ଆସିକାରେ ପ୍ରଥମଥର ପାଇଁ ଅନୁଷ୍ଠିତ ହୋଇଛି ଆସିକା ଫେଷ୍ଟ୍
20/01/2019 at 9:43 AM

ଆସିକା ୨୦/୧ : ଶୀତ ଋତୁ ହେଲେ ଉତ୍ସବର ଆସର ଜମିଥାଏ। କେଉଁଠି ମହୋତ୍ସୋବ ପାଳନ କରିଥାନ୍ତି ତ ଆଉ କେଉଁଠି ନାଚ ଗୀତର ଆୟୋଜନ କରିଥାନ୍ତି। ଏହାରି ମଧ୍ଯରେ ଆସିକା ଠାରେ ପ୍ରଥମ ଥର ପାଇଁ ଆସିକା ଫେଷ୍ଟ୍ ଆୟୋଜନ କରାଯାଇଛି। କେମିତି ଥିଲା ଉତ୍ସବର ମାହୋଲ୍ ଆସନ୍ତୁ ଦେଖିବା …

ଶୀତ ସନ୍ଧ୍ୟା କାକରରେ ଥରି ଉଠିଛି ଆସିକା ସହର। ଶୀତୁଆ କାକର ମନକୁ ଅନାବନା କରୁଥିଲା। ହେଲେ ଆସିକାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେଉଥିବା ଆସିକା ଫେଷ୍ଟ୍ ଶୀତୁଆ ପରିବେଶକୁ ଗରମ କରିଦେଇଥିଲା। ନାଚ ଗୀତର ତାଳେ ତାଳେ ଝୁମି ଉଠିଥିଲେ ଦର୍ଶକ। ଓଲିଉଡ୍ କଳାକାରଙ୍କ ଉପସ୍ଥିତି ଉତ୍ସବର ମାହୋଲକୁ ଦ୍ବିଗୁଣିତ କରିଥିଲା। କଳା ପରମ୍ପରାକୁ ବଜାୟ ରଖିବା ଉଦ୍ଦେଶ୍ୟରେ ଏଭଳି ମହୋତ୍ସୋବ କଳାକାରଙ୍କୁ ଗୋଟିଏ ପ୍ଳାଟଫର୍ମ ଯୋଗାଇପାରୁଛି।

ଏଥିପାଇଁ ବହୁତ ଖୁସି ଲାଗୁଥିବା କହିଛନ୍ତି ଷ୍ଟାର୍ କଳାକାର। ପ୍ରଥମ ଥର ପାଇଁ ଆସିକା ରେ ଏଭଳି ମହୋତ୍ସୋବ ଅନୁଷ୍ଠିତ ହୋଇଥିବା ଯୋଗୁଁ ବହୁତ ଖୁସି ଲାଗିଥିବା କହିଛନ୍ତି ଖୋଦ୍ ଆସିକା ବିଧାୟକ ଦେବରାଜ ମହାନ୍ତି।

ଓଲିଉଡ୍ କଳାକାର ଯୋଗ ଦେଇଥିବାରୁ ବହୁତ ଖୁସି ଲାଗିଥିବା କହିଛନ୍ତି ଦର୍ଶକ। ଆଞ୍ଚଳିକ କଳା କୁ ଊଜ୍ଜୀବିତ ରଖିବା ଉଦ୍ଦେଶ୍ୟରେ ଏଭଳି ମହୋତ୍ସୋବ ର ଆୟୋଜନ କରାଯାଇଥିବା କହିଛନ୍ତି ଆୟୋଜକ।
