ଅଗଷ୍ଟ ୨୭ରେ ASO ପରୀକ୍ଷା, OPSC ଘୋଷଣା କଲା ନୂଆ ତାରିଖ
20/08/2022 at 1:46 PM

ଭୁବନେଶ୍ୱର ୨୦।୦୮: ଘୋଷଣା ହେଲା ASOର ନୂଆ ପରୀକ୍ଷା ତାରିଖ । ଆସନ୍ତା ୨୭ ତାରିଖ ମାନେ ଶନିବାର ଦିନ ଏହି ପରୀକ୍ଷା ହେବ । ଏନେଇ OPSC ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି ।
Rescheduled programme for ASO written examination- 27 August. Best wishes to the candidates pic.twitter.com/HzZADhHzlH
— SATYAJIT MOHANTY (@satyajitips88) August 20, 2022
ଖବର ଅନୁଯାୟୀ, ରାଜ୍ୟରେ ବନ୍ୟା ସ୍ଥିତି ପାଇଁ ଆସନ୍ତା ୨୧ ତାରିଖରେ ହେବାକୁ ଥିବା ASO ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା । ଏହାପରେ ଏବେ ନୂଆ ତାରିଖ ଘୋଷଣା କରିଛି OPSC । ଆସନ୍ତା ୨୭ତାରିଖ ଦିନ ASO ପରୀକ୍ଷା ଅନୁଷ୍ଠିତ ହେବ ବୋଲି OPSC ପକ୍ଷରୁ ସୂଚନା ଦିଆଯାଇଛି ।
Related Posts
ନବ ଦାସ ହତ୍ୟା ମାମଲା, ଗୋପାଳଙ୍କ ପରିବାରକୁ ରାତିଅଧିଆ ଜେରା
8 February 2023