ପିଲାବେଳୁ ଟିଭିରେ ରାଜ କରୁଛନ୍ତି ଏହି ଅଭିନେତ୍ରୀ, ଏବେ ପଟିଆଲା ବେବ୍ସରେ ମୁଖ୍ୟ ନାୟିକା
22/01/2019 at 3:07 PM

ମୁମ୍ବାଇ ୨୨|୦୧: ଅଭିକା ଗୋରଙ୍କ ପରେ ଅଶନୁର କୌର ଏବେ ଚର୍ଚ୍ଚାରେ ଅଛନ୍ତି। ବାଲ୍ୟ କାଳରୁ ଦର୍ଶକଙ୍କ ଦିଲ୍ରେ ରାଜ କରୁଥିବା ଆନନ୍ଦି ବାଲିକା ବଧୁ ଧାରାବାହିକ ପରେ ଏବେ ଅନେକ ଟେଲିଭିଜନ ସୋରେ ଦେଖିବାକୁ ମିଳୁଛନ୍ତି। ଆଜି ମଧ୍ୟ ଅଭିକା ଆନନ୍ଦି ନାଁରେ ପରିଚିତ।
ତେବେ ଇଣ୍ଡଷ୍ଟ୍ରିରେ ପିଲାବେଳୁ ଅଭିନୟ କରୁଥିବା ଆଉ ଜଣେ ଅଭିନେତ୍ରୀ ଏବେ ଚର୍ଚ୍ଚାରେ। ସେ ହେଉଛନ୍ତି ଅଶନୁର କୌର । ନିଜ ସୁନ୍ଦରତା ଯଗୁଁ ଛୋଟ ବୟସରୁହିଁ ଛୋଟ ପରଦାରେ ଖୁବ ପ୍ରତିଷ୍ଠା ହାସଲ କରିଛନ୍ତି। ଅଶନୁର ଏବେ ନିଜ ହଟ ଲୁକ୍ ପାଇଁ ବେଶ ଚର୍ଚ୍ଚାରେ ଅଛନ୍ତି। ଝାନ୍ସି କି ରାନୀ ଧାରାବାହିକରେ ପ୍ରାଚୀ ଚରିତ୍ରରେ ଅଭିନୟ କରି ଅଶନୁର ତାଙ୍କ କ୍ୟାରିଅର ଛୋଟ ପରାଦାରୁ ଆରମ୍ଭ କରିଥିଲେ। ବହୁ ଚର୍ଚ୍ଚିତ ଧାରାବାହିକ ୟେ ରିସ୍ତା କ୍ୟା କେହଲାତା ହେ ରେ ଛୋଟ ନାଇରାର ଚରିତ୍ରରେ ଦେଖିବାକୁ ମିଳିଥିଲେ।

ଗତ କିଛି ଦିନ ପୂର୍ବରୁ ମୁକ୍ତିଲାଭ କରିଥିବା ଅନୁରାଗ କଶ୍ୟପଙ୍କ ଚଳଚ୍ଚିତ୍ର ମଲମର୍ଜିୟାଁରେ ଅଶନୁର ତାପସୀ ପାନ୍ନୁଙ୍କ ଭଉଣୀ ଚରିତ୍ରରେ ଅଭିନୟ କରିଥିଲେ। ସୋନି ଚ୍ୟାନଲରେ ପ୍ରସାରିତ ହେଉଥିବା ଅଶନୁରଙ୍କ ନୂଆ ଧାରାବାହିକ ପଟିଆଲା ବେବ୍ସ ଦର୍ଶକଙ୍କୁ ଖୁବ୍ ପସନ୍ଦ ହୋଇଛି। ଏହି ଧାରାବାହିକରେ ଅଶନୁରଙ୍କ ଅଭିନୟ ସମସ୍ତଙ୍କଠୁ ବଳି ପଡିଛି। ପଟିଆଲା ବେବ୍ସରେ ଅଶନୁର ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି।

କାହାଣୀରେ ସେ ତାଙ୍କ ମାଁଙ୍କୁ କେତେ ଭଲ ପାଆନ୍ତି ବୋଲି ଦେଖାଯାଇଛି। ନୂଆ ପୀଢୀର ପରମ୍ପରା ସହ ନିଜ ନିରିହ ମାଁଙ୍କୁ ଜୀବନରେ ଆଗକୁ ବଢିବାର ଦେଖିବାକୁ ଚାହୁଁଥିଲେ। ଅଶନୁର ତାଙ୍କର ଏଇ ନୂଆ ଧାରାବାହିକ ପାଇଁ ଖୁବ୍ ଉତ୍ସାହିତ ଅଛନ୍ତି। ଏହି ଧାରାବାହିକରେ ଅଶନୁର ମିନି ଖୁରାନା ଚରିତ୍ରରେ ଅଭିନୟ କରୁଛନ୍ତି।
Related Posts
ଚଳିତବର୍ଷ ରାଜ୍ କରିବ ବଲିଉଡ୍ ! ଫ୍ୟାନ୍ସଙ୍କୁ ଭେଟି ଦେବ ବଡ ବଡ ୫ ଫିଲ୍ମ
28 January 2023