ନୋଟିସ ନ ଦେଇ ଚାକିରିରୁ ବିଦା କଲା କମ୍ପାନୀ, କେମିତି ପୋଷିବୁ ପେଟ: କର୍ମଚାରୀଙ୍କ ଅଭିଯୋଗକୁ ଖଣ୍ଡନ କଲା ପେଟିଏମ୍

Published By : Prameya-News7 Bureau | June 14, 2024 IST

internet

ନୂଆଦିଲ୍ଲୀ: ଫିନଟେକ କମ୍ପାନୀ ପେଟିଏମ୍ ନିଜର କର୍ମଚାରୀଙ୍କୁ ପୂର୍ବ ସୂଚନା ନ ଦେଇ ଛଟେଇ କରିଥିବାରୁ କର୍ମଚାରୀମାନଙ୍କ ମଧ୍ୟରେ ପେଟ ପୋଷିବାର ଭୟ ଘାରିଛି। କିଛି ଖୋଜଖବର ନ ଥାଇ ହଠାତ ଚାକିରି ହରାଇଥିବାରୁ କିପରି ପରିବାର ପୋଷିବେ ସେଇ ଚିନ୍ତା ଏବେ ଛଟେଇ କର୍ମଚାରୀଙ୍କୁ ଡରାଇଲାଣି। ଛଟେଇ ହେବା ପରେ କିଛି କର୍ମଚାରୀ ମିଡିଆ ଆଗରେ ନିଜର ଦୁଃଖ ପ୍ରକାଶ କରିଛନ୍ତି। ଟାଇମ୍ସ ଅଫ୍ ଇଣ୍ଡିଆରେ ଏହି ଖବର ପ୍ରକାଶିତ ପାଇଛି।

ପେଟିଏମ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ଆର୍‌ବିଆଇ ପେଟିଏମ୍‌ର ପେମେଣ୍ଟ ବ୍ୟାଙ୍କ ଓ ୱାଲେଟ ବିଜନେସକୁ ବନ୍ଦ କରିଦେଇଥିଲା। ବ୍ୟବସାୟର ଭବିଷ୍ୟତକୁ ନେଇ ଚିନ୍ତାରେ ଥିବା କମ୍ପାନୀ ଶ୍ରମବଳ ହ୍ରାସ କରିବାକୁ କିଛି କର୍ମଚାରୀଙ୍କୁ ସ୍ୱତଃ ଚାକିରି ଛାଡ଼ିବାକୁ କହିଥିଲା। ଏଥିପାଇଁ ପେଟିଏମ କୌଣସି ପୂର୍ବ ନୋଟିସ୍ ମଧ୍ୟ ଦେଇ ନଥିବା ଅଭିଯୋଗ ହୋଇଛି। 

ଚାକିରିରୁ ନିଲମ୍ବିତ ହୋଇଥିବା କର୍ମଚାରୀଙ୍କ ସୂଚନା ଅନୁସାରେ, ଚାକିରି ହରାଇଥିବା କର୍ମଚାରୀଙ୍କୁ କମ୍ପାନୀ କୌଣସି କ୍ଷତିପୂରଣ ଦେଇ ନାହିଁ କି ଏମିତିକି ଜଏନିଂ ଓ ଏକ୍ସ୍ରା  ଡ୍ୟୁଟି କରିଥିବା ବୋନସ ଟଙ୍କା ଫେରାଇବାକୁ କମ୍ପାନୀ କହିଛି ବୋଲି କର୍ମଚାରୀମାନେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ପେଟିଏମ୍ ସମସ୍ତ ଅଭଯୋଗକୁ ଖଣ୍ଡନ କରିଛି। ନିୟମ ଅନୁସାରେ ସବୁ ହୋଇଛି ବୋଲି କମ୍ପାନୀ କହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.