ଆମ ପରିଚୟ ଆମେ ଗଢିବୁ, ସ୍ୱାଭିମାନି ଭଦ୍ରକିଆଙ୍କୁ ମାଗିବୁ ଭୋଟ-ଅସିତ ପଟ୍ଟନାୟକ

Published By : Prameya-News7 Bureau | April 13, 2024 IST

ଭଦ୍ରକ ୧୩।୦୪ : ଭଦ୍ରକ ନିର୍ବାଚନରେ ଏଥର ନୂଆ ସମୀକରଣ । ବିଜେଡି ନେତା ଅସିତ ପଟନାୟକ କଂଗ୍ରେସରେ ସାମିଲ ହେବା ପରେ ଭଣ୍ଡାରିପୋଖରୀ କଂଗ୍ରେସ ତରଫରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କଂଗ୍ରେସ ନେତା ଜୟଦେବ ଜେନାଙ୍କ ଠାରୁ ଦଳର ସମସ୍ତ ନେତା ଓ କର୍ମୀ ତାଙ୍କୁ ଶୋଭଯାତ୍ରାରେ ଅଞ୍ଚଳ ପରିକ୍ରମା କରାଇଛନ୍ତି । 

ତେବେ ଏବେ ଏବେ ବିଜେଡି ଛାଡି କଂଗ୍ରେସରେ ଯୋଗ ଦେଇଥିବା ଅସିତ ପଟ୍ଟନାୟକ କହିଛନ୍ତି ଯେ, ବିଜେଡି ଦଳ ଏଥର ଭଦ୍ରକ ନିର୍ବାଚନ ମଣ୍ଡଳୀ ପ୍ରତି ଅନ୍ୟାୟ କରିଛି । ବିଭିନ୍ନ କେସରେ ଛନ୍ଦି ହୋଇଥିବା ଲୋକଙ୍କୁ ପ୍ରାର୍ଥୀ କରିଛି । ଆଗାମୀ ଦିନରେ କଂଗ୍ରେସ ନିଜ ପରିଚୟ ନିଜେ ଗଢ଼ିବ । ଏହାସହ ସ୍ୱାଭିମାନି ଭଦ୍ରିକିଆଙ୍କ ପାଖକୁ ଯିବ ଏବଂ କଂଗ୍ରେସ ପାଇଁ ଭୋଟ ମାଗିବ। ଭଦ୍ରକ ବିଧାନସଭା ପାଇଁ କଂଗ୍ରେସ ଅସିତଙ୍କୁ ଟିକେଟ ଦେଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.