scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆସାମରେ ବନ୍ୟା ବିଭୀଷିକା : ୪୨ ଲକ୍ଷରୁ ଅଧିକ ପ୍ରଭାବିତ, ୨୪ ଘଣ୍ଟାରେ ଗଲାଣି ୯ ଜୀବନ

20/06/2022 at 7:29 AM

ନୂଆଦିଲ୍ଲୀ ୧୯/୦୬: ଆସାମରେ ବନ୍ୟାକୁ ନେଇ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ବନ୍ୟା ପାଇଁ ୩୩ଟି ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ ୪୨ ଲକ୍ଷ ୨୮ ହଜାର ଲୋକ ପାଣି ଘେରରେ ରହିଛନ୍ତି । ଏପରିକି ମୃତ୍ୟୁସଂଖ୍ୟା ୩୪କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ୩ ଶିଶୁଙ୍କ ସମେତ ୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

କୁହାଯାଉଛି ଯେ, ବନ୍ୟା ପାଣିରେ ବୁଡି ୬ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୩ ଜଣ ଭୂସ୍ଖଳନରେ ପ୍ରାଣ ହରାଇଛନ୍ତି । କଛାର ଜିଲ୍ଲାରେ ୩, ବାରପେଟାରେ ଦୁଇଜଣ ପ୍ରାଣ ହରାଇଥିବା ବେଳେ ବଜଲୀ, କାମରୂପ, କରୀମଗଞ୍ଜ, ଉଦଲଗୁରୀରେ ଜଣେ ଲଖାଏଁ ବ୍ୟକ୍ତିଙ୍କ ଜୀବନ ଯାଇଛି ।

ସବୁଠୁ ପ୍ରଭାବିତ ବାରପେଟା ଜିଲ୍ଲା

ବର୍ତ୍ତମାନ ୫୧୩୭ ଗ୍ରାମ ପାଣି ଘେରରେ ରହିଛି । କେବଳ ବାରପେଟା ଜିଲ୍ଲାରେ ୧୨ ଲକ୍ଷ ୭୬ ହଜାର ଲୋକ ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି । ଦରଙ୍ଗରେ ୪ ଲକ୍ଷ, ନଗାଁଓରେ ୩ ଲକ୍ଷ ୬୪ ହଜାର ବନ୍ୟାରେ ଫସିଛନ୍ତି । କିଛି ସ୍ଥାନରେ ବନ୍ୟାପାଣି ରାଜପଥରେ ପ୍ରଭାହିତ ହେଉଥିବା ଦେଖିବାକୁ ମିଳିଛି ।

ଅନ୍ୟଦିଗରେ ସେନା, ଅର୍ଧସୈନିକ ବଳ, ଏନଡିଆରଏଫ, ଏସଡିଆରଏଫ୍ ଟିମ୍, ରାଜ୍ୟ ପୋଲିସ ବନ୍ୟା ପ୍ରଭାବିତଙ୍କୁ ସହାୟତା ଯୋଗାଉଛନ୍ତି । ପାଣି ଘେରରୁ ହାଜର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି । ୭୪୪ଟି ଅସ୍ଥାୟୀ କ୍ୟାମ୍ପରେ ପୀଡିତଙ୍କୁ ଖାଦ୍ୟ ଓ ପାନୟ ଯୋଗାଇ ଦିଆଯାଉଛି । ପ୍ରାୟ ୨ ଲକ୍ଷ ଲୋକ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି ।

ଏହାମଧ୍ୟରେ ଭାରତୀୟ ପାଣିପାଗ ବିଭାଗ ଆସନ୍ତା ଗୁରୁବାର ଯାଏଁ  ଆସାମରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରିଛି । ଯାହାକୁ ନେଇ ଅନେକ ତଳିଆ ଅଞ୍ଚଳର ଲୋକେ ଚିନ୍ତିତ ହୋଇ ପଡିଛନ୍ତି । ଯଦି ପ୍ରବଳ ବର୍ଷା ହୁଏ ତେବେ ସେମାନଙ୍କ ଅବସ୍ଥା ଶୋଚନୀୟ ହୋଇପଡିବ ବୋଲି ସେମାନେ କହିଛନ୍ତି ।

   Related Posts