ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ କରୋନା ପଜିଟିଭ : ରହିଛନ୍ତି ହୋମ୍ ଆଇସୋଲେସନରେ

Published By : Prameya-News7 Bureau | August 26, 2020 IST

ଗୁଆହାଟୀ ୨୬/୮: ଦେଶବ୍ୟାପି ଯେପରି କରୋନା ସଂକ୍ରମିତଙ୍କ ସଂଖ୍ୟାର ଗ୍ରାଫ୍ ଉଚ୍ଚ ହେଉଛି,ଏହି ଭାଇରସର କବଳରେ ଆସୁଥିବା ନାମୀ-ଦାମୀ ବ୍ୟକ୍ତିଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ଦେଶର ଗୃହ ମନ୍ତ୍ରୀ ଅମିତ ଶାହଙ୍କଠୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ,ମନ୍ତ୍ରୀ,ବିଧାୟକ,ପୂର୍ବତନ ମନ୍ତ୍ରୀ,ସାଂସଦ ସମେତ ଅନ୍ୟ ଜନପ୍ରତିନିଧି ମଧ୍ୟ ଏହି ଭାଇରସରେ ସଂକ୍ରମିତ ହେଉଛନ୍ତି। ଏହି ତାଲିକାରେ ଏବେ ଆଉ ଏକ ନାଁ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ଯୋଡ଼ି ଯାଇଛି।

{"id":320337,"sizeSlug":"large"}

କଂଗ୍ରେସର ବରିଷ୍ଠ ନେତା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ ଟ୍ବିଟ୍ କରି ନିଜ କରୋନା ରିପୋର୍ଟର ସୂଚନା ଦେଇଛନ୍ତି। ତରୁଣ ଗୋଗୋଇ କହିଛନ୍ତି ଯେ ଗତକାଲି ତାଙ୍କର କରୋନା ଭାଇରସ୍ ରିପୋର୍ଟ ପଜିଟିଭ ଆସିଛି। ସେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଟେଷ୍ଟ କରିବାକୁ ଅପିଲ କରିଛନ୍ତି।

{"id":320339,"sizeSlug":"large"}

 ୮୫ବର୍ଷ ବୟସ୍କ ତରୁଣ ଗୋଗୋଇ କରୋନାରେ ସଂକ୍ରମିତ ହେବା ପରେ ହୋମ୍ ଆଇସୋଲେସନରେ ଅଛନ୍ତି।

{"id":320340,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.