scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରମୁଖ ଖବର
  • ଉତ୍ତରକାଶୀ ଟନେଲରୁ ବଡ଼ ଖବର ।। ୧୭ ଦିନ ପରେ ଉଦ୍ଧାରରେ ମିଳିଲା ସଫଳତା ।। ସମସ୍ତ ୪୧ ଶ୍ରମିକ ଉଦ୍ଧାର ।। ସୁଡ଼ଙ୍ଗରେ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଶେଷ ।। ୧୭ ଦିନ ପରେ ସୁଡ଼ଙ୍ଗରୁ ସକୁଶଳ ଉଦ୍ଧାର ହେଲେ ୪୧ ଶ୍ରମିକ ।। ଉଦ୍ଧାର ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସେମାନଙ୍କ ପରିବାର ସହ ପଠାଗଲା ହସ୍ପିଟାଲ
  • ||

ଆସାମରେ ଜଳ ପ୍ରଳୟ: ୨୨ ଜିଲ୍ଲାର ୩.୪୦ ଲକ୍ଷ ଲୋକ ପ୍ରଭାବିତ, ପାଣିରେ ବୁଡ଼ିଲା ବ୍ୟାଘ୍ର ସଂରକ୍ଷଣ ଓ ଅଭୟାରଣ୍ୟ

30/08/2023 at 11:30 PM

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ, ପଞ୍ଜାବ, ହିମାଚଳ ପ୍ରଦେଶ ପରେ ଏବେ ଆସାମରେ ବନ୍ୟା ତାଣ୍ଡବ ରଚିଛି। ରାଜ୍ୟର ୨୨ ଜିଲ୍ଲାର ୩.୪୦ ଲକ୍ଷ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ବ୍ରହ୍ମପୁତ୍ର ଓ ଏହାର ଶାଖା ନଦୀଗୁଡ଼ିକରେ ବନ୍ୟା ଆସିଥିବାରୁ ରାଜ୍ୟର ଏଭଳି ଅବସ୍ଥା ହୋଇଛି।

ମଙ୍ଗଳବାର ସୁଦ୍ଧା ୨୧ ଜିଲ୍ଲାର ମୋଟ ୩.୦୭ ଲକ୍ଷ ଲୋକ ବନ୍ୟାଦ୍ୱାରା ପ୍ରଭାବିତ ହୋଇଥିଲେ ଆସାମ ମିଡିଆ ଖବର ପ୍ରକାଶ କରିଥିଲା। ହେଲେ ଆଜି ସ୍ଥିତି ଆହୁରି ଭୟାନକ ହୋଇଛି। ତେବେ ଚଳିତ ବର୍ଷ ବନ୍ୟା ଯୋଗୁ ମୃତ୍ୟୁକଙ୍କ ସଂଖ୍ୟା ୧୫ ରହିଛି।

ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ASDMA)ର ସୂଚନା ଅନୁସାରେ, ଧୁବ୍ରି, ଗୋଲପାରା, ଗୁଆହାଟୀ, ତେଜପୁର ଏବଂ ନେମାତିଘାଟ ସହିତ ଦିସଙ୍ଗ, ବୁରିଢିଙ୍ଗ ଏବଂ ସୁବାନସିରିରେ ଆଦି ସ୍ଥାନଗୁଡ଼ିକରେ ବ୍ରହ୍ମପୁତ୍ର ନଦୀ ଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବନ୍ୟା ଯୋଗୁ ରାଜ୍ୟରେ ମୋଟ ୩,୪୦,୯୩୭ ଲୋକ ପ୍ରଭାବିତ ହୋଇଛନ୍ତି।

ପଢ଼ନ୍ତୁ-ରୁଷ ଉପରେ ୟୁକ୍ରେନର ବଡ଼ ପ୍ରହାର, ଏୟାରପୋର୍ଟ ଉପରେ ୨୦ ଡ୍ରୋନ୍‌ରେ ଆକ୍ରମଣ

ତେବେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ମାଜୁଲି ଜିଲ୍ଲା। ଏଠାରେ ୬୫,୦୩୫ ଲୋକ ବନ୍ୟାଦ୍ୱାରା ପ୍ରଭାବିତ ହୋଇଛନ୍ତି। ତାପଛକୁ ଗୋଲପାରା (୫୮,୪୩୯), ମୋରିଗାଓଁ (୪୪,୧୮୧), ବିଶ୍ୱନାଥ (୩୬,୭୬୧, ଶିବସାଗର (୨୮,୬୬୯) ଏବଂ ଲଖିମପୁରରେ ୨୪,୫୯୪ ଲୋକ ପ୍ରଭାବିତ ହୋଇଛନ୍ତି।

ସୂଚନା ଅନୁସାରେ ମୋଟ ୧,୩୦୮ ଲୋକଙ୍କୁ ୧୫୩ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର କରାଯାଇଥିବା ବେଳେ ୧୫୦ ବଣ୍ଟନ କେନ୍ଦ୍ର ମାଧ୍ୟମରେ ରିଲିଫ୍ ସାମଗ୍ରୀ ବଣ୍ଟାଯାଉଛି। ବନ୍ୟପ୍ରାଣୀ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ବନ ବିଭାଗ କହିଛି ଯେ ଓରାଙ୍ଗ ଜାତୀୟ ପାର୍କ ଓ ବ୍ୟଘ୍ର ସଂଗରକ୍ଷଣର ୪୪ କ୍ୟାମ୍ପରୁ ୧୩ଟି କ୍ୟାମ୍‌ରେ ବନ୍ୟା ପାଣି ପଶିଯାଇଛି।  ପୋବିତୋରା ବନ୍ୟପ୍ରାଣୀ ଅଭୟାରଣ୍ୟ ୧୦ କ୍ୟାମ୍ପ ପାଣିରେ ବୁଡ଼ି ରହିଛି।

ବନ ବିଭାଗର ସୂଚନା ଅନୁସାରେ, ମୋଟ ୩,୦୨,୯୩୨ ପ୍ରାଣୀ ଚଳିତ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ଡାରାଙ୍ଗ ଜିଲ୍ଲାରେ ନଦୀ ବନ୍ଧ ଭାଙ୍ଗିଥିବା ବେଳେ ଉଦଲଗୁରିରେ ଆଉ ଏକ ନଦୀବନ୍ଧ କ୍ଷତିଗ୍ରସ୍ତ ହୋଇଛି। ସେହିପରି ଡାରାଙ୍ଗ, ଧୁବ୍ରି, ଗୋଲାଘାଟ, ଜୋରହାଟ, କାମ୍‌ରୁପ ମେଟ୍ରୋ, କରିମଗଞ୍ଜ, ମଜୁଲି, ମୋରିଗାଓଁ ଏବଂ ଉଦଲଗୁରୀ ଜିଲ୍ଲାରେ ୩୩ ଟି ରାସ୍ତା କ୍ଷତିଗ୍ରସ୍ତ ହୋଇଛି। ସେହିପରି ବାରପେଟା, ବିଶ୍ୱନାଥ, ବଙ୍ଗାଇଗାଓଁ, ଦିବ୍ରୁଗଡ, ମଜୁଲି, ନାଲବାରୀ, ସୋନିତପୁର, ତିନସୁକିଆ ଏବଂ ଉଦଲଗୁରୀରୁ ବହୁଳମାତ୍ରାରେ ମାଟି ଅତଡ଼ା ଖସିଥିବା ଦେଖିବାକୁ ମିଳିଛି।

ପଢ଼ନ୍ତୁ-ହାଇଦ୍ରାବାଦରେ ଅଜଣା ଭୂତାଣୁ ଭୟ !  ଇନଫ୍ଲୁଏଞ୍ଜା ପରି ଲକ୍ଷଣ, ଟେଷ୍ଟ ରିପୋର୍ଟରେ ନେଗେଟିଭ୍

   Related Posts