ଉତ୍ତରାଖଣ୍ଡ ପରେ ଏବେ ଆସାମରେ UCC ଲାଗୁ କରିବାକୁ ପ୍ରସ୍ତୁତି, ସିଏମ୍ ହିମନ୍ତ ବିଶ୍ୱ ଶର୍ମାଙ୍କ ଘୋଷଣା

Published By : Prameya-News7 Bureau | February 12, 2024 IST

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ପରେ ଏବେ ଆସାମ ମଧ୍ୟ ସମାନ ନାଗରିକ ସଂହିତା ବିଲ୍ ଆଣିବା ପାଇଁ ପ୍ରସ୍ତୁତି କରୁଛି । ରାଜ୍ୟର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ସୋମବାର ନିଜେ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟ ସରକାର ବହୁବିବାହ ଉପରେ ଅଙ୍କୁଶ ଲଗାଇବା ଏବଂ ୟୁସିସି ପାଇଁ ମଜଭୁତ ଆଇନ ପାଇଁ ଯୋଜନା କରୁଛନ୍ତି । ଗୌହାଟିରେ ସାମ୍ୱାଦିକଙ୍କୁ ପ୍ରତିକ୍ରିୟା ଦେଇ ଶର୍ମା କହିଛନ୍ତି, ସରକାର ବହୁବିବାହ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଯୋଜନା କରୁଛନ୍ତି । କିନ୍ତୁ ଏବେ ଉତ୍ତରାଖଣ୍ଡରେ ଆଇନ ପାରିତ ହେବା ପରେ ଏବେ ଏହି ପ୍ରସଙ୍ଗକୁ ୟୁସିସି ସହ ଯୋଡିବା ଉପରେ ବିଚାର କରାଯାଉଛି ।

ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ ଆସାମ କ୍ୟାବିନେଟରେ ଆଜି ୟୁସିସି ଏବଂ ବହୁବିବାହ ବିଧେୟକ ଉଭୟ ଉପରେ ଚର୍ଚ୍ଚା ହୋଇଛି । ସେ କହିଛନ୍ତି, 'ଆମେ ବହୁବିବାହକୁ ନେଇ ବିଚାର କରୁଥିଲୁ, କିନ୍ତୁ ଉତ୍ତରାଖଣ୍ଡ ୟୁସିସି ବିଧେୟକ ପାରିତ କରିଛି । ଏବେ ଆମେ ଏହି ଦୁଇ ପ୍ରସଙ୍ଗକୁ ଯୋଡ଼ି କାମ କରୁଛୁ ଫଳରେ ମଜଭୁତ ଆଇନ ଅଣାଯାଇ ପାରିବ । ଆମେ ସ୍ଥିର କରିଛୁ ଯେ ବିଶେଷଜ୍ଞ କମିଟି ବହୁବିବାହ ଏବଂ ୟୁସିସିକୁ ଗୋଟିଏ ଆଇନରେ ସାମିଲ କରିବା ଦିଗରେ ଗୁରୁତ୍ୱ ଦେବ'।

ପଢନ୍ତୁ: ଉତ୍ତରାଖଣ୍ଡ ୟୁସିସି ବିଧେୟକ ବିଧାନସଭାରେ ପାରିତ, ଏପରି କରିବାରେ ଦେଶର ପ୍ରଥମ ରାଜ୍ୟ

ଉତ୍ତରାଖଣ୍ଡ ବିଧାନସଭା ସ୍ୱାଧୀନ ଭାରତର ଇତିହାସରେ ସମାନ ନାଗରିକ ସଂହିତା ବିଧେୟତ ଗୃହୀତ କରିବାରେ ପ୍ରଥମ ବିଧାନସଭା ହୋଇଛି । ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ଉତ୍ତରାଖଣ୍ଡ ୟୁସିସି ଲାଗୁ କରିବାରେ ଦେଶର ପ୍ରଥମ ରାଜ୍ୟର ହୋଇଛି । ବିଧେୟକରେ ସମସ୍ତ ଧର୍ମ-ସମୁଦାୟର ନାଗରିକଙ୍କ ପାଇଁ ବିବାହ, ସମ୍ପତ୍ତି, ଗୁଜୁରାଣ ଭତ୍ତା ଏବଂ ସମ୍ପତ୍ତିର ଉତ୍ତରାଧିକାରୀ ପାଇଁ ଗୋଟିଏ ନିୟମ କରାଯାଇଛି । ତେବେ ଏହି ବିଧେୟକରେ ଅନୁସୂଚିତ ଜନଜାତିଙ୍କୁ ଏହି ବିଧେୟକରେ ସାମିଲ କରାଯାଇ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.