Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭଦ୍ରକ : ୩ ଦିନ ହେଲା ନିଖୋଜ ଥିଲେ, ନଦୀରୁ ମିଳିଲା ଯୁବକଙ୍କ ମୃତଦେହ
  • ||
  • କେନ୍ଦୁଝର : ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା କାର୍
  • ||
  • ବିନିକା : ଶେଷ ଦିନରେ ବି ପ୍ରଶ୍ନପତ୍ର ଭାଇରାଲ୍, ପରୀକ୍ଷା ପୂର୍ବରୁ ମୋବାଇଲ୍‌ରୁ ମୋବାଇଲ୍‌କୁ ଘୂରିବୁଲିଥିଲା
  • ||
  • ଭୁବନେଶ୍ବର : କୌଣସି ପ୍ରଶ୍ନପତ୍ର ଭାଇରାଲ୍ ହୋଇନି : ଗଣଶିକ୍ଷା ମନ୍ତ୍ରୀ
  • ||
  • ଖଲ୍ଲିକୋଟ : ଅଟୋକୁ ପଛପଟୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଡ୍ରାଇଭରଙ୍କ ସମେତ ୪ ଆହତ
  • ||
  • ଭୁବନେଶ୍ବର : ଆସନ୍ତା ୩ ତାରିଖରୁ ମାଟ୍ରିକ୍ ଖାତା ଦେଖା, ଅପ୍ରେଲ ଶେଷ ସୁଦ୍ଧା ପ୍ରକାଶ ପାଇବ ଫଳ
  • ||
  • ଭୁବନେଶ୍ୱର: ସରିଗଲା ମାଟ୍ରିକ୍ ପରୀକ୍ଷା, ଶେଷ ଦିନରେ ସବଜେକ୍ଟ୍ ଥିଲା ମ୍ୟାଥମାଟିକ୍ସ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ର ପ୍ରଭାବ, ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ବର୍ଷା
  • ||

‘ମୋଦି ଥିବା ଯାଏଁ ରାହୁଲଙ୍କୁ ମିଳିବନି ପ୍ରଧାନମନ୍ତ୍ରୀ ପଦ’: କଂଗ୍ରେସକୁ ଟାର୍ଗେଟ କରି ଏମିତି କହିଲେ ଆସାମ ମୁଖ୍ୟମନ୍ତ୍ରୀ

14/03/2023 at 8:30 AM

ବେଙ୍ଗାଲୁରୁ ୧୪।୦୩ : କଂଗ୍ରେସକୁ ଟାର୍ଗେଟ କଲେ ଆସାମ ମୁଖ୍ୟମନ୍ତ୍ରୀ । ଲଣ୍ଡନରେ ରାହୁଲ ଗାନ୍ଧୀ ଦେଇଥିବା ବୟାନକୁ ନେଇ ବର୍ଷିଛନ୍ତି ଆସାମା ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା । ଯେତେ ଦିନ ଯାଏଁ ନରେନ୍ଦ୍ର ମୋଦି ଅଛନ୍ତି । ସେତେଦିନ ଯାଏଁ ରାହୁଲ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀ ଦେଖିବା ସ୍ୱପ୍ନ ସ୍ୱପ୍ନରେ ହିଁ ରହିଯିବ । କର୍ଣ୍ଣାଟକରେ ବିଜେପି ପକ୍ଷରୁ ଆୟୋଜିତ ବିଜୟ ସଂକଳ୍ପ ଯାତ୍ରା ସମୟରେ କନକଗିରି ସଭାରେ ଏପରି କହିଛନ୍ତି ।

ଆସାମ ମୁଖ୍ୟମନ୍ତ୍ରୀ ଆହୁରୀ ମଧ୍ୟ କହିଛନ୍ତି ଯେ, ରାହୁଲ ଗାନ୍ଧୀ ଭାରତରେ ‘ଭାରତ ଯୋଡ଼’ ଯାତ୍ରା କରୁଛନ୍ତି । ହେଲେ ଦେଶ ବାହାରେ ମାନେ ଲଣ୍ଡନରେ ଯାଇ ‘ଭାରତ ତୋଡ଼’ ଯାତ୍ରା କରୁଛନ୍ତି । ଯେତେବେଳ ସେ (ରାହୁଲ ଗାନ୍ଧୀ ) କର୍ଣ୍ଣାଟକରେ ଭାରତ ଯୋଡ଼ ଯାତ୍ରା କରୁଥିଲେ । ସେତେବେଳେ ମୁଁ ତାଙ୍କୁ ପ୍ରଶ୍ନ କରିଥିଲି କି ୧୯୪୭ରେ ଭାରତକୁ କିଏ ବିଭାଜନ କରିଥିଲା ? । ବିଦେଶରେ ଯାଇ ଭାରତକୁ ଅପମାନିତ କରିଛନ୍ତି ରାହୁଲ ଗାନ୍ଧୀ । କିନ୍ତୁ ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତ ସମୟରେ ମାତୃଭୂମିର ପ୍ରଂଶସା କରିଥାନ୍ତି । ସବୁବେଳେ ଦେଶର ବିକାଶ ଓ ପ୍ରଗତି ବିଷୟରେ କହିଥାନ୍ତି । ରାହୁଲ ଗାନ୍ଧୀ ଦେଶ ବାହାରେ ଭାରତ ସଂସଦକୁ ଅପମାନିତ କରିଛନ୍ତି । ଏଠାରୁ ମୁଁ ଏକ କଥା କହିରଖୁଛି ଯେ, ଯେତେ ଦିନ ଯାଏଁ ନରେନ୍ଦ୍ର ମୋଦି ଥିବା , ସେତେ ଦିନ ଯାଏଁ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ ।

ସେହିପରି କର୍ଣ୍ଣାଟକରେ ଚାଲିଥିବା ଏହି ସମୟରେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ଆହୁରୀ ଏକ କଥା ମଧ୍ୟ କହିଛନ୍ତି । ତାଙ୍କ ମତରେ, ଏବେ ଆମକୁ ଆଉ ବାବ୍ରି ମସ୍‌ଜିଦ୍‌ ଦରକାର ନାହିଁ । ଆମକୁ ଏବେ ପୁରା ରାମ ଜନ୍ମଭୂମି ଦରକାର ।

ସୂଚନାଯୋଗ୍ୟ ଯେ, ଲଣ୍ଡନରେ ରାହୁଲ ଗାନ୍ଧୀ ଦେଇଥିବା ବୟାନକୁ ନେଇ ସଂସଦ ଜୋରଦାର ହଙ୍ଗାମା ହୋଇଥିଲା । ଏନ୍‌ଡିଏର ଅନେକ ମନ୍ତ୍ରୀ ରାହୁଲ ଗାନ୍ଧୀଙ୍କୁ ଭୁଲ୍‌ ଭାରତର ନ୍ୟାୟପାଳିକା, ସେନା ଏବଂ ସଂସଦକୁ ବିଦେଶରେ ଅପମାନିତ କରିଛନ୍ତି । ତେଣୁ ସେ କ୍ଷମା ମାଗିବା ଉଚିତ ।

ସେପଟେ ରାହୁଲ ଗାନ୍ଧୀଙ୍କ ସପକ୍ଷରେ ବାହାରିଥିଲେ କଂଗ୍ରେସ । ରାଜ୍ୟସଭାରେ ରାହୁଲ ଗାନ୍ଧୀଙ୍କ ନାମ ନେବାକୁ ନେଇ ବିରୋଧରେ କରିଥିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ।

   Related Posts