର୍ଯାତନା ଦେବା ପରେ ତାଙ୍କର ମୃତ୍ୟୁ ହୋଇଛି । ସେପଟେ ପୋଲିସ କହିଛି ରାତିରେ ମାତାଲ ଅବସ୍ଥାରେ ରାସ୍ତାରେ ପଡ଼ିଥିବା ବେଳେ ସଫିକୁଲଙ୍କୁ ଥାନାକୁ ଅଣାଯାଇଥିଲା। ଅସୁସ୍ଥ ଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ସଫିକୁଲଙ୍କ ମୃତ୍ୟୁ ହୋଇଛି । ତେବେ ପରିବାର ଲୋକେ କିନ୍ତୁ ଡାକ୍ତରଖାନାରେ ପହଞ୍ଚିବା ପରେ ସଫିକୁଲଙ୍କ ମୃତଦେହକୁ ଶବଗୃହରେ ରଖାଯାଇଥିବା ଜାଣିବାକୁ ପାଇଥିଲେ ବୋଲି କହିଛନ୍ତି ।

ଏହି ଘଟଣାକୁ ନେଇ ପୋଲିସ-ଜନତା ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଲାଠିଚାର୍ଜ କରିଛି । ଅନ୍ୟପଟେ ସ୍ଥାନୀୟ ପ୍ରଶାସନ ହିଂସାରେ ସଂପୃକ୍ତ ଥିବା ଲୋକଙ୍କ ଘର ଭାଙ୍ଗିଦେଇଥିବା ଅଭିଯୋଗ ହୋଇଛି ।

   Related Posts