ଆସାମରେ ମୁସଲିମ୍ ବିବାହ ଓ ଛାଡ଼ପତ୍ର ଅଧିନିୟମ ନିରସ୍ତ୍ର ନିଷ୍ପତ୍ତି, UCCକୁ ନେଇ ପାଦେ ଆଗେଇଲେ ସରକାର

Published By : Prameya-News7 Bureau | February 24, 2024 IST

ଦିଶପୁର: ଆସାମରେ ୟୁନିଫର୍ମ ସିଭିଲ୍ କୋଡକୁ ନେଇ ଆଉ ପାଦେ ଆଗେଇଲେ ସରକାର । ମୁଖ୍ୟମନ୍ତ୍ରୀ ହୀମନ୍ତ ବିଶ୍ବଶର୍ମା ମୁସଲିମ୍ ବିବାହ ଓ ଛାଡ଼ପତ୍ର ଅଧିନିୟମ ୧୯୩୫ ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ରାଜ୍ୟରେ ଏବେ ସମସ୍ତ ବିବାହ ଏବଂ ତଲାକ, ସ୍ପେଶାଲ ମ୍ୟାରେଜ୍ ଆକ୍ଟ ଅନୁଯାୟୀ ହେବ ।

wp:html /wp:html

ଆସାମ କ୍ୟାବିନେଟ୍ ବୈଠକ ପରେ ମନ୍ତ୍ରୀ ଜୟନ୍ତ ମଲ୍ଲାବରୁଆ ସାମ୍ବାଦିକ ସମ୍ମିଳନୀ କହିଛନ୍ତି, ଏବେ ମୁସଲିମ୍ ବିବାହ ଏବଂ ଛାଡ଼ପତ୍ର ସମ୍ପର୍କିତ ସମସ୍ତ ମାମଲା ସ୍ବତନ୍ତ୍ର ମ୍ୟାରେଜ୍ ଆକ୍ଟ ଅନୁଯାୟୀ ହେବ । ମଲ୍ଲାବରୁଆ କହିଛନ୍ତି, ମୁଖ୍ୟମନ୍ତ୍ରୀ କିଛି ଦିନ ପୂର୍ବରୁ କହିଥିଲେ, ରାଜ୍ୟ ସରକାର ସମାନ ନାଗିରିକ ସଂହିତା ଲାଗୁ କରିବାକୁ ଯାଉଛନ୍ତି । ଏହାକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନେଇଛନ୍ତି । ପୂର୍ବରୁ ଆସୁଥିବା ଆସାମ ମୁସଲିମ୍ ବିବାହ ଏବଂ ଛାଡ଼ପତ୍ର ଅଧିନିୟମ ୧୯୩୫କୁ ନିରସ୍ତ୍ର କରିଦେଇଛନ୍ତି ।  ଏବେ ଏହି ଆକ୍ଟ ଅନୁଯାୟୀ, କୌଣସି ମୁସଲିମ୍ ବିବାହ ଏବଂ ତଲାକ୍ ପଞ୍ଜୀକରଣ ହେବ ନାହିଁ ।

wp:embed {"url":"https://www.prameyanews7.com/lok-sabha-election-date-announced-after-march-13/","type":"wp-embed","providerNameSlug":"prameya-news-7"}
https://www.prameyanews7.com/lok-sabha-election-date-announced-after-march-13/
/wp:embed

କ୍ୟାବିନେଟ୍ ମନ୍ତ୍ରୀ ଜୟନ୍ତ ମଲ୍ଲାବରୁଆ ଆହୁରି ମଧ୍ୟ କହିଛନ୍ତି, ମୁସଲିମ୍ ବିବାହ ଏବଂ ଛାଡ଼ପତ୍ର ସମ୍ପର୍କୀୟ ମାମଲା ପଞ୍ଜୀକରଣ ପାଇଁ ଜିଲ୍ଲା ଅୟୁକ୍ତ ଏବଂ ଜିଲ୍ଲା ରେଜିଷ୍ଟାରଙ୍କୁ ଦିଆଯିବ । ଏହା ସହିତ ସେ କହିଛନ୍ତି, ମୁସଲିମ୍ ବିବାହ ଏବଂ ଛାଡ଼ପତ୍ର ଅଧିନିୟମ ଅନୁଯାୟୀ, କାମ କରୁଥିବା ୯୪ ମୁସଲିମ୍ ରେଜିଷ୍ଟାରଙ୍କୁ ପଦରୁ ହଟାଇ ଦିଆଯାଇଛି । ରାଜ୍ୟ ସରକାର ପକ୍ଷରୁ ଦୁଇ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଦେବା ସହିତ ସେମାନଙ୍କୁ କାର୍ଯ୍ୟରୁ ମୁକ୍ତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.