ଆସାମ CAA ବିରୋଧ ପ୍ରଦର୍ଶନ ମାମଲା: ଅଖିଲ ଗୋଗଇଙ୍କୁ ସମସ୍ତ ମାମଲାରୁ ମୁକ୍ତ କଲେ NIA କୋର୍ଟ

Published By : Prameya-News7 Bureau | July 01, 2021 IST

ଗୌହାଟୀ ୧।୭: ଭାରତ ସରକାରଙ୍କ ସଂଶୋଧିତ ନାଗରିକ ଆଇନ (ସିଏଏ)କୁ ବିରୋଧ ଯୋଗୁ ଗିରଫ ଆସାମ ରାଇଜୋର ପାର୍ଟି ସଭାପତି ତଥା ଶିବସାଗର ବିଧାନସଭା ନିର୍ବାଚନ ମଣ୍ଡଳିର ସ୍ୱାଧୀନ ବିଧାୟକ ଅଖିଲ ଗୋଗଇ ଗୁରୁବାର ଜେଲରୁ ମୁକ୍ତ ହୋଇଯାଇଛନ୍ତି। ରାଜ୍ୟରେ ସିଏଏକୁ ବିରୋଧ କରି ହିଂସାତ୍ମକ ବିକ୍ଷୋଭ ଯୋଗୁ ଗୋଗଇ ଡିସେମ୍ବର ୨୦୧୯ରେ ଗିରଫ ହୋଇଥିଲେ। ତେବେ କାହାକୁ ହିଂସା ଭିଆଇବା ସହ ରାସ୍ତା ଅବରୋଧ କାର୍ଯ୍ୟ କଳାପ ଲାଗି ଆତଙ୍କବାଦୀ ପ୍ରମାଣିତ କରିବା ସମ୍ଭବ ନୁହେଁ ବୋଲି ଗୌହାଟୀ ରାଷ୍ଟ୍ରୀୟ ତଦନ୍ତକାରୀ ସଂସ୍ଥାନ(ଏନଆଇଏ)ଙ୍କ କୋର୍ଟ କହିଛନ୍ତି।

{"id":474174,"sizeSlug":"large","linkDestination":"none"}

କୋର୍ଟ ତାଙ୍କ ବିରୋଧରେ ଆଗତ ସମସ୍ତ ଅଭିଯୋଗ ଅଗ୍ରାହ୍ୟ କରିଦେଇଛନ୍ତି। କୋର୍ଟଙ୍କ ଆଦେଶ ଗୌହାଟୀ କେନ୍ଦ୍ରୀୟ କାରାଗାରକୁ ପଠାଯିବା ପରେ ତାଙ୍କୁ ଜେଲରୁ ମୁକ୍ତ କରିଦିଆଯାଇଛି। ସିଏଏ ବିରୋଧରେ ଆନ୍ଦୋଳନ ଲାଗି ଗିରଫ ଗୋଗଇ ଗତ ବିଧାନସଭା ନିର୍ବାଚନରେ ଜେଲରେ ରହି ପ୍ରତିଦ୍ୱନ୍ଦ୍ୱୀତା କରିବା ସହ ବିପୁଳ ଭୋଟରେ ବିଜୟୀ ହୋଇଥିଲେ। ତେବେ ସରକାରଙ୍କ ପକ୍ଷରୁ ତାଙ୍କ ବିରୋଧରେ ରୁଜୁ ଆତଙ୍କବାଦ ମାମଲା ଲାଗି ସେ ଏପର୍ଯ୍ୟନ୍ତ ବିଧାନସଭା ସଦସ୍ୟ( ଏମଏଲଏ) ଭାବେ ପଦ ଓ ଗୋପନୀୟତାର ଶପଥପାଠ କରିନାହାନ୍ତି। ଏବେ ଜେଲରୁ ମୁକ୍ତ ହେବା ପରେ ସେ ବିଧାୟକ ଭାବେ ଶପଥ ଗ୍ରହଣ କରିବେ।

{"id":474175,"width":837,"height":559,"sizeSlug":"large","linkDestination":"none"}

ଜେଲରେ ଥିବା ବେଳେ ଗୋଗଇ ଅସୁସ୍ଥ ହୋଇପଡିଥିଲେ। ଏଣୁ ତାଙ୍କୁ ଗୌହାଟୀ ମେଡିକାଲ କଲେଜ ଓ ହସ୍ପିଟାଲରେ ରଖି ଚିକିତ୍ସା କରାଯାଉଥିଲା। ତେବେ କୋର୍ଟଙ୍କ ଆଦେଶ ମିଳିବା ପରେ କାରାଗାର କର୍ତ୍ତୃପକ୍ଷ ତାଙ୍କୁ ହସ୍ପିଟାଲରେ ମୁକ୍ତ ହୋଇଥିବା ଜଣାଇ ଦେଇଛନ୍ତି। କୋର୍ଟଙ୍କ ରାୟ ଆସିବା ପରେ ରାଇଜୋର ଦଳ ମୁଖ୍ୟ ଶେଷରେ ସତ୍ୟର ଜୟ ହୋଇଥିବା କହିଛନ୍ତି। ମୋତେ ଜେଲରେ ଅଟକାଇ ରଖିବା ଲାଗି ସାମାନ୍ୟତମ ତ୍ରୁଟି ହୋଇ ନଥିଲେ ବି କୋର୍ଟ ସତ୍ୟତା ଖୋଜି କାଢିଛନ୍ତି ବୋଲି ଗୋଗଇ କହିଛନ୍ତି। ତେବେ ହସ୍ପିଟାଲରୁ ସେ ଘରକୁ ଯାଇ ପ୍ରଥମେ ସିଏଏ ସହିତ ସେମ ଷ୍ଟାଫୋର୍ଡଙ୍କ ହାତୀ ଗାଁସ୍ଥିତ ବାସଭବନକୁ ଯାଇ ତାଙ୍କ ପରିବାରଙ୍କୁ ଭେଟିବେ ବୋଲି କହିଛନ୍ତି।

{"id":474178,"width":837,"height":558,"sizeSlug":"large","linkDestination":"none"}

ସେଠାରୁ ଫେରିଲେ କୃଷକ ମୁକ୍ତି ସଂଗ୍ରାମ ସମିତି ଓ ରାଇଜୋର ଦଳ କାର୍ଯ୍ୟାଳୟକୁ ଯିବେ ବୋଲି କହିଛନ୍ତି। ପରେ ତାଙ୍କ ନିର୍ବାଚନ ମଣ୍ଡଳି ଶିବସାଗର  ଯାଇ ମତଦାତାଙ୍କୁ ତାଙ୍କୁ ଜିତାଇ ଥିବାରୁ କୃତଜ୍ଞତା ଜଣାଇବେ ବୋଲି ସୂଚିତ କରିଛନ୍ତି। ଗୋଗଇ ଓ ତାଙ୍କ ସହଯୋଗୀଙ୍କୁ ରାଜ୍ୟରେ ସିଏଏ ବିରୋଧୀ ପ୍ରଦର୍ଶନରେ ଭୂମିକା ନେଇ ଡିସେମ୍ବର ୨୦୧୯ରେ ବେଆଇନ ଗତିବିଧି ନିରୋଧକ ଆଇନରେ ଗିରଫ କରାଯାଇଥିଲା। ଗୋଗଇ ଓ ସହଯୋଗୀଙ୍କ ବିରୋଧରେ ୨ଟି ମୋକଦ୍ଦମା ରୁଜୁ ହୋଇଥିବା ବେଳେ କୋର୍ଟ ସମସ୍ତଙ୍କୁ ନିର୍ଦ୍ଦୋଷରେ ମୁକ୍ତ କରିଦେଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.